ଦୁଇ ଭଉଣୀ କିପରି ହେଇଗଲେ ତାରା ତାରିଣୀ – ଓଡ଼ିଶାର ଏହି ସତ ଘଟଣା ଶୁଣିଲେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରୀ ଉଠିବ..

Spread the love

ବନ୍ଧୁମାନେ ଗଞ୍ଜାମ ଜିଲ୍ଲାରେ ତାରା ତାରିଣୀ ମନ୍ଦିର ଅବସ୍ଥିତ ଅଟେ।ଏହା ହିନ୍ଦୁ ଧର୍ମର ଶକ୍ତି ସ୍ୱରୁପିଣୀ ତାରା ତାରିଣୀଙ୍କ ଶକ୍ତି ପୀଠ ଅଟେ।ତେବେ ଏହାର ମାହାତ୍ମ୍ୟ ପୁରା ଦେଶରେ ପ୍ରସିଦ୍ଧ।ତେବେ ସେହି ଜାଗାଟି ମଧ୍ୟ ଅତ୍ୟନ୍ତ ସୁନ୍ଦର ଅଟେ।ପାହାଡ ଉପରେ ମାଆଙ୍କର ଏହି ମନ୍ଦିରଟି ଦର୍ଶକମାନଙ୍କର ଅତି ପସନ୍ଦର ଜାଗା ହେଇଥାଏ।ତେବେ ଭାରତରେ ଥିବା ୫୧ ଶକ୍ତି ପୀଠ ମଧ୍ୟରୁ ଏହା ଅନ୍ୟତମ ଅଟେ।ଏଠାରେ ତାରା ଓ ତାରିଣୀ ଦୁଇଜଣ ଭଉଣୀ ପୂଜା ପାଆନ୍ତି।ତେବେ ଏହି ମନ୍ଦିର ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ପଢନ୍ତୁ।

ଏହି ପୀଠର ଅନ୍ୟ ପୀଠ ଅପେକ୍ଷା କିଛି ସ୍ଵତନ୍ତ୍ରତା ରହିଛି।ଏହା ବୈଷ୍ଣବ, ବୌଦ୍ଧ,ତନ୍ତ୍ର ଓ ଶକ୍ତିପୀଠ ରୁପରେ ପ୍ରସିଦ୍ଧ ଅଟେ।କିମ୍ବଦନ୍ତୀ ହିସାବରେ ସତ୍ୟଯୁଗରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ପିତାଙ୍କ ଅନିଚ୍ଛା ସତ୍ତ୍ବେ ଶିବ ଶଙ୍କରଙ୍କୁ ବିବାହ କରିଥିଲେ।ଥରେ ଦକ୍ଷ ପ୍ରଜାପତି ଏକ ବିରାଟ ଯଜ୍ଞର ଆୟୋଜନ କଲେ।ଏହି ଯଜ୍ଞକୁ ସେ ସମସ୍ତ ଦେବଦେବୀଙ୍କୁ ଆମନ୍ତ୍ରଣ କରିଥିଲେ।ତେବେ ସେ ଶିବଙ୍କର ମଶାଣି ଓ ତାଙ୍କର ବେଶଭୂଷାକୁ ପସନ୍ଦ କରନ୍ତି ନାହିଁ।ଅନିଚ୍ଛା ସତ୍ତ୍ବେ ସତୀ ତାଙ୍କୁ ବିବାହ କରିଥିବାରୁ ସେ ନିଜ ଝିଅ ଏବଂ ଜ୍ବାଇଁଙ୍କୁ ସେ ଯଜ୍ଞକୁ ଆମନ୍ତ୍ରଣ କରିନଥିଲେ।

ମହର୍ଷି ନାରଦଙ୍କ ଠାରୁ ଯଜ୍ଞର କଥା ଶୁଣି ଶିବଙ୍କର ଶତ ବାରଣ ପରେ ମଧ୍ୟ ସତୀ ଯଜ୍ଞରେ ଯାଇ ପହଞ୍ଚିଥିଲେ।ତେବେ ସେଠାରେ ପହଞ୍ଚିବା ପରେ ଦକ୍ଷ ଶିବଙ୍କ ବିଷୟରେ ବହୁତ କଥା କହିଥିଲେ।ନିଜ ସ୍ଵାମୀଙ୍କ ବିଷୟରେ ଏପରି କଥା ଶୁଣି ନ ସହି ପାରି ଆତ୍ମାହୁତି ଦେଇଥିଲେ।ତେବେ ଏହି ଖବର ଶୁଣିବା ପରେ ଶିବ ଅତ୍ୟନ୍ତ କ୍ରୋଧିତ ହେଇ ଯାଇଥିଲେ।ଏହାପରେ ସେ ଯଜ୍ଞ ସ୍ଥାନକୁ ଯାଇ ଦକ୍ଷଙ୍କ ମୁଣ୍ଡକୁ ଛେଦ କରି ଦେଇଥିଲେ।ଏହାପରେ ଶିବ ସତୀଙ୍କର ଶବକୁ ଧରି ପାଗଳଙ୍କ ଭଳି ଘୁରି ବୁଲିଲେ।

ତେବେ ଶିବଙ୍କ ବିନା ସୃଷ୍ଟି ଚାଲିବା ଅସମ୍ଭବ ଜାଣି ଭଗବାନ ବିଷ୍ଣୁ ନିଜ ସୁଦର୍ଶନ ଛାଡ଼ି ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଥିଲେ।ତେବେ ସତୀଙ୍କ ଶରୀର ୫୧ ଖଣ୍ଡ ହେଇ ମର୍ତ୍ତ୍ୟରେ ୫୧ଟି ଜାଗାରେ ପଡ଼ିଥିଲା।ସେହି ୫୧ଟି ଜାଗାରେ ୫୧ଟି ଶକ୍ତି ପୀଠ ହେଇଥିଲା।ସତୀଙ୍କ ବକ୍ଷୋଜ ତାରା ତାରିଣୀ ପୀଠରେ ପଡ଼ିଥିଲା।ତାଙ୍କର ବକ୍ଷୋଜରୁ ତାରା ତାରିଣୀ ୨ ଭଉଣୀ ଜନ୍ମ ନେଇଥିଲେ।ମା ତାରା ତାରିଣୀ ମହର୍ଷି ବଶିଷ୍ଠଙ୍କର ଇଷ୍ଟ ଦେବୀ।

ଦିନେ ବଶିଷ୍ଠ ନିଜର ଅଭିପସା ପୂରଣ ପାଇଁ ମାତାଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା କଲେ କିନ୍ତୁ ମାତା ଦୁହେଁ ଦର୍ଶନ ଦେଲେ ନାହିଁ।ତେଣୁ ମହର୍ଷି ସେମାନଙ୍କୁ ଅପୂଜା ରହିବାକୁ ଅଭିଶାପ ଦେଇଦେଲେ।କିନ୍ତୁ ଦୁହେଁ ଅନୁତାପ କରିବା ପରେ ମହର୍ଷି ଶାନ୍ତ ହେଇ କହିଥିଲେ କି କଳିଯୁଗର ମଧ୍ୟ ଭାଗରେ ତାଙ୍କର ବଡ଼ ଭଉଣୀ ଋଷିକୂଲ୍ୟା କୂଳରେ ତାରା ତାରିଣୀ ପର୍ବତର ଶୀର୍ଷରେ ପୂଜା ପାଇବେ।ତେବେ ଏହିପରି ଅନେକ କିମ୍ବଦନ୍ତୀ ରହିଛି ତାରା ତାରିଣୀ ମନ୍ଦିର ବିଷୟରେ।

Leave a Reply

Your email address will not be published. Required fields are marked *