କଫ ବାହାର କରିବାର ଘରୋଇ ଉପଚାର, ଆସିଲା ସହଜ ଉପାୟ।

Spread the love

ଆଜି ଆମେ କହିବୁ କଫ ବିଷୟରେ। ଯଦି କାହାର ବି କଫ ଛାତିରେ ଜମା ହୋଇରହିଛି ତାହା ଅନେକ ପ୍ରକାର ଓସଦ ଖାଇବା ପରେ ମଧ୍ୟ ବାହାରୁନାହିଁ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହା ରହିବାର କାରଣ କଣ ଓ ଏହାକୁ ବାହାର କରିବା ପାଇଁ କିଛି ଘରୋଇ ଉପଚାର।ଆମ ଶରୀରରେ ତିନୋଟି ଦୋଷ ଥାଏ ତାହା ହେଉଛି ତ୍ରିଦୋଷ ବାତ, କଫ, ପିତ । ଛାତିରେ ସେବେ କଫ ରହିଥାଏ ଯେବେ କଫ ଇନବାଲାନ୍ସ ହୋଇଥାଏ।ଆପଣଙ୍କ ଶରୀରରେ ଫସଫରସ ରହିଥାଏ ଯେବେ ଏହାର ମାତ୍ରା କମିଯାଇଥାଏ ସେବେ କଫର ମାତ୍ରା ଇନବାଲାନ୍ସ ହୋଇଥାଏ।ଏହା ଦ୍ଵାରା କଫ ଆପଣଙ୍କ ଛାତିରେ ଜମାଟ ବାନ୍ଧେ। ଏହା ଦ୍ଵାରା ଆହୁରି ମଧ୍ୟ ଅନେକ ରୋଗ ହୋଇଥାଏ। ଯଦି ଆପଣଙ୍କ ଶରୀରରେ ମଧ୍ୟ ଫସଫରସ ମାତ୍ରା କମ ଅଛି ତେବେ ଆପଣ ମଧ୍ୟ ଏପରି ଏକ ଜିନିଷ ଅଛି ଯାହାକୁ ବ୍ୟବହାର କରି ଫସଫରସର ମାତ୍ରା ବୃଦ୍ଧି କରିପାରିବେ।

ସେହି ଜିନିଷଟି ହେଉଛି ଗୁଡ଼।ଗୁଡ଼ ସାଧାରଣତ ଦୁଇପ୍ରକାର ଗୋଟିଏ ହେଉଛି ତରଳ ଗୁଡ଼ ଆଉ ଏକ କେଉଛି କଠିନ ଗୁଡ଼।ଦୁଇଟି ମଧ୍ୟରୁ ତରଳ ଗୁଡ଼ରେ ଅଧିକ ପରିମାଣର ଫସଫରସ ଥାଏ। ଆପଣଙ୍କ ପାଖରେ ଯେଉଁ ଗୁଡ଼ ଅଛି ଆପଣ ତାକୁ ବ୍ୟବହାର କରନ୍ତୁ।ଆପଣ ଭାବୁଥିବେ ଗୁଡ଼ରେ ଫସଫରସ ଅଛି ବୋଲି ଆମେ ଜାଣିଲୁ କିପରି ଏକ ପୁସ୍ତକ ଅଛି ଅଷ୍ଟାଙ୍ଗ ହୃଦୟମ ସେହି ପୁସ୍ତକ ପଢି ଆପଣ ମଧ୍ୟ ଅନେକ କଥା ଜାଣିପାରିବେ। ଏହାକୁ ରହିବ ଦୀକ୍ଷିତ ଜି ମଧ୍ୟ ବ୍ୟବହାର କରି ଜଣାଇଛନ୍ତି ଗୁଡ଼ ଦ୍ଵାରା ଫସଫରସ କମୀ ଦୁରକରାଯାଇପାରିବ।ଏହି ଗୁଡିକୁ କିପରି ସେବନ କରିବେ ଓ କଣ ସବୁ କରିବେ ଏହା ବିଷୟରେ ଆମେ ଆପଣଙ୍କୁ କହିବୁ ।ପ୍ରଥମ ହେଉଛି ପ୍ରତ୍ୟେକ ଦିନ ଆପଣ ୫୦ ଗ୍ରାମ ଲେଖା ଗୁଡ଼ ଖାଆନ୍ତୁ।କୌଣସି ସମୟରେ ଏହାକୁ ଆପଣ ଖାଇପାରିବେ ଏହାର କହିବାର କୌଣସି ନିଧିଷ୍ଟ ସମୟ ନାହିଁ।

ଦ୍ୱିତୀୟରେ ଆପଣ ଏକ ପାନ ନେବେ ଏହା ପରେ ଅଳ୍ପ ସୁଣ୍ଠି ନେବେ।ଅଦାଭଳି ଦେଖାଯାଇଥାଏ ସୁଣ୍ଠି।ତାହା ସହ ଅଳେଇଚ ଓ ଲବଙ୍ଗ ମିସାଇବେ। ଏହା ପରେ ସେହି ପାନରେ ଏହାକୁ ମିଶାଇ ଚୋବାଇ ଚୋବାଇ ଖାଇବେ। ପାଖାପାଖି ୧୦ ମିନିଟ ପର୍ଯ୍ୟନ୍ତ ଚୋବାଇବେ।

ତୃତୀୟରେ ଆପଣ ଡାଲଚୀନ ପାଉଡର ନିୟନ୍ତୁ।  ଏକ ଚାମଚ ଡାଲଚୀନ ପାଉଡର ନେଇ ସେଥିରେ ସେତିକି ମହୁ ମିଶାନ୍ତୁ ସେପରି ଅଟାରେ ପାଣି ମିଶାଇବା ଦ୍ଵାରା ଗୋଲ ଗୋଲ ଗୁଳା ହୋଇଥାଏ।ଯେପରି ଡାଲଚୀନ ପାଉଡ଼ର ମଧ୍ୟ ଗୁଳା ହୋଇଯିବ। ଯେପରି ଆପଣ ଚକୋଲେଟ ଚୁଚୁମି ଚୁଚୁମି ଖାଇଥାନ୍ତି ଏହାକୁ ମଧ୍ୟ ସେହିପରି ଖାଆନ୍ତୁ ଓ ଏହା ପରେ ଏକ ଗ୍ଲାସ ଗରମ ପାଣି ପିଅନ୍ତୁ।

ଚତ୍ରୁର୍ଥ ରେ ଦିନକୁ ଆପଣ ୫ କପ ଗରମ ପାଣି ପିଇବେ। ସକାଳୁ ଉଥିବା ଠୁ ଶୋଇବା ପର୍ଯ୍ୟନ୍ତ ଆପଣ ୫ କପ ଗରମ ପାଣି ପିଇବେ ଯାହା ଯେତିକି ଗରମ ହୋଇଥାଏ ସେହି ପାଣି ମଧ୍ୟ ସେତିକି ଗରମ ଥିବ ସେଥିରେ ଅନ୍ୟ କିଛି ମିସାଇବେ ନାହିଁ। ଏହା ସହିତ ଦିନକୁ ତିନି ଥର ଗରମ ପାଣି ନେଇ ତଣ୍ଟି ମୂଳେ କୁଳୁକୁଳୁ କରିବେ। ୧୦ ମିନିଟ ପର୍ଯ୍ୟନ୍ତ କୁଳୁକୁଳୁ କରନ୍ତୁ। ଯଦି ଆପଣ ନିଜ କଫ ବାହର କରିବାକୁ ଚାହୁଁଛନ୍ତି ଏହାକୁ ଏକ ମାସ ପର୍ଯ୍ୟନ୍ତ କରନ୍ତୁ ଦେଖିବେ ନିଶ୍ଚିତ ଆପଣଙ୍କ କଫ ବହାରିଯିବ।

Leave a Reply

Your email address will not be published. Required fields are marked *