ପୋଲିସ ହାତରେ ଧରା ପଡିଲେ ସତ ଜୀବନର Angel ପ୍ରିୟା,ଦେଖିବା ପାଇଁ Sukuti ସାହୁ ଭଳି କିନ୍ତୁ ସୋସିଆଲ ମିଡ଼ିଆରେ ଟୋକାଙ୍କୁ ଏପରି ଲୁଟୁଥିଲେ ଏହି ମାୟାବିନୀ

ତେବେ ନିକଟରେ ଏକ ଖବର ଆସୁଛି ଯେଉଁଥିରେ ଜଣେ ଯୁବତୀ ନିଜକୁ ଭିନ୍ନ ଭିନ୍ନ ପ୍ରକାରର ରୂପ ଦେଖାଇ କେତେକ ଯୁବକ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି।ତେବେ ସୂଚନା ଅନୁସାରେ ସେହି ଯୁବତୀ ଜଣଙ୍କ ହେଉଛନ୍ତି ବାଳୁଙ୍ଗା ଅଞ୍ଚଳର ପ୍ରିୟଙ୍କା ପ୍ରିୟଦର୍ଶିନୀ।ସେହି ମହିଳା ଜଣଙ୍କ ନିଜକୁ ବିଭିନ୍ନ ପ୍ରକାରର ବୃତ୍ତିରେ ଥିବା କହି ଅନେକ ଯୁବକ ମାନଙ୍କ ଠାରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।ତେବେ ପୋଲିସ ସେହି ମହିଳାଙ୍କୁ ବର୍ତ୍ତମାନ ଗିରଫ କରି ଅନେକ ଜେରା କରୁଛି।

ତେବେ ଏହି ଯୁବତୀ ଜଣଙ୍କ ପ୍ରାୟ ୧୦୦ ରୁ ଅଧିକ ଫେକ ଆକାଉଣ୍ଟ ଫେସବୁକରେ ଖୋଲିଥିଲେ।ଏହା ସହିତ ଏହି ଆକାଉଣ୍ଟ ମାନଙ୍କ ଜରିଆରେ ସେ ଅନେକ ଯୁବକ ମାନଙ୍କୁ ନିଜର କଥାର ଜାଲରେ ପକାଇ ସେମାନଙ୍କ ପାଖରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।ଏହା ସହିତ ଅନେକ ଯୁବକ ମାନେ ମଧ୍ୟ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି।

ଏହା ସହିତ ପୋଲିସ ଶେଷରେ ତାଙ୍କ ନମ୍ବରରୁ ଆଧାର କାର୍ଡ ଜରିଆରେ ଏହି ଯୁବତୀଙ୍କ ପାଖରେ ପହଞ୍ଚିବାର ସକ୍ଷମ ହୋଇ ପାରିଥିଲା।ଏହା ସହିତ ପୋଲିସ ଯେତେବେଳେ ତାଙ୍କର ଫୋନ ସିଜ କଲା ସେହି ସମୟରେ ଏହା ଜଣା ପଡ଼ିଲା କି ସେହି ଯୁବତୀ ଜଣଙ୍କ ପ୍ରାୟ ୧୦୦ ରୁ ଅଧିକ ଫେକ ଆକାଉଣ୍ଟ ଜରିଆରେ ଅନେକ ଯୁବକମାନଙ୍କୁ ଠକି ଚାଲିଛନ୍ତି।

ତେବେ ଫେସବୁକରେ ସେ ନିଜର ନୂଆ ନୂଆ ପରିଚୟ ସୃଷ୍ଟି କରୁଥିଲେ। କେଉଁ ସମୟରେ ସେ ନିଜକୁ ଡାକ୍ତରୀ ଛାତ୍ରୀ ବୋଲି କହୁଥିଲେ ତ କେଉଁ ସମୟରେ ସେ ନିଜକୁ ଏକ ଇଞ୍ଜିନିୟର ଭାବରେ ପରିଚୟ ଦେଉଥିଲେ।ତେବେ ଏହି ପରି ଭାବରେ ଯୁବକ ମାନଙ୍କୁ ସେ ଠକି ଚାଲିଥିଲେ।ତେବେ ଏପରି ଭାବରେ ଯୁବକ ମାନଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ସେ ଅନେକ ଯୁବକ ମାନଙ୍କ ପାଖରୁ ସେମାନଙ୍କ ଟଙ୍କା ଲୁଟିବାରେ ସଫଳ ହେଉଥିଲେ।

ତେବେ ଯୁବକ ମାନେ ତାଙ୍କର ଏହିଭଳି କଥାରେ ଫସି ତାଙ୍କ ଉପରେ ବିଶ୍ୱାସ କରି ନିଜର ଅର୍ଥ ତାଙ୍କୁ ପ୍ରଦାନ କରି ଦେଉଥିଲେ।ଯାହା ଫଳରେ ସେ ଅନେକ ଯୁବକ ମାନଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଆଣି ନିଜର ନାମରେ ରଖି ଦେଇଥିଲେ।ତେବେ ପୋଲିସ ତାଙ୍କ ପାଖରୁ ଅନେକ ଚେକ ବୁକ ଓ ଅନେକ ନଗଦ ଟଙ୍କା ଜବତ କରି ବର୍ତ୍ତମାନ ତାଙ୍କୁ ଜେରା କରୁଛି।

ଏହି ଯୁବତୀ ଜଣକ କହୁଥିଲେ କି ତାଙ୍କର ପିତାମାତା ମରି ଯାଇଛନ୍ତି।ଏହା ସହିତ ସେ ନିଜର ମାମୁଁ ଓ ମାଇଁଙ୍କ ପାଖରେ ରହି ପାଠ ପଢ଼ୁଛନ୍ତି।ଏହା ସହିତ ତାଙ୍କର ମାମୁଁ ତାଙ୍କୁ ଅନେକ ହଇରାଣ କରୁଛନ୍ତି ଏହା ସହିତ ତାଙ୍କର ପାଠ ପଢ଼ିବା ପାଇଁ ଆବଶ୍ୟକ ହେଉଥିବା ଟଙ୍କା ମଧ୍ୟ ସେ ତାଙ୍କୁ ଦେଉନଥିଲେ।ଏହା ସହିତ ଏହିଭଳି ବିଭିନ୍ନ ପ୍ରକାରର ମିଥ୍ୟା କଥା କହି ସେ ତାଙ୍କୁ ଠକି ଦେଉଥିଲେ।ଏହାପରେ ସେ ଏହିଭଳି ପ୍ରାୟ ଶତାଧିକ ଯୁବକ ମାନଙ୍କୁ ଠକି ଦେଇଛନ୍ତି ବୋଲି ଜଣା ପଡିଛି।ତେବେ ତାଙ୍କୁ ପୋଲିସ ଧରି ବର୍ତ୍ତମାନ ଜେରା କରୁଛି।

Leave a Reply

Your email address will not be published. Required fields are marked *