ଜଗନ୍ନାଥଙ୍କ ବା଼ଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଲେ ମୁଁ ମୋ ଜୀବନରେ ଏମିତି କଲେକ୍ଟର (Collector) ଦେଖିନି,କାରଣ ସେ ଯାହା କରିଲେ…ଦେଖନ୍ତୁ Video

Spread the love

ଏକ ଶୃଙ୍ଖଳିତ ଯାତ୍ରା ଶୃଙ୍ଖଳିତ ଭାବରେ ସରିଥିଲା।ନବ ଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ଫେରିଲେ ରତ୍ନ ବେଦୀକୁ।ଏସବୁର ଗୁରୁ ଦାୟିତ୍ବ ଥିଲା ଦଇତାପତିଙ୍କ।ଏକ ଉତ୍ତମ ବୁଝାମଣା ଓ କାର୍ଯ୍ୟରେ ଏହା ସମ୍ପନ୍ନ ହୋଇଚି।ବହୁତ ଶୃଙ୍ଖଳିତ ହେଲା।ଦୁଇ ବର୍ଷ କୋଭିଡ ଭିତରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଥିଲା।ଏଥିପାଇଁ କଲେକ୍ଟର ମହାଶୟ ବେସ ପରିଶ୍ରମ କରିଛନ୍ତି।ସେ ମନ୍ଦିର ଭିତରେ ୨୪ ଘଣ୍ଟା ପଡ଼ି ରହି ଭଗବାନଙ୍କ ନୀତି ନିର୍ଘଣ୍ଟ କରି

ସେବାୟତ ମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିଥିଲେ।ମୁଁ ମୋ ଜୀବନରେ ଏମିତି କଲେକ୍ଟର ଦେଖି ନାହିଁ।ଆପଣ ବିଶ୍ୱାସ କରିପାରିବେ ନାହିଁ ସେ ଜଣେ ଆଇଏଏସ ଅଫିସର।ମୁଁ ଏତେ ଦିନ ପରେ ଜଣେ ଭଲ ଲୋକଙ୍କୁ ଦେଖିଲି କେମିତି ଭଲ ନୀତି ହେବ।ବହୁତ ଭଲ ଥିଲା।ଆମେ କାଲି ରାତିରୁ ନୀତି କାମ ଆରମ୍ଭ କରି ଦେଇଥିଲୁ।

ଦେଖନ୍ତୁ ନୀତି କାନ୍ତି ଭଲ ହେଲା ବୋଲି ଆଜି ମହାପ୍ରଭୁଙ୍କ ଯାତ୍ରା ଭଲ ହେଲା।ଏବଂ ଆପଣ ମାନଙ୍କ ଟିଭି ମାଧ୍ୟମରେ କୋଟି କୋଟି ଲୋକ ଦେଖି ପାରିବେ।ଏବଂ କୌଣସି ଗୋଟିଏ ଛୋଟିଆ ବିଶୃଙ୍ଖଳା ହୋଇ ନାହିଁ।ଏଥିରେ ମୁଁ ବହୁତ ଖୁସି।ଯେଉଁ ଭଳି ଭାବରେ ଶ୍ରୀ ଗୁଣ୍ଡିଚାରେ ୩ ଘଣ୍ଟା ପୂର୍ବରୁ ସମସ୍ତ କାର୍ଯ୍ୟ

ସରିଥିଲା ଓ ପହଣ୍ଡି ମଧ୍ୟ ସରିଥିଲା ୩ ଘଣ୍ଟା ପୂର୍ବରୁ ଆଜି ମଧ୍ୟ ବାହୁଡା଼ ଯାତ୍ରାରେ ସେଇ ଭଳି ଦୃଶ୍ୟ ଦେଖିବା ପାଇଁ ମିଳିଲା।ଏଇ ସମନ୍ଵୟ ପ୍ରଶାସନ ଓ ସେବାୟତ ମାନଙ୍କ ମଧ୍ୟରେ ବେସ ଭଲ ଥିଲା।ଏହା ସହିତ କୌଣସି ବିଶୃଙ୍ଖଳା ମଧ୍ୟ ହୋଇ ନାହିଁ।ତେବେ ଜଣେ ଅଫିସର କାମ କରୁଚି ଏତିକି ଜାଣିକି କିଛି ସିନିଅର

ଅଫିସର ଆସି ପ୍ରଶଂସା କରନ୍ତି।ବାହୁଡା଼ ଯାତ୍ରାରେ ଗୋଟେ ନିଆରା ଦୃଶ୍ୟ ଥିଲା।ମା ଓ ପ୍ରଭୁଙ୍କ ଭେଟ।ଏବଂ ଗଜପତି ଆସିଥିଲେ ତାହା କିପରି ଥିଲା।ମା ଅଭିମାନ କରିଥଲେ।ଦେଖିଲେ ଯେ ମହାପ୍ରଭୁ ଆସିଲେଣି ରାସ୍ତାକୁ ପରେ ମନ୍ଦିରକୁ ଯିବେ।ଗଜପତି ହେଲେ ମଧ୍ୟସ୍ଥି ପ୍ରଥମ ସେବାୟତ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ମୁଖ୍ୟ ସେବାୟତ।

ମନ୍ଦିର ଭିତରକୁ ଯେତେବେଳେ ପ୍ରଭୁ ଲକ୍ଷ୍ମୀ ନାରାୟଣ ଭେଟ ଆମେ କରେଇବୁ।ପୁଣି ରସଗୋଲା ଖୁଆଇକି ତାଙ୍କ ମାନ ଭଞ୍ଜନ କରିବୁ।ଇଏ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବା଼ଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର।ବଡ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ।ଇଏ ହେଉଛି ଶ୍ରୀ ଗୁଣ୍ଡିଚା ଓ ବାହୁଡା଼ ଯାତ୍ରାର ସଫଳତା ଏହା ଥିଲା ଏକ ପ୍ରକାର ଉତ୍ତମ ସମନ୍ଵୟ ଯାହା ପ୍ରଶାସନ ଓ ସେବାୟତ ମାନଙ୍କ ମଧ୍ୟରେ ଥିଲା।ଏହା ଆଗାମୀ ୩ ଦିନ ଜାରୀ ରହିଲେ ଯାତ୍ରାରେ କୌଣସି ବିଭ୍ରାଟ ସୃଷ୍ଟି ହେବ ନାହିଁ।

Leave a Reply

Your email address will not be published. Required fields are marked *