ଲକ ଡାଉନ ସମୟରେ ଭଗବାନ ଶିବ ପୋଲିସଙ୍କୁ ଦେଖାଇଲେ ନିଜର ଚମତ୍କାର – ଏଭଳି ଭାବେ ବଞ୍ଚେଇଲେ ଜୀବନ – ବିଶ୍ୱାସ ଥିଲେ ନିଶ୍ଚୟ ପଢିବେ..

Spread the love

ଆମେ ସମସ୍ତେ ଭଗବାନ ଶିବଙ୍କୁ ଭଲ ଭାବରେ ଜାଣୁ।ଆମ ମଧ୍ୟରୁ ଅନେକ ତାଙ୍କର ମହିମା ସମ୍ପର୍କରେ ମଧ୍ୟ ଜାଣିଥିବା।ଭଗବାନ ଶିବ ଯେତିକି ରାଗି ସେ ମଧ୍ୟ ସେତିକି ଦୟାଳୁ।ସେ ଅନେକ ବ୍ୟକ୍ତିଙ୍କୁ ସେମାନଙ୍କ ଅସୁବିଧା ସମୟରେ ସାହାଯ୍ୟ କରି ଥାଆନ୍ତି।ସେ ନିଜର ଭକ୍ତ ମାନଙ୍କର କେବେ ମଧ୍ୟ ଅନିଷ୍ଟ ହେବାକୁ ଦିଅନ୍ତି ନାହିଁ।ଯେଉଁ ବ୍ୟକ୍ତି ନିଜର ଶୁଦ୍ଧ ମନରେ ଭଗବାନ ଶିବଙ୍କର ନିକଟରେ ଯଦି କୌଣସି ଗୁହାରି କରିଥାଏ ତେବେ ଭଗବାନ ଶିବ ତାଙ୍କର ସମସ୍ତ ଗୁହାରି ଶୁଣି ଥାଆନ୍ତି।

ତେବେ ଆମେ ବର୍ତ୍ତମାନ ଏପରି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବାକୁ ଜାଉଛେ ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଭଗବାନ ଶିବଙ୍କୁ ସ୍ମରଣ ନକରି ରହି ପାରିବେ ନାହିଁ।ଏହି ଘଟଣାଟି ହେଉଛି ମହାରାଷ୍ଟ୍ରର ମୁମ୍ବାଇ ସହରର।ଏହି ସହରରେ କାର୍ଯ୍ୟ କରୁଥିବା ଜଣେ କନେଷ୍ଟବଳ ନିଜ ସହ ଘଟିଥିବା ଏହି ଘଟଣା ସଂପର୍କରେ କହିଛନ୍ତି।ଥରେ ସେ ସକାଳୁ ନିଜର ନିତ୍ୟକର୍ମ ସାରିବା ପରେ ନିଜର ପୋଲିସ ପୋଷକ ପିନ୍ଧି ନିଜର କର୍ତ୍ତବ୍ୟ କରିବାକୁ ବାହାରିଥାନ୍ତି।ଏହି ସମୟରେ ସମସ୍ତେ ଲୋକମାନେ ତାଙ୍କୁ କରୋନା ଯୋଦ୍ଧା ବୋଲି କହୁଥାନ୍ତି।

ଏହି ସମୟରେ ଅଚାନକ ଏକ ଖବର ଆସିଲା କି ଗୋବିନ୍ଦପୁର ଅଞ୍ଚଳରେ ଜଣେ କୋଭିଡରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।ଯାହାଫଳରେ ସେହି ବ୍ୟକ୍ତିଙ୍କୁ ଆଣିବା ପାଇଁ ଗୋଟିଏ ଆମ୍ବୁଲାନ୍ସ ସହିତ ଗୋଟେ ପୋଲିସ ଗାଡ଼ି ମଧ୍ୟ ଗଲା।ସେହି ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆଣି ଫେରିବା ସମୟରେ କୌଣସି କାରଣରୁ ଆମ୍ବୁଲାନ୍ସ ଓ ପୋଲିସ ଗାଡ଼ିକୁ ଅଟକାଇବାକୁ ପଡ଼ିଲା।ଏହି ସମୟରେ ଅଚାନକ ସେହି ଆକ୍ରାନ୍ତ ବ୍ୟକ୍ତି ଆମ୍ବୁଲାନ୍ସରୁ ବାହାରି ଦୌଡିବାକୁ ଲାଗିଲେ।କେବଳ ସଞ୍ଜୟ ନିଜେ ସେହି ବ୍ୟକ୍ତିର ପିଛା କଲେ।

ସେହି ପିଲାଟି କମ ବୟସର ପିଲା ହୋଇଥିବାରୁ ସେ ଅଧିକ ବେଗରେ ଦୋଡ଼ିବାକୁ ଲାଗିଲା।ଫଳରେ ସଞ୍ଜୟ ଏକ ଘଣ୍ଟା ତାଙ୍କର ପିଛା କଲାପରେ ତାଙ୍କୁ ଗୋଟିଏ ବନ୍ଦ ଘରେ ପାଇଲେ।ସେ ସେହି ଆକ୍ରାନ୍ତ ବ୍ୟକ୍ତିଙ୍କୁ ବୁଝାଇଲେ କି ଏପରି କରିବା ଦ୍ୱାରା ସେ ନିଜ ସହିତ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି।ଏହାପରେ ସେ ତାଙ୍କୁ ପୁଣି ଆମ୍ବୁଲାନ୍ସରେ ବସାଇ ହସ୍ପିଟାଲ ନେଇଗଲେ।କିନ୍ତୁ ଯେହେତୁ ସେ ସେହି ଆକ୍ରାନ୍ତ ବ୍ୟକ୍ତିକୁ ସ୍ପର୍ଶ କରିଛନ୍ତି ଏବେ ତାଙ୍କୁ ମଧ୍ୟ ଟେଷ୍ଟ କରାଯିବାର ଥିଲା।

ଏହାପରେ ସେ ସେଠାରେ ଥିବା ଏକ ଶିବ ମନ୍ଦିରରେ ଭଗବାନ ଶିବଙ୍କୁ ନିଜର ଗୁହାରି ଜଣାଇଲେ ଓ ଅନୁରୋଧ କଲେ କି ସେ ଯେପରି ଆକ୍ରାନ୍ତ ନ ହୋଇ ଥାଆନ୍ତି।ଯଦି ସେ ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କୁ ଓ ତାଙ୍କ ପରିବାରକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ।ଏହାପରେ ତାଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଏକ କୋଠରୀରେ ରହିବାକୁ ପଡ଼ିଲା।୧୫ ଦିନପରେ ଯେତେବେଳେ ରେପୋର୍ଟ ଆସିଲା ସେ ଆକ୍ରାନ୍ତ ହୋଇ ନଥିବା କଥା ଜଣାପଡ଼ିଲା।ଏହା ଦେଖି ତାଙ୍କର ସମସ୍ତ ପୋଲିସ ବନ୍ଧୁ ମାନେ ଆଶ୍ଚର୍ଯ୍ୟ ହୋଇଗଲେ।କିନ୍ତୁ ସେ ଜାଣିଥିଲେ ଏହା ତାଙ୍କ ପ୍ରଭୁ ଭଗବାନ ଶିବଙ୍କ ମହିମା।

Leave a Reply

Your email address will not be published. Required fields are marked *