ବଡ ଖବର – ଏବେ କିପରି ଅଛନ୍ତି ଅଭିଷେକ ? କେବେ ଫେରିବେ ଘରକୁ – ଜାଣିଲେ ଆପଣ ମଧ୍ୟ ଖୁସି ହେଇଯିବେ – ନିଶ୍ଚୟ ଜାଣିରଖନ୍ତୁ

Spread the love

ଭିଷେକଙ୍କ ବାପାଙ୍କ କହିବା ଅନୁଯାୟୀ ତାଙ୍କ ପୁଅର ଅବସ୍ଥା ଆଗରୁ ଯାହା ଥିଲା କଳିଙ୍ଗ ହସପିଟାଲରୁ ଆଣିଲା ପରେ ଏବେ ୪ ରୁ ୫ ଦିନ ହେବ ଅବସ୍ଥା ସୁଧୁରିଚି।ବର୍ତ୍ତମାନ ଯେଉଁ ଫିଯିଓଗ୍ରାଫି ସେ ନେଉଛି ବା ଯାହାବି ସେ ନେଉଛି ତାକୁ ତା ମା ଦେଖୁଚି।ଅଭିଷେକଙ୍କ ମା ବର୍ତ୍ତମାନ ତାଙ୍କ ପାଖରେ ରହି ତାଙ୍କର ଦେଖା ଶୁଣା କରୁଛନ୍ତି।ବର୍ତ୍ତମାନ ସବୁ ଚିକିତ୍ସା ସଠିକ ଭାବେ ଚାଲିଛି।କୌଣସି ବି ଡାକ୍ତର ଅବହେଳା କରୁ ନାହାଁନ୍ତି।ତାଙ୍କ ବାପା କୁହନ୍ତି କି କଳିଙ୍ଗ ହସ୍ପିଟାଲ ଯେପରି ଭାବେ ତାଙ୍କୁ ହଇରାଣ କଲା ଆଇସିୟୁ ଭିତରେ ଯେପରି ଉଦ୍ଦେଶ୍ୟ ହିନ ଭାବରେ ରଖିଦେଲା ଆହୁରି ୧୦ ରୁ ୧୫ ଦିନ ବିଳମ୍ବ କରିଦେଲା।

ଯଦି ସେହି ଦିନ ଗୁଡ଼ିକ ନଷ୍ଟ ହୋଇ ନଥାନ୍ତା ତ ଆମ ପୁଅ ଅନେକ ସୁସ୍ଥ ହୋଇ ଯାଇଥାନ୍ତା।ଅଭିଷେକଙ୍କ ବାପା କହିଲେ ଯେ ଯାହା ହେଉ ଠାକୁର ତାଙ୍କୁ ବାଟ ଦେଖାଇଛନ୍ତି।ସେ କୁହନ୍ତି ଯେ ତାଙ୍କ ପୁଅ କିପରି ସୁସ୍ଥ ହେଉ ବାସ ତାଙ୍କର ଆଉ କିଛି ବି ଦରକାର ନାହିଁ।ସେ କହିଛନ୍ତି ଯେ ଅଭିଷେକ ତାଙ୍କର ଗୋଟିଏ ବୋଲି ପୁଅ।ତାଙ୍କର ଆଉ କେହି ନାହାଁନ୍ତି।ସେ କହିଛନ୍ତି ଅଭିଷେକଙ୍କ ମା ବର୍ତ୍ତମାନ ଅଖିଆ ଅପିଆ ଅବସ୍ଥାରେ ପଡ଼ି ରହିଛନ୍ତି।ବର୍ତ୍ତମାନ ସେ ଗୋଟିଏ ଘର ଭଡ଼ା ନେଇ ରହିଛନ୍ତି।ସେ ପ୍ରତିଦିନ ଡାକ୍ତରଖାନା ଯାଉଛନ୍ତି।ସେ ସେହି ହସ୍ପିଟାଲ ସୀମା ପାଖରେ ଘର ଭଡ଼ା ନେଇ ଅଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଆପଣ ଯାଆନ୍ତି ଓ ସେଠାରେ ତାଙ୍କୁ ଦେଖନ୍ତି ତ ଆପଣଙ୍କ ଆଖିରେ ଲୁହ ଆସିଯିବ।ଡାକ୍ତର କୁହନ୍ତି ଯେ ଯଦି ବି ସେ ସୁସ୍ଥ ହୋଇ ଯାଆନ୍ତି ତଥାପି ତାଙ୍କୁ ଦୁଇ ମାସ ରେଷ୍ଟ ନେବା ପାଇଁ ପଡିବ।ବର୍ତ୍ତମାନ ତାଙ୍କ ଠାରେ ଫିଜିଓ ଥେରପି,କେମୋ ଥେରାପି ଦିଆ ଯାଉଛି।ଡାକ୍ତର କୁହନ୍ତି ଯେ ଯଦି ଏଥିରେ ଅବସ୍ଥା ନ ସୁଧୁରିବ ତେବେ ତାକୁ ଆହୁରି ଟ୍ରିଟମେଣ୍ଟ କରାଯିବ।ଏବେ ସମସ୍ତ ଡାକ୍ତର ଅଭିଷେକଙ୍କ ପଛରେ ଲାଗିଛନ୍ତି।ମୁଖ୍ୟ ଡାକ୍ତର କୁହନ୍ତି ଯେ ଅବସ୍ଥା ଧୀରେ ଧୀରେ ସୁଧୁରିବାକୁ ଲାଗିଲାଣି।ସମ୍ପୂର୍ଣ ସୁସ୍ଥ ହେବା ପାଇଁ ଆହୁରି କିଛି ମାସ ଲାଗିପାରେ।

ଡାକ୍ତର କହିଛନ୍ତି ଯେ ପ୍ରତି ୧୦ ଦିନ ବା ୧୫ ଦିନ ବ୍ୟବଧାନରେ ସେମାନେ ଚେକଅପ କରିବେ।ତାଙ୍କ ବାପା କୁହନ୍ତି ଯେ ଆମକୁ ଆଉ ଥରେ କଲିକତାରୁ ଏଠାକୁ ଆସିବାକୁ ଅସୁବିଧା ହେବ ତେଣୁ ଆମେ ସେଠାରେ ପୁଅ ସୁସ୍ଥ ହେବା ପର୍ଯ୍ୟନ୍ତ ରହିବୁ।ସେ କହିଛନ୍ତି ସେଠାରେ ତାଙ୍କର ସମସ୍ତ ଯତ୍ନ ନିଆଯାଉଛି।ଯେପରି ଝାଡ଼ା ପରିସ୍ରା କରେଇବା,ଖାଦ୍ୟ ଦେବା ଆଦି।ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପୁଅକୁ ସବୁଦିନ ପ୍ରୋଟିନ ଭଳି ଖାଦ୍ୟସାର ଦିଆ ଯାଉଛି ଯାହାଦ୍ଵାରା ତାର ଅବସ୍ଥାରେ ଉନ୍ନତି ଆସିବ।

Leave a Reply

Your email address will not be published. Required fields are marked *