ହେ ଭଗବାନ ବୁଡ଼ିବ ଓଡ଼ିଶା,ଧୋକା douchi ଛତିଶଗଡ଼,ତୁହାକୁ ତୁହା ବର୍ଷା ଫଳରେ ନଦୀ ଫୁଲୁଛି ବନ୍ୟା ଆଶଙ୍କା ବଢୁଛି,ଆଉ ଏଭଳି ଚାଲ ଖେଳିଦେଲା ଛତିଶଗଡ଼..

Spread the love

ଓଡ଼ିଶାରେ ବନ୍ୟା ଆଶଙ୍କା। ଫୁଲିଛି ମହାନଦୀ ଜଳସ୍ତର।ମହାନଦୀ, ବୁଢ଼ା ବଳଙ୍ଗ,ଜଳଙ୍ଗ ଏବଂ ଅନ୍ୟାନ୍ୟ ନଦୀରେ ସ୍ତର ବଢ଼ିବାରେ ଲାଗିଛି ଯାହାକି ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି।ତେବେ ବୁଢ଼ା ବଲଙ୍ଗ ନଦୀ ଫୁଲିବା କାରଣରୁ ରାୟପଦା ଗ୍ରାମକୁ ସଂଯୋଗ କରୁଥିବା କାଠ ପୋଲ ମଧ୍ୟ ଭାସି ଯାଇଛି ଯାହା ଫଳରେ

ସ୍ଥାନୀୟ ଗ୍ରାମ ବାସିନ୍ଦା ଯାତାୟାତ କରିବା ପାଇଁ ବହୁତ ହଇରାଣ ହେଉଛନ୍ତି।ଏଥି ସହିତ ସମ୍ବଲପୁର ,ରାୟଗଡ଼ା ଏବଂ ସୁବର୍ଣ୍ଣପୁର ସହ ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ବର୍ଷା ଜଳ କାରଣରୁ ଚିନ୍ତା ବଢ଼ିବାରେ ଲାଗିଛି।ତେବେ କେନ୍ଦୁଝର ଜିଲ୍ଲା ସୀମାନ୍ତରେ ଥିବା ବ୍ଲକରେ ମଧ୍ୟ ଅଧିକ ବର୍ଷା କାରଣରୁ ବର୍ଷା ଜଳ

ପଶି ଅନେକ ଲୋକଙ୍କ ଘରେ ପଶି ଗଲାଣି।ଏନେଇ ସ୍ଥାନୀୟ ବାସିନ୍ଦା ଚିନ୍ତିତ ଥିଲା ବେଳେ ଜିଲ୍ଲା ମୁଖ୍ୟ କହିଛନ୍ତି କି ଆମର ଉଦ୍ଧାର କରି ଦଳ ସଜାଗ ଅଛନ୍ତି କୌଣସି ଅସୁବିଧା ଥିଲେ ତୁରନ୍ତ ପଦକ୍ଷେପ ନେବେ।ତେବେ ଓଡିଶାରେ ବିଭିନ୍ନ ରାଜ୍ୟ ମାନଙ୍କରେ ତୁହାକୁ ତୁହା ବର୍ଷା ଏବଂ ଏହି ବୋଝ ଉପରେ

ନଳିତା ବିଡା ସାଜିଛି ଛତିଶଗଡ।ହୀରାକୁଦ ମୁଖ୍ୟ ଆନନ୍ଦ ସାହୁଙ୍କ କହିବା ଅନୁସାରେ ଛତିଶଗଡ ଆମକୁ କୌଣସି ପ୍ରକାରର ସାହାଯ୍ୟ କରୁ ନାହି ଉପର ମୁଣ୍ଡରେ ବର୍ଷା ଜଳ ଆସି ମିଶୁଛି କିନ୍ତୁ ଆମେ କିଛି ତଥ୍ୟ ଜାଣି ନାହିଁ ଯାହା ଫଳରେ ଗତକାଲି ଆଉ ୪ଟି ଗେଟ୍ ଖୋଲା ଯାଇଛି।ତେବେ ଏହାକୁ ନେଇ ଜଳ

ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ କହିଛନ୍ତି କି ଆଗରୁ ୨୪ଟି ଗେଟ୍ ଖୋଲା ଯାଇଥିଲା ଏବଂ ବର୍ତ୍ତମାନ ଆଉ ୪ଟି ଗେଟ୍ ଖୋଲା ଯାଇଛି ସର୍ବମୋଟ ୨୮ଟି ଗେଟ୍ ଖୋଲା ଯାଇଛି ତେଣୁ ରାଜ୍ୟର ମହାନଦୀରେ ଗୋଟିଏ ଛୋଟ ଧରଣର ବନ୍ୟା ହୋଇପାରେ।ଏନେଇ ଆମର ସମସ୍ତ ଅଫିସକୁ ଖବର ଦିଆ ଯାଇଛି ତାଙ୍କୁ ସଜାଗ ରହିବା ପାଇଁ କୁହା ଯାଇଛି।

ଏଥି ସହିତ ଆମ ଅଫିସରୁ ମଧ୍ୟ କିଛି ଅଫିସର ଆସନ୍ତା କାଲି ସୁଧା ସମସ୍ତ ଜିଲ୍ଲାରେ ପହଞ୍ଚି ଯିବେ ସ୍ଥିତି ନିର୍ଧାରଣ କରିବେ।ତେବେ ରାଜ୍ୟରେ ଏପରି ବର୍ଷା ଅନେକ ଲୋକଙ୍କ ଚିନ୍ତାର ମୁଖ୍ୟ କାରଣ ହୋଇଛି।

Leave a Reply

Your email address will not be published. Required fields are marked *