ଭାରତରେ ଏପରି ରହସ୍ୟମୟ ସ୍ଥାନ ଯାହାକୁ ଦେଖିଲେ ଭୟ ଲାଗିବ -ଏହି ଜାଗାକୁ ଯିବାପାଇଁ ଡରିବେ ଆପଣ

Spread the love

ଭାରତରେ ଏପରି ଅନେକ ରହସ୍ୟମୟ ସ୍ଥାନ ରହିଥିଲା ଯାହାକୁ ଦେଖିବା ମାତ୍ରେ ଯେ କୌଣସି ବ୍ୟକ୍ତିର ମନରେ ଭୟ ସୃଷ୍ଟି ହୋଇଯିବ।ଏଥିମଧ୍ୟରୁ ଆଜି ମଧ୍ୟ କେତେକ ରହିଅଛି।

୧:- ଚୁନାର ଗଡ ଦୁର୍ଗ – ଏହି ଦୂର୍ଗରେ ମହାଭାରତ କାଳରେ ଶାସନ କରିଥିବା କାଲ୍ୟବନ ସମଗ୍ର ବିଶ୍ବ ଉପରେ ଶାସନ କରିଥିବା ସମ୍ରାଟ ବିକ୍ରମାଦିତ୍ୟ ସମ୍ରାଟ ଆକବର,ସମ୍ରାଟ ଶେର ସାହା ସୁରୀ ଶାସନ କରିଛନ୍ତି।ଏହା ସହିତ ଏହି ଦୁର୍ଗକୁ କେଉଁ ରାଜା ନିର୍ମାଣ କରିଥିଲେ ତାହାର କୌଣସି ସୂଚନା ନାହିଁ।ତେବେ ଏହି ଦୁର୍ଗ ତଳେ ରହିଛି ଅନେକ ରହସ୍ୟମୟ ସୁଢ଼ଙ୍ଗ ତେବେ ଏହି ସୁଢ଼ଙ୍ଗର ଆରମ୍ଭ ରହିଛି ମାତ୍ର ଏହି ସୁଢ଼ଙ୍ଗ କେଉଁଠାରେ ଶେଷ ହୋଇଛି ଏହାର କୌଣସି ସୂଚନା ନାହିଁ।ତେବେ ଏହି ଦୁର୍ଗ ମଧ୍ୟରେ ଏକ ବହୁତ ବଡ଼ କୁପ ରହିଛି ଯେଉଁଥିରେ ପାଣି ପର୍ଯ୍ୟନ୍ତ ପାହାଚ ରହିଛି।

୨:- ରେଶମ ମାର୍ଗ – ତେବେ ଏହି ମାର୍ଗ ଉତ୍ତର ପାକିସ୍ତାନରେ ମଧ୍ୟ ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତୃତ ୮୦୦ କିମିର ମାର୍ଗ ଅଟେ।ଏହା ହିମାଳୟ କ୍ଷେତ୍ର ଅଧୀନରେ ଆସିଥାଏ।ପ୍ରାଚୀନ କାଳରେ ଲୋକମାନେ ଏହି କ୍ଷେତ୍ର ଅଞ୍ଚଳରେ କିଛି ରାସ୍ତା ବାନାଇଥିଲେ।ଯାହାକୁ ରେଶମ ମାର୍ଗ କୁହାଯାଇଥାଏ।୨୦୦୦ ବର୍ଷ ପୂର୍ବେ ଏହି ମାର୍ଗ ଦେଇ ଏସିଆ ଓ ଇଉରୋପ ମଧ୍ୟରେ ବାଣିଜ୍ୟ କାରବାର ହେଉଥିଲା।ଏହି ରାସ୍ତା ଚିନର ଜୁଆନ ସହରକୁ ରୋମ ସହିତ ଯୋଡ଼ିଥିଲା।ଏହି ରାସ୍ତାରେ ଚିନ ଓ ଭାରତ ସାରା ବିଶ୍ୱରେ ରେଶମ ବ୍ୟବସାୟ କରୁଥିଲା।

୩:-ହିମାଳୟର ସୁଢ଼ଙ୍ଗ ଓ ଭୟଙ୍କର ରାସ୍ତା – ପ୍ରାଚୀନ କାଳରେ ଲୋକମାନେ ସୁଢ଼ଙ୍ଗ କରି ଅନ୍ୟ ଦେଶରେ ପହଞ୍ଚି ଯାଉଥିଲେ।କାଶ୍ମୀରରେ ଏପରି ଏକ ସୁଢ଼ଙ୍ଗ ରହିଛି ଯାହା ୪୦୦୦ କିମି ଦୂରରେ ଥିବା ଋଷକୁ ସଂଯୋଗ କରୁଥିବାର କୁହାଯାଏ।ଏହା ଶ୍ରୀନଗର ଓ ଲେହ ରାସ୍ତାର କଡ଼ରେ ରହିଛି।ଏହି ସୁଢ଼ଙ୍ଗକୁ ଭାରତର ସବୁଠାରୁ ଭୟଙ୍କର ସୁଢ଼ଙ୍ଗ କୁହା ଯାଇଥାଏ।ଏହା ସହିତ ଏହି ରାସ୍ତାରେ ସର୍ବଦା ବରଫପାତ ସହିତ ସର୍ବଦା ଭୁଷ୍କଳନ ହୋଇଥାଏ।

୪:- ଗାଙ୍ଗଟକ ନାଥୁଲ ରୋଡ- ଏହା ସିକ୍କିମକୁ ଦକ୍ଷିଣ ଚିନ ସହିତ ଯୋଡୁଛି।ଏହି ରାସ୍ତା ୧୪୨୦୦ ଫୁଟ ଉଚ୍ଚରେ ରହିଛି।ଏହି ମାର୍ଗ ରେଶମ ମାର୍ଗର ଏକ ଅଂଶ।

୫:- ହନୁମାନ ଗୁମ୍ଫା – ନିକଟରେ ବୈଜ୍ଞାନିକ ମାନେ ଏକ ଗୁମ୍ଫାର ସନ୍ଧାନ ପାଇଥିଲେ।ଯାହା ହନୁମାନ ଗୁମ୍ଫା ନାମରେ ନାମିତ।ରାମାୟଣ ଯୁଗର କଥା ଅନୁସାରେ ହନୁମାନ ମହିରାବଣର ବଦ୍ଧ କରିବା ପାଇଁ ପାତାଳକୁ ଯାଇଥିଲେ।ଏଥିପାଇଁ ତାଙ୍କୁ ୭୦୦୦୦ ଯୋଜନ ଅତିକ୍ରମ କରିବାକୁ ପଡ଼ିଥିଲା।ତେବେ ଏହି ଗୁମ୍ଫା ଆମେରିକାର ଏକ ସହରରେ ବାହାରୁଛି ଯାହାକୁ ରାମାୟଣ ଯୁଗର ପାତାଳ ଲୋକ ବୋଲି ବିଚାର କରାଯାଉଛି।

୬:- ପଦ୍ମନାଭ ସ୍ଵାମୀ ମନ୍ଦିରର କବାଟ ପଛର ରାସ୍ତା – ୨୦୧୧ ମସିହାରେ କେରଳର ପଦ୍ମନାଭ ସ୍ଵାମୀ ମନ୍ଦିରର ୪ଟି କବାଟ ଖୋଲା ଯାଇଥିଲା।ଫଳରେ ସେଥିରୁ ଅପର୍ଯ୍ୟାପ୍ତ ପରିମାଣର ଧନ ମିଳିଥିଲା।ତେବେ ପଞ୍ଚମ ଦ୍ଵାରା ଖୋଲା ଯିବା ସମ୍ଭବ ହୋଇନଥିଲା କାରଣ ଏହାର କୌଣସି ଚାବି ନଥିଲା ଏହା ସହିତ ଏହି ଦ୍ଵାରରେ ଲେଖାଥିଲା କି ଏହି ଦ୍ଵାରକୁ ଖୋଲିଲେ ପରିସ୍ଥିତି ଭୟଙ୍କର ହେବ।ତେବେ ଏହି ଦ୍ଵାରକୁ ଖୋଲିବା ପାଇଁ ଯେଉଁମାନେ ଚେଷ୍ଟା କରୁଛନ୍ତି ସେମାନେ ରୋଗ ଗ୍ରସ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି।ତେଣୁ ଏହାକୁ ଖୋଲିବା ପାଇଁ କେହି ସାହାସ କରୁ ନାହାନ୍ତି।

Leave a Reply

Your email address will not be published. Required fields are marked *