ସରକାରୀ ଚାକିରୀ ଓ ବ୍ୟବସାୟ ମଧ୍ୟରେ ପ୍ରେମର ଦ ଏଣ୍ଡ ହେଇଗଲା – କାହିଁକି ଏବେ ଯାଏ ନୀରବ ଅଛନ୍ତି ଭାଣିଜି ? କୁଆଡେ ଗଲେ ଭାଣିଜୀ ଯାହାଙ୍କ ପାଇଁ ବିକ୍ରମ ସାଜିଲା କବିର ସିଂ…

Spread the love

ପ୍ରକୃତ ଘଟଣାଟି ହେଉଛି ବିକ୍ରମ ନାମକ ଜଣେ ଯୁବକ ବଲାଙ୍ଗୀରର ବାସିନ୍ଦା ଅଟନ୍ତି।ତେବେ ସେ ଗୋଟିଏ ଝିଅକୁ ଅନେକ ବର୍ଷରୁ ଭଲ ପାଉଥିଲେ।ସେମାନଙ୍କ ମଧ୍ୟରେ ସମସ୍ତ ସମ୍ପର୍କ ବହୁତ ଭଲ ଥିଲା।ସେମାନେ ପରସ୍ପର ସହ ବିବାହ ମଧ୍ୟ କରିଥାନ୍ତେ।କିନ୍ତୁ ସେମାନଙ୍କର ପ୍ରେମ ମଧ୍ୟରେ ଝଡ ମାଡି ଆସିଥିଲା।ଫଳରେ ବିକ୍ରମ ଏପରି କିଛି କାଣ୍ଡ କରିଥିଲେ ଯାହା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି ଓ ସମସ୍ତେ ତାଙ୍କର ଏହି କାର୍ଯ୍ୟ ପାଇଁ ଆଶ୍ଚର୍ଯ୍ୟ ଚକିତ ହୋଇ ରହି ଯାଇଛନ୍ତି।

ବିକ୍ରମ ନିଜର ପ୍ରେମ ସମ୍ପର୍କରେ ତାଙ୍କ ଘରେ ଓ ସେହି ଝିଅ ଘରେ ଜଣାଇଥିଲେ।ମାତ୍ର ସେହି ଝିଅଟିର ପିତା ବିକ୍ରମଙ୍କର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ ଓ ତାଙ୍କୁ ସର୍ବଦା ଆଡୁସାଡୁ କଥା କହି ବୁଲାଉ ଥିଲେ।କିନ୍ତୁ ବିକ୍ରମ ଅନେକ ଦିନଧରି ସେହି ଝିଅଙ୍କ ପିତାଙ୍କୁ ଅନୁରୋଧ କରୁଥିଲେ କି ସେ ଦୁଇ ଜଣଙ୍କର ପ୍ରେମକୁ ଭଲ ଭାବରେ ବୁଝିବାକୁ ଓ ତାଙ୍କୁ ବିବାହ ପାଇଁ ଅନୁମତି ଦେବାକୁ।କିନ୍ତୁ ଝିଅର ପରିବାର ଲୋକମାନେ କୌଣସି ବି କଥା ବୁଝିବାକୁ ଚାହୁଁ ନଥିଲେ ନା ସେ ବିକ୍ରମଙ୍କ କଥା ଶୁଣିବାକୁ ପ୍ରସ୍ତୁତ ଥିଲେ ନ ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଥିଲେ।

ଫଳରେ ବିକ୍ରମ ଏପରି କିଛି କାର୍ଯ୍ୟ କରିଥିଲେ ଯାହା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିଲା।ସେ ଏକ ବନ୍ଧୁକ ଧରି ଝିଅର ମାମୁଁ ଘରକୁ ପଶି ଯାଇଥିଲେ ଓ ସେଠାରେ ସେ ସମସ୍ତଙ୍କୁ ବନ୍ଧକ କଲା ଭଳି ରଖିଥିଲେ।ମାତ୍ର ତାଙ୍କର ସେପରି କିଛି ଉଦ୍ଦେଶ୍ୟ ନଥିଲା।ଯାହା ହେଉ ଅନେକ ସମୟ ପରେ ପୋଲିସ ତାଙ୍କୁ ବୁଝା ସୁଝା କରିବା ପରେ ସେ ସେହି ଘରୁ ବାହାରକୁ ଚାଲି ଆସିଥିଲେ ଓ ସମସ୍ତଙ୍କୁ ମୁକ୍ତ କରି ଦେଇଥିଲେ।ଯେତେବେଳେ ତାଙ୍କୁ ପଚରା ଯାଇଥିଲା କି ସେ ଏଭଳି କାର୍ଯ୍ୟ କଣ ପାଇଁ କରିଥିଲେ ତେବେ ସେ ଉତ୍ତରରେ ନିଜର କଥା ରଖିଥିଲେ।

ସେ କହିଥିଲେ କି ସେ ଅନେକ ଦିନ ଧରି ଏଭଳି ମାନସିକ ଚାପରେ ରହୁଥିଲେ।ଝିଅଙ୍କ ପରିବାର ଲୋକ ତାଙ୍କ ଉପରେ ଅନେକ ଚାପ ପକାଉଥିଲେ ଯାହା ଫଳରେ ସେ ଅନେକ ଦିନ ଧରି କଣ କରିବେ ଜାଣିପାରୁ ନଥିଲେ।ଫଳରେ ସେ ନିଜର କ୍ରୋଧକୁ ସମ୍ଭାଳି ନପାରି ସେଭଳି କରିଥିଲେ ବୋଲି କହିଛନ୍ତି।ସେ ବର୍ତ୍ତମାନ ଗଣମାଧ୍ୟମକୁ ନିଜର ମତ ଦେଇ କହିଛନ୍ତି କି ଝିଅ ଘରର ପରିବାର ଲୋକ ତାଙ୍କ ଉପରେ ଅନେକ ମାନସିକ ଚାପ ପକାଇଥିଲେ।ଫଳରେ ସେ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିପାରି ଏପରି କରିଛନ୍ତି।

ତାଙ୍କ କହିବା ଅନୁସାରେ ସେ ଓ ସେ ଝିଅ ଉଭୟ ଉଭୟଙ୍କୁ ଚାରି ବର୍ଷ ତଳୁ ଭଲ ପାଉଛନ୍ତି।ଫଳରେ ସେମାନେ ଆଉ କିଛି ଦିନ ମଧ୍ୟରେ ବିବାହ କରିଥାନ୍ତେ।କିନ୍ତୁ ତାଙ୍କ ପରିବାର ଲୋକ ସେହି ଝିଅର ବାହାଘର ଅନ୍ୟ କେଉଁଠାରେ ଠିକ କରି ଦେଇଛନ୍ତି।ତାଙ୍କ ପିତା ଏକ ଚାକିରିଆ ପୁଅ ସହ ତାଙ୍କ ଝିଅର ବିବାହ କରିବାକୁ ଚାହୁଁଛନ୍ତି।ଯେହେତୁ ବିକ୍ରମ ଜଣେ ବ୍ୟବସାୟୀ ତେଣୁ ତାଙ୍କ ପିତା ଏହି ବିବାହରେ ରାଜି ନାହାନ୍ତି।ତେବେ ବିକ୍ରମ ଆଗକୁ କଣ ପଦକ୍ଷେପ ନେଉଛନ୍ତି ଦେଖାଯାଉ।ସେ ସେହି ଝିଅ ଚୁପ ରହିବାର କାରଣ ମଧ୍ୟ ଜାଣିବାକୁ ଚାହିଁଛନ୍ତି।

Leave a Reply

Your email address will not be published. Required fields are marked *