ନିମ୍ବ ପତ୍ର ଦୂର କରିଥାଏ ଏହି ସବୁ ବଡ଼ ରୋଗ – ଖାଲି ବ୍ୟବହାର କରିବାର ଉପାୟ ଗୁଡିକ ଏବେ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ନିମ୍ବ ପତ୍ରର କିଛି ବିଶେଷ ଗୁଣ ବିଷୟରେ ଜାଣିବା।ଏବଂ ଏହା ମଧ୍ୟ ଜାଣିବା କଣ ରହିଛି ନିମ୍ବ ପତ୍ରର ବିଶେଷ ଉପକରିତା।ନିମ୍ବପତ୍ରକୁ ପୁରାତନ ଯୁଗରୁ ଲୋକମାନେ ମଧୁମେହ, ଆଣ୍ଠୁ ଗଣ୍ଠି ରୋଗ, ପେଟ ରୋଗ ଏବଂ ତ୍ୱଚା ସମ୍ୱନ୍ଧୀୟ ରୋଗର ଚିକିତ୍ସା ପାଇଁ ବ୍ୟବହାର କରି ଆସୁଛନ୍ତି।ପତ୍ରରେ ଆଣ୍ଟି ଭାଇରାଲ,ଆଣ୍ଟି ଫଙ୍ଗାଲ,ଆଣ୍ଟି ବ୍ୟାକ୍ଟେରିଆଲ ଆଦି ସବୁ ବିଶେଷ ଗୁଣ ରହିଅଛି।ତେଣୁ ଏହା ଅନେକ ଗୁଡିଏ ଔଷଧର ତିଆରିର ମୁଖ୍ୟ ଉପାଦାନ ଭାବରେ ବ୍ୟବହାର କରାଯାଇଥାଏ।

ନିମ୍ବ ପତ୍ର ଗୋଟିଏ ଆୟୁର୍ବେଦିକ ଔଷଧ ଅଟେ।ତେଣୁ ଏହାର ବ୍ୟବହାରଗୋଟିଏ ନିର୍ଦ୍ଧିଷ୍ଟ ଉପାୟରେ କରିବା ଦ୍ୱାରା ଏହା ଆମ ଶରୀରକୁ ଲାଭ ଦେଇଥାଏ।ଯଦି ଆପଣ ଏହାର ବ୍ୟବହାର ମନଇଚ୍ଛା ଉପାୟରେ କରନ୍ତି ତେବେ ଏହା ଆପଣଙ୍କ ଶରୀରକୁ କ୍ଷତି ମଧ୍ୟ କରିଥାଏ।ତେବେ ଆଜିର ଏହି ଆର୍ଟିକିଲରୁ ଆମେ ଜାଣିବାନିମ୍ବ ପତ୍ରରୁ କଣ ସବୁ ଲାଭ ମିଳିଥାଏ।ଓ ଏହାକୁ ଆପଣ କିଭଳି ଭାବରେ ବ୍ୟବହାର କରିବା ଉଚିତ।ଯାହାଦ୍ୱାରା ଆପଣ ନିମ୍ବ ପତ୍ରରୁ ଉଚିତ ଲାଭ ପାଇପାରିବେ।ଏଥିପାଇଁ ଆପଣ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା।

ପ୍ରଥମତଃ ଏହା ମଧୁମେହକୁ ନିୟନ୍ତ୍ରଣରେ ରଖିଥାଏ।ଆଜି କାଲିର ଜୀବନ ଶୈଳୀ ଏବଂ ବହୁଳ ମାତ୍ରାରେ ଜଙ୍କଫୁଡ୍ର ବ୍ୟବହାର ଯୋଗୁ ମଧୁମେହ ଏକ ବଡ଼ ସମସ୍ୟା ରୂପରେ ଉଭା ନେଇଛି।ଯଦି କୌଣସି ବ୍ୟକ୍ତିଙ୍କୁ ମଧୁମେହ ହୋଇଥାଏ ତେବେ ତାଙ୍କୁ ଇନ୍ସୁଳୀନ ନେବାକୁ ପଡିଥାଏ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ ଏହି ରୋଗ ନିମ ପତ୍ର ଦ୍ୱାରା ଭଲ କରିପାରିବେ।ଆପଣ ପ୍ରତିଦିନ ତିନିରୁ ଚରି ନିମ ପତ୍ରକୁ ଚୋବାଇ ଚୋବାଇ ସେବନ କରନ୍ତୁ।ଏହା ଦ୍ୱାରା ତାହା ଆପଣଙ୍କ ରକ୍ତରେ ଥିବା ସୁଗାରର ମାତ୍ରାକୁ ନିୟନ୍ତ୍ରଣ କରେ।

ଦ୍ୱିତୀୟରେ ଏହା ହାର୍ଟକୁ ସଫା ରଖିବାରେ ସାହାଯ୍ୟ କରେ। ନିମ୍ବ ପତ୍ରରେ ଥିବା ଔଷଧୀୟ ଗୁଣ ରକ୍ତକୁ ସଫା କରିଥାଏ।ଓ ଏହା ସହିତ ଏହା ଆମ ଶରୀରର ରକ୍ତ ସଞ୍ଚାଳନକୁ ଭଲ କରିଥାଏ।ଏହା ସହିତ ହାର୍ଟକୁ ମଧ୍ୟ ସୁସ୍ଥ କରିଥାଏ।

ତୃତୀୟର ଏହା ତ୍ୱଚା ରୋଗ ସବୁ ଦୂର କରିଥାଏ।କିଛି ଭାଇରସ ଏବଂ ବ୍ୟାକ୍ଟେରିଆ ଯୋଗୁ ଆମ ତ୍ୱଚାରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ଏବଂ ଦାଗ ମଧ୍ୟ ହୋଇଥାଏ।ଏହି ସବୁ ତ୍ୱଚା ରୋଗକୁ ନିମ୍ବ ପତ୍ର ଭଲ କରିଥାଏ।ପ୍ରଥମେ ନିମ୍ବ ପତ୍ର ନେଇ ତାହାକୁ ଗୁଣ୍ଡ କରି ପେଷ୍ଟ ବନାନ୍ତୁ ଏବଂ ଏହାପରେ ସେହି ପେଷ୍ଟକୁ ଇନଫେକ୍ଟେଡ଼ ସ୍ଥାନରେ ଲଗାନ୍ତୁ।ଏହାଦ୍ୱାରା ସେହି ରୋଗ ଭଲ ହୋଇଜାଇଥାଏ।

ଏହା ଆଣ୍ଠୁଗଣ୍ଠି ବିନ୍ଧା ଦୂର କରିଥାଏ।ଆଣ୍ଠୁ ଗଣ୍ଠି ବିନ୍ଧା ପାଇଁ ନିମ୍ବ ତେଲ ଚମତକରି ଔଷଧ ଭାବରେ କାମ କରିଥାଏ।ନିମ୍ବ ପତ୍ର ବା ନିମ୍ବ ମଞ୍ଜିକୁ ପେଷି ତାହାର ତେଲ ବାହାର କରନ୍ତୁ।କିମ୍ବା ଆପଣ ଚାହିଁଲେ ଅୟୁର୍ବେଦିକ ଦୋକାନରୁ ଏହା ପାଇପାରିବେ।ଏହି ତେଲକୁ ଆଣ୍ଠୁଗଣ୍ଠିରେ ଧୀରେ ଧୀରେ ଲାଗିଲେ ତାହା ଦରଜ କମ କରିବାରେ ସାହାଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *