ଧନକୁ Magnet ପରି ଟାଣି ଆଣି ଥାଏ ଏହି ଅପରାଜିତା ଫୁଲ,କେବଳ ବ୍ୟବହାର କରିବାର Method ଜାଣିବା ଦରକାର

Spread the love

ସାଙ୍ଗମାନେ ଅପରାଜିତା ଅର୍ଥାତ ଯିଏ କେବେବି ହାରି ନଥାଏ ବା ଯାହାର କେବେବି ପରାଜୟ ହୋଇନଥାଏ।ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ।ଯାହା ଭଗଵାନ ଶିବଙ୍କର ଏକ ନାମ ଅଟେ।ଅପରାଜିତା ମା ଦୁର୍ଗାଙ୍କର ଏକ ନାମ।ତେଣୁ ଏହି ଫୁଲଟି ଶିବ ଏବଂ ଶକ୍ତିଙ୍କର ସ୍ୱରୂପ ହୋଇଥାଏ।ତେଣୁ ଏହା ଅତ୍ୟନ୍ତ ଗୁଣକାରୀ ଓ ଚମତ୍କାରି ହୋଇଥାଏ।ଏହା ଭାରତର ପ୍ରାୟ ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ।

ଏହି ଫୁଲର କିଛି ପ୍ରୟୋଗ ଦ୍ଵାରା ମନୁଷ୍ୟର ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହିତ ଧନ ଏବଂ ଐଶ୍ୱର୍ଯ୍ୟର ଅଧିକାରୀ ମଧ୍ୟ ହୋଇଥାଏ।ଯଦି ଆପଣ ଧନକୁ ନେଇ ସର୍ବଦା ଦୁଃଖରେ ଥାନ୍ତି ତାହେଲେ ଆପଣ ଏହି ଉପାୟ କଲେ ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହିତ ଧନର ଚମତ୍କାର ଦେଖିବାକୁ ପାଇବେ।ଏହା କରିବା ସମୟରେ ଧ୍ୟାନ ଦେବେ କି ଯେପରି କେହି ଆପଣଙ୍କୁ ଦେଖିବେ ନାହିଁ କିମ୍ୱା କିଛି କଥା ହେବେ ନାହିଁ।

ତେବେ ଯାଇ ଏହାର ପ୍ରକୃତ ଫଳ ପାଇପାରିବେ।ଏହି ଫୁଲ ଖାଲି ଶିବଙ୍କର ପ୍ରିୟ ନୁହଁ।ଏହା ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ପ୍ରିୟ ଫୁଲ।ତେଣୁ ଘରେ ରୋଜଗାରର ବୃଦ୍ଧି ପାଇବା ପାଇଁ ଏହି ଉପାୟ କରନ୍ତୁ।ଏହା ଘରର ନଜର ଦୂର କରିବା ସହିତ ଧନର ଆଗମନ କରିଥାଏ।ଶନିବାର ଦିନ ଅପରାଜିତା ଫୁଲର ମାଳଟିଏ କରି ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗି ଦିଅନ୍ତୁ।

ଏହା ଦ୍ଵାରା ଘରର ସମସ୍ତ ପ୍ରକାରର ନକାରାତ୍ମକତା ଦୂର ହୋଇଥାଏ।ଏହି ମାଳାଟିକୁ ଯଦି ହନୁମାନଙ୍କୁ ସମର୍ପଣ କରି ତାହାକୁ ଆଣି ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗି ଦିଅନ୍ତି ଏହା ତନ୍ତ୍ର ମନ୍ତ୍ରର ପ୍ରଭାବକୁ ଘରଠାରୁ ଦୂର କରିଥାଏ।ଧନର ସମସ୍ତ ପ୍ରକାରର ସମସ୍ୟା ଦୂର କରିଥାଏ।ଏହି ପରି ଭାବେ ସବୁଦିନ କରନ୍ତୁ।ଯଦି କୌଣସି କାରଣରୁ ସବୁଦିନ ନ କରି ପାରନ୍ତି ତାହେଲେ ନବରାତ୍ରୀ ନଅ ଦିନ ଅବଶ୍ୟ କରନ୍ତୁ।

ମା ଦୁର୍ଗା ନିଶ୍ଚୟ ସାହାଯ୍ୟ ହେବେ।ଯଦି ନବରାତ୍ରୀ ସରିଯାଇଥାଏ ତେବେ ୧୧ଟି ମଙ୍ଗଳବାର ନିଶ୍ଚୟ କରନ୍ତୁ।ସପ୍ତାହରେ ପ୍ରତି ମଙ୍ଗଳବାର ଦିନ ଏହାକୁ କରନ୍ତୁ।ଏହା ବହୁ ଲାଭଦାୟୀ ହୋଇଥାଏ।ଉନ୍ନତି ଏବଂ ଚାକିରୀ ପାଇଁ କିଛି ଅପରାଜିତା ଫୁଲ ନେଇ ପ୍ରତି ଶନିବାର ଦିନ ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ।ସେହି ଫୁଲରୁ ଗୋଟିଏ ଆଣି ନିଜ ପାଖରେ ରଖନ୍ତୁ

।ବେପାର ବାଣିଜ୍ୟର ଲାଭ ପାଇଁ ପ୍ରତି ଶନିବାର ଦିନ ଧଳା ବସ୍ତ୍ର ପରିଧାନ କରି ଅପରାଜିତା ଫୁଲକୁ ଶିବ ଲିଙ୍ଗରେ ଚଢ଼ାଇବା ଦ୍ଵାରା ଧନ ପ୍ରାପ୍ତିର ଯୋଗ ଖୋଲାଯାଇଥାଏ।ଏହି ଅପରାଜିତା ଗଛର ମୂଳରେ ଧୂପ ଦୀପ ଏବଂ କ୍ଷୀର ଦେଇ ଚେରଟିଏ ଆଣନ୍ତୁ।ଏହାକୁ ଏକ ନୀଳ ରଙ୍ଗର କପଡାରେ ଗୁଡ଼ାଇ ଅଫିସ କିମ୍ବା ଦୋକାନ ବ୍ୟବସାୟର ମୁଖ୍ୟ ଦ୍ଵାରରେ ଟାଙ୍ଗି ଦିଅନ୍ତୁ।ଧଳା ଅପରାଜିତା ଫୁଲ ମା ଲକ୍ଷ୍ମୀ ଓ ନାରାୟଣଙ୍କର ପ୍ରିୟ ଫୁଲ ହୋଇଥାଇ।ଧଳା ଅପରାଜିତା ଫୁଲ ପ୍ରତି ଗୁରୁବାର ଦିନ ନାରାୟଣ କିମ୍ୱା ମା ଲକ୍ଷ୍ମୀଙ୍କୁ ଅର୍ପଣ କଲେ ବହୁତ ଧନ ଲାଭ ହୋଇଥାଏ।

Leave a Reply

Your email address will not be published. Required fields are marked *