ହାରିବା ପରେ ରାଗିଗଲେ ଧୋନି, ଯାଦବଙ୍କ ଉପରେ କହିଦେଲେ ଏପରି କଥା ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

Spread the love

ଆଇପିଏଲର ଆଉ ଏକ ରୋମାଞ୍ଚକର ମ୍ୟାଚ ଚେନ୍ନାଇ ସୁପର କିଙ୍ଗ ଓ କୋଲକତା ନାଇଟ ରାଇଡ଼ର୍ସ ମଧ୍ୟରେ ଦୁବାଇର ଅବୁଧାବି ଷ୍ଟାଡ଼ିୟମରେ ଖେଳାଗଲା। ଏହି ମ୍ୟାଚରେ କୋଲକତା ଚେନ୍ନାଇକୁ ୧୦ ରନରେ ପରାସ୍ତ କରି ପଏଣ୍ଟ ଟେବୁଲ ରେ ଉପରକୁ ଆସିଯାଇଛି। କୋଲକତା ଏବେ ନମ୍ବର ୩ କୁ ଆସିଯାଇଛି। ଏହି ମ୍ୟାଚ କଥା କହିବାତ ଦିନେଶ କାର୍ତିକ ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ ବାଛିଥିଲେ।କିନ୍ତୁ ଏହି ମ୍ୟାଚରେ ରାହୁଲ ତ୍ରିପାଠୀ ଙ୍କ ସହିତ କେହି ରହିପାରିଲେ ନାହିଁ। କୋଲକତା ପାଇଁ ଓପନିଙ୍ଗ କରିବାକୁ ଶୁଭମନ ଗିଲ ଓ ରାହୁଲ ତ୍ରିପାଠୀ ଆସିଥିଲେ। ରାହୁଲ ତ୍ରିପାଠୀ ବହୁତ ଭଲ ଖେଳୁଥିଲେ କିନ୍ତୁ ଶୁଭମନ ଗିଲ ସେତେ ଭଲ ଖେଳିପାରିଲେ ନାହିଁ ସେ ମାତ୍ର ୧୧ ବଲ ରେ ୧୨ ରନ କରି ଆଉଟ ହୋଇଗଲେ।

ଏହା ପରେ କୋଲକତାର କୌଣସି ବ୍ୟାଟ୍ସମ୍ୟାନ ଅଧିକ ସମୟ ପର୍ଯ୍ୟନ୍ତ ଖେଳିପାରିଲେ ନାହିଁ । ଏହା ପରେ ନୀତିଶ ରାଣା, ସୁନୀଲ ନାରାୟଣୀ, ଦିନେଶ କାର୍ତିକ, ୟୋନ ମର୍ଗନ, ଆଣ୍ଡ୍ରେ ରସେଲ ଶୀଘ୍ର ଆଉଟ ହୋଇଗଲେ। ରାହୁଲ ତ୍ରିପାଠୀ ଙ୍କ ଛଡା କୋଲକତା ର କୌଣସି ଅନ୍ୟ ବ୍ୟାଟ୍ସମାନ ୫୦ ରନ ମଧ୍ୟ କରିପାରିନଥିଲେ ।କିନ୍ତୁ ଗୋଟିଏ ପଟେ ରାହୁଲ ତ୍ରିପାଠୀ ବହୁତ ଭଲ ବ୍ୟାଟିଙ୍ଗ କରୁଥିଲେ।ସେ ମାତ୍ର ୩୩ ବଲ ରେ ଅଧଶତକ କରିବା ସହିତ ଏହି ମ୍ୟାଚରେ ୮୧ ରନ ର ସୁନ୍ଦର ପାରି ଖେଳିଥିଲେ। ଯାହା ଦ୍ୱାରା କୋଲକତା ୨୦ ଓଭରରେ ଅଲଆଉଟ ହୋଇ ୧୬୭ ରନ କରିପାରିଲା।ଚେନ୍ନାଇ କୁ ଜିତିବା ପାଇଁ ୧୬୮ ରନର ଆବଶ୍ୟକତା ଥିଲା।ଯାହା ଚେନ୍ନାଇ ପାଇଁ ସହଜ ତ ଥିଲା କିନ୍ତୁ ସେପରି ହୋଇପାରିଲା ନାହିଁ।

ଚେନ୍ନାଇ ପାଇଁ ଓପନିଙ୍ଗ କରିବାକୁ ସେନ ୱାଟସନ ଓ ଫାଫ ଡୁପ୍ଲେସି ଆସିଥିଲେ ୱାଟସନ ବହୁତ ଭଲ ବ୍ୟାଟିଙ୍ଗ କରୁଥିଲେ କିନ୍ତୁ ଡୁପ୍ଲେସି ମାତ୍ର ୧୦ ବଲରେ ୧୭ କରି ଆଉଟ ହୋଇଗଲେ। ଏହା ପରେ ଅମ୍ବତି ରାଇଡୁ ୨୭ ବଲ ରେ ୩୦ ଓ ୱାଟସନ ୪୦ ବଲରେ ୫୦ରନ କରି ଆଉଟ ହୋଇଗଲେ। ଏହା ପରେ ଅନୁଭବୀ ଧୋନି ୧୧ ଓ ସୈମ କରନ ମାତ୍ର ୧୭ ରନ କରି ଆଉଟ ହୋଇଗଲେ।ଏହା ପରେ ଚେନ୍ନାଇ ପାଇଁ ପାରିକୁ ଜିତାଇବାର କାମ ଥିଲା କେଦାର ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କର। ଜାଡେଜା ମାତ୍ର ୭ ବଲ ରେ ୨୧ ରନ କରିଦେଲେ କିନ୍ତୁ କେଦାର ଯାଦବ ୧୨ ବଲରେ ମାତ୍ର ୭ ରନ ହିଁ କରିପାରିଲେ। ଧିମା ଖେଳିବା ଯୋଗୁ ଚେନ୍ନାଇ ଟିମ ଏହି ମ୍ୟାଚକୁ ୧୦ ରନ ରେ ହାରିଗଲା। ଏବେ ଚେନ୍ନାଇର ଏହି ହାରିବାର କାରଣ କେଦାର ଯାଦବ କୁହାଯାଇଛି।ଆପଣଙ୍କୁ କହିରଖିବୁ କେଦାରଙ୍କ ଧିମା ବ୍ୟାଟିଙ୍ଗ ଯୋଗୁ ଚେନ୍ନାଇ ମ୍ୟାଚକୁ ଜିତିପାରିଲାନାହିଁ।ଧୋନି ମଧ୍ୟ ବହୁତ ରାଗିଯାଇଥିବା ଦେଖିବାକୁ ମିଳିଲା।ମ୍ୟାଚ ପରେ ଇଣ୍ଟରଭିଉ ରେ ଧୋନି କହିଲେ ଯଦି ଆମେ ଏତେ କମ ରନରେ ହାରିଲୁ ଏହାର ଅର୍ଥ ଆମକୁ ନିଜ ବ୍ୟାଟିଙ୍ଗ କୁ ଆହୁରି ଭଲ କରିବାକୁ ପଡିବ।

ଧୋନି କହିଥିଲେ” ମୁଁ ପ୍ରଥମେ ଆମ ବୋଲର ମାନଙ୍କୁ ଧନ୍ୟବାଦ ଦେବୀ ସେମାନେ ବହୁତ ଭଲ ବୋଲିଙ୍ଗ କରିଥିଲେ।ଯାହା ଯୋଗୁ କୋଲକତା ବହୁତ କମ ରନ ହିଁ କରିପାରିଥିଲା। ହାରିବାର କାରଣ ହେଉଛି ଆମର ଖରାପ ବ୍ୟାଟିଙ୍ଗ। ଟପ ଅଡର ବହୁତ ଭଲ ବ୍ୟାଟିଙ୍ଗ କରିଥିଲେ ଏହା ପରେ ମୁଁ ଭଲ ରନ କରିପାରିନଥିଲି ଓ ସୈମ କରନ ମଧ୍ୟ ଜଲ୍ଦି ଆଉଟ ହୋଇଗଲେ।ଏହା ପରେ କେଦାରଙ୍କ ଧିମା ବ୍ୟାଟିଙ୍ଗ ପାଇଁ ଟିମ ପ୍ରେସରରେ ଆସିଗଲା ଓ ଏହି ମ୍ୟାଚ ଜିତିପାରିଲା ନାହିଁ। ଯଦି ଟିମ ଏତେ କମ ରନରେ ଜିତିପାରିଲା ନାହିଁ ଏହାର ଅର୍ଥ ଆମର ବ୍ୟାଟିଙ୍ଗ ବହୁତ ଖରାପ ରହିଛି ଯାହାକୁ ଆମକୁ ଭଲ କରିବାକୁ ପଡିବ”।ଏହା ପରେ ଧୋନି ପୁନଃ କହିଲେ କି ଆମକୁ ଆଗାମୀ ମ୍ୟାଚରେ ଭଲ ବ୍ୟାଟିଙ୍ଗ କରିବାକୁ ପଡିବ।ଏବେ ସବୁଆଡେ କେଦାରଙ୍କ ଧିମା ବ୍ୟାଟିଙ୍ଗ ଉପରେ କୁହାଯାଇଛି ଏହା କହିବା ମଧ୍ୟ ସ୍ୱାଭାବିକ କାରଣ ଶେଷ ସମୟରେ ଯଦି କୌଣସି ବ୍ୟାଟ୍ସମ୍ୟାନ ୧୨ ବଲରେ ୭ ରନ କରିବ ଏହାକୁ ନେଇ ନିଶ୍ଚିତ ସମାଲୋଚନା ହେବ।

Leave a Reply

Your email address will not be published. Required fields are marked *