ସକାଳୁ ଏହି ୩ ଟି ଜିନିଷ ଦେଖୁଛନ୍ତି ତେବେ ଜାଣିରଖନ୍ତୁ ମାତା ଲଷ୍ମୀ ଆପଣଙ୍କ ଘରକୁ ଆସୁଛନ୍ତି- ଏହି ସଂକେତ ରୁ ଜାଣି ରଖନ୍ତୁ

Spread the love

ଆପଣ ମାନଙ୍କୁ କହିରଖିବୁ ସବୁ ବେଳେ ସୁଖ ବା ଦୁଃଖ ରହିନଥାଏ। ସୁଖ ପରେ ଦୁଃଖ ଓ ଦୁଃଖ ପରେ ସୁଖ ପୁନଃ ଆସିଥାଏ। ଆଗକୁ ଆମ ସହ କିଛି ଭଲ ହେବାକୁ ଯାଉଛି ନା କିଛି ଖରାପ ହେବାକୁ ଯାଉଛି ସେଥିପାଇଁ ଭଗବାନ ଆମକୁ କୌଣସି ନା କୌଣସି ସଂକେତ ଦେଇଥାନ୍ତି।ଯାହାକୁ ଆମେ ଜାଣିପାରିନଥାଉ କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଏପରି କଥା କୁହାଯାଇଛି ଯାହାକୁ ଜାଣି ଆପଣ ନିଜ ସହ ଆଗକୁ କଣ ଘଟିବାକୁ ଯାଉଛି ତାହା କିଛି ମାତ୍ରାରେ ଜାଣିପାରିବେ।ଜ୍ୟୋତିଷ ଶସ୍ତାରେ ସବୁ ସଂକେତ ମାନଙ୍କର ଅର୍ଥ କୁହାଯାଇଛି ଯାହା ଦ୍ୱାରା ଆପଣ ଜାଣିପାରିବେ କେଉଁ ସଂକେତ ଦ୍ଵାରା କଣ ଘଟିବାକୁ ଯାଉଛି।

ସକାଳୁ ଉଠିବା ପରେ ଯଦି ଆପଣ କୌଣସି ଧଳା ଫୁଲ ଦେଖନ୍ତି ଏହାର ଅର୍ଥ ଆପଣଙ୍କ ସହ ବହୁତ ଭଲ କିଛି ଘଟିବାକୁ ଯାଉଛି। ଆପଣଙ୍କ ଦିନଟି ଭଲରେ କଟିବାକୁ ଯାଉଛି। ଧଳା ଫୁଲ ଶାନ୍ତି କୁ ଦର୍ଶାଇ ଥାଏ।ଏହାକୁ ଦେଖିବାର ଅର୍ଥ ଆପଣଙ୍କୁ ମାତା ଲଷ୍ମୀଙ୍କର କୃପା ମିଳିବାକୁ ଯାଉଛି। ଯାହା ଦ୍ୱାରା ଆପଣଙ୍କ ସବୁ ଅଶୁବିଧା ଦୁରହେବ।ମାତା ଲଷ୍ମୀ ଧନର ଦେବୀ ଅଟନ୍ତି।ଯଦି ମାତା ଲଷ୍ମୀ କାହା ଉପରେ କୃପା କରନ୍ତି ସେହି ବ୍ୟକ୍ତିର ଧନର ଅଭାବ ରହିନଥାଏ।କିନ୍ତୁ ଯଦି ମାତା ଲଷ୍ମୀ ଘର ଛାଡ଼ି ପଳାନ୍ତି ତେବେ ଆପଣ ଯେତେ ପରିଶ୍ରମ କରି ରୋଜଗାର କଲେ ମଧ୍ୟ ପଇସା ରୁହେନାହିଁ। ଧଳା ଫୁଲ ଦେଖିବାର ଅର୍ଥ ମାତା ଲଷ୍ମୀ ଆପଣଙ୍କ ଉପରେ କୃପା କରିବାକୁ ଯାଉଛନ୍ତି।

ଯଦି ଆପଣ ସକାଳୁ ଉଠିବା ପରେ କୌଣସି ଗାଈ ଦେଖୁଛନ୍ତି ବା ତାର ତାର ଶବ୍ଦ ଶୁଣୁଛନ୍ତି ତେବେ ଏହା ମଧ୍ୟ ବହୁତ ଶୁଭ ହୋଇଥାଏ। ଗାଈ ଦେଖିବାର ଅର୍ଥ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ।ଗାଈକୁ ହିନ୍ଦୁ ଧର୍ମରେ ପୂଜା କରାଯାଏ ସେମିତିବି ଗାଈକୁ ଖାଇବାକୁ ଦେବା ଦ୍ଵାରା ବହୁତ ଉପକାର ହୋଇଥାଏ। ତେଣୁ ଯଦି ଆପଣ ସକାଳୁ ଉଠିବା ପରେ ଗାଈ ଦେଖୁଛନ୍ତି ଏହାର ଅର୍ଥ ଆପଣଙ୍କ ଭଲ ସମୟ ଆସିବାକୁ ଯାଉଛି।

ଏହା ସହିତ ଯଦି ଆପଣ ସକାଳେ ହଂସ ବା ଶଙ୍ଖ ଦେଖୁଛନ୍ତି ଏହା ମଧ୍ୟ ବହୁତ ଶୁଭ ହୋଇଥାଏ ଏହାର ଅର୍ଥ ମଧ୍ୟ ଆପଣଙ୍କ ଭଲ ସମୟ ଆସିବାକୁ ଯାଉଛି। ଏହି ଦୁଇଟି ଜିନିଷ ଧର୍ମର ପ୍ରତୀକ ଅଟନ୍ତି। ଏହାକୁ ଦେଖିବାର ଅର୍ଥ ଆପଣଙ୍କର କୌଣସି ବଡ଼ ସମସ୍ୟା ଦୂର ହେବାକୁ ଯାଉଛି। ଆପଣ ଦୀର୍ଘ ଦିନକୁ ଯଦି କୌଣସି କାରଣ ପାଇଁ ଚିନ୍ତିତ ଅଛନ୍ତି ତେବେ ତାହା ଦୂର ହେବାକୁ ଯାଉଛି।

ଗୋବରକୁ ଲୋକ ଘୃଣା କରନ୍ତି କିନ୍ତୁ ଯଦି ଆପଣ ସକାଳେ ଗୋବର ଦେଖୁଛନ୍ତି ଏହାର ଅର୍ଥ ମାତା ଲଷ୍ମୀଙ୍କର କୃପା ଆପଣ ପାଇବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଶୁଭ ମାନାଯାଇଛି। ଏହା ଛଡା ସକାଳେ କୌଣସି ମୟୁରକୁ ନାଚିବା ଦେଖିବା ମଧ୍ୟ ଶୁଭ ବୋଲି କୁହାଯାଇଛି । ଯଦି ଆପଣ ଏହି ସବୁ ସଂକେତ ଦେଖୁଛନ୍ତି ତାହାର ଅର୍ଥ ଆପଣଙ୍କ ଭଲ ଦିନ ଆସିବାକୁ ଯାଉଛି।

Leave a Reply

Your email address will not be published. Required fields are marked *