ପୁଣି ମାଡି ଆସୁଛି ବର୍ଷା,ଏହି ଜିଲ୍ଲାମାନଙ୍କରେ ଆଜିଠୁ ବଢିବ ବର୍ଷା ର ପରିଣାମ,ଏହି ଜିଲ୍ଲାକୁ Yellow Warn କରିଲେ ପାଣିପାଗ ବିଭାଗ…

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଯାହା କିଛି ନୂତନ ଖବର ଶୁଣିବାକୁ ମିଳୁଛି ସେହି ଅନୁସାରେ ରାଜ୍ୟରେ ଘନ କୁହୁଡି ସାଙ୍ଗକୁ କୋହଲା ପାଗ ଆସିବାକୁ ଯାଉଛି।ସ୍ଥାନରେ ସ୍ଥାନରେ ଝିପିଝିପି ବର୍ଷା ହେଉଛି ଏବଂ ବର୍ଷାର ପରିମାଣ ବଢିବା ନେଇ ଅନୁମାନ କରୁଛି

।ରାଜ୍ୟରେ ଅନେକ ଜିଲ୍ଲାରେ ପାଗ ମେଘୁଆ ରହିବ ଏବଂ ଆସନ୍ତା କାଲି ଉତ୍ତର ଉପକୂଳ ଜିଲ୍ଲା ଯେପରିକି ବାଲେଶ୍ଵର ଭଦ୍ରକ ଏବଂ ଉପକୂଳ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।ସମୁଦ୍ରମଧ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପ୍ରବାହ ହେଉଛି ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ହୋଇଛି ଅନେକ ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି।

କୋରାପୁଟ ଏବଂ ବଲାଙ୍ଗୀରରେ ସର୍ବାଧିକ ଘନ କୁହୁଡି ଦେଖିବାକୁ ମିଳୁଛି ବାଲେଶ୍ଵର ବାରିପଦା ଆଦି ସ୍ଥାନରେ କୁହୁଡି ଜାରି ରହିଛି।କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି ସୁନ୍ଦରଗଡ ଝାରସୁଗୁଡା ଏବଂ କେନ୍ଦୁଝରରେ ସାମାନ୍ୟରୁ ମଧ୍ୟନ ଧରଣର ବର୍ଷା ଦେଖିବାକୁ ମିଳୁଛି।ଅନେକ ସ୍ଥାନରେ କୋହଲା ପାଗ ରହିବା ସହିତ ବହୁତ ସ୍ଥାନରେ ଝିପି ଝିପି ବର୍ଷା ଦେଖିବାକୁ ମିଳୁଛି।

କାଲିଠାରୁ ଉପକୂଳର କିଛି ଜିଲ୍ଲାରେ ବର୍ଷା ମଧ୍ୟ ହେବ ଆଗକୁ ପାଣିପାଗର ମିଜାଜ କଣ ହେବ ତାହାକୁ ନେଇ କଣ ଅପଡେଟ ରହୁଛି ଆସନ୍ତୁ ଜାଣିବା।ରାଜ୍ୟରେ ଆସନ୍ତା ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା ରହୁଛି ବର୍ଷାର ପରିମାଣ ଆଜି ଏବଂ ଆସନ୍ତାକାଲି ଅଧିକ ରହିବ ବିଶେଷ କରି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ କେନ୍ଦୁଝର ମୟୁରଭଞ୍ଜ ଏବଂ ବାଲେଶ୍ଵର ଭଦ୍ରକ କେନ୍ଦ୍ରାପଡା ଝାରସୁଗୁଡା ଏବଂ ଯାଜପୁର।

ଏହି ଜିଲ୍ଲା ଗୁଡିକରେ ବର୍ଷାର ପରିମାଣ ଅଧିକ ରହୁଛି।୨୯ରୁ ୩୦ ତାରିଖ ମଧ୍ୟରେ ଏହି ଜିଲ୍ଲା ମାନଙ୍କରେ ବର୍ଷାର ପରିମାଣ ରହିବ ବିଶେଷ କରି ୬୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇପାରେ।ଗତକାଲି ୪ଟାରୁ ୫ଟା ମଧ୍ୟରେ ଉପକୂଳ ଜିଲ୍ଲା ଗୁଡିକରେ ପୁରୀ ଖୋର୍ଦ୍ଧା କଟକ ଜଗତସିଂହପୁର କେନ୍ଦ୍ରାପଡା ଯାଜପୁର ଏହି ଜିଲାରେ ମଧ୍ୟ ସାମନ୍ୟରୁ ମଧ୍ୟମ ଧରଣର ବର୍ଷା ରହିବ।

ଭୁବନେଶ୍ୱରରେ ମଧ୍ୟ ବର୍ଷାର ପରିମାଣ ଗତକାଲି ଦେଖିବାକୁ ମିଳିଛି।ଏହି ବର୍ଷା ବଙ୍ଗୋପ ସାଗରରୁ ଓଡିଶାର ତଳଭାଗ ଆଡ଼କୁ ଉଷ୍ମ ଏବଂ ଜଳୀୟବାଷ୍ପ ପୂର୍ଣ ରହିବ ଏହା ଫଳରେ ବର୍ତ୍ତମାନ ବର୍ଷା ଜାରି ରହିଛି ଆଜି ମଧ୍ୟ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ପାଇଁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି।

Leave a Reply

Your email address will not be published. Required fields are marked *