ଓଡିଆ ଜଗତର ଏହି ଅଭିନେତା ଓ ଅଭିନେତ୍ରୀ ମାନେ ଦ୍ଵିତୀୟ ବିବାହ କରିଛନ୍ତି – ନାମ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ..

Spread the love

ସାଙ୍ଗମାନେ ଆଜି ଆମେ କଥା ହେବା ସେହି ଓଲିଉଡ ଅଭିନେତାଙ୍କ ବିଷୟରେ ଯେଉଁମାନେ ଦ୍ଵିତୀୟ ବିବାହ କରିଛନ୍ତି।ଆମେ ପ୍ରଥମେ କଥା ହେବା ସବ୍ୟସାଚୀ ମିଶ୍ରଙ୍କ ବିଷୟରେ।ସେ ପ୍ରଥମେ ୨୦୦୮ ମସିହାରେ ସୀମା ମିଶ୍ରଙ୍କୁ ବିବାହ କରିଥିଲେ।୨୦୧୫ ମସିହାରେ ସେମାନଙ୍କ ବିବାହ ବିଚ୍ଛେଦ ଘଟିଥିଲା।ସେ ପୁନର୍ବାର ତାଙ୍କ ଗାର୍ଲଫ୍ରେଣ୍ଡ ଅର୍ଚ୍ଚିତା ସାହୁଙ୍କୁ ୨୦୨୧ ମସିହାରେ ବିବାହ କରିଥିଲେ।୨୦୦୭ ମସିହାରେ ସେ ପାଗଳ ପ୍ରେମୀ ଜରିଆରେ ଓଲିଉଡରେ ଡେବ୍ୟୁ କରିଥିଲେ।ସେ କେବଳ ଓଡ଼ିଆ ଜଗତରେ ସୀମିତ ହୋଇ ରହିନାହାଁନ୍ତି ସେ ଅନେକ ତେଲୁଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।ସେ ଏହା ବ୍ୟତୀତ ବହୁ ମ୍ୟୁଜିକ ଆଲବମରେ ଅଭିନୟ କରି ନିଜ ଅଭିନୟର ଛାପ ଛାଡିଛନ୍ତି।

ଦ୍ବିତୀୟରେ କଥା ହେବା ସିଦ୍ଧାନ୍ତ ମହାପାତ୍ରଙ୍କ ବିଷୟରେ।ସେ ପ୍ରଥମେ ୨୦୦୪ ମସିହାରେ ରଚନା ବାନାର୍ଜୀଙ୍କୁ ବିବାହ କରିଥିଲେ ବୋଲି ଜୋରଦାର ଚର୍ଚା ହୁଏ ।ଏବଂ ପରେ ୨୦୦୪ ମସିହାରେ ତାଙ୍କ ବିବାହ ବିଚ୍ଛେଦ ଘଟିଥିଲା।ଏହାପରେ ୨୦୦୫ ରେ ସିଦ୍ଧାନ୍ତ ମାମା ମିଶ୍ରଙ୍କୁ ବିବାହ କରିଥିଲେ।

ଏହାପରେ କଥା ହେବା ଚନ୍ଦନ କରଙ୍କ ବିଷୟରେ।ଚନ୍ଦନ ପ୍ରଥମେ ୨୦୦୭ ମସିହାରେ ଶ୍ରୀଦେବୀ ମିଶ୍ରଙ୍କୁ ବିବାହ କରିଥିଲେ।ଏହାପରେ ତାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା।ଏହାପରେ ସେ ଗୀତା କରଙ୍କୁ ଦ୍ଵିତୀୟ ବିବାହ କରିଥିଲେ।

ଏବେ କଥା ହେବା ରଚନା ବାନାର୍ଜୀଙ୍କ ବିଷୟରେ।ରଚନା ୨୦୦୩ ମସିହାରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ତାଙ୍କର ବିବାହ ବିଚ୍ଛେଦ ଏହାର ଠିକ ଏକ ବର୍ଷ ପରେ ହୋଇଥିଲା।ଏହାପରେ ରଚନା ୨୦୦୭ ମସିହାରେ ପ୍ରବାଲ ବସୁଙ୍କୁ ବିବାହ କରିଥିଲେ।ସେ ତାଙ୍କ ପ୍ରଥମ ଫିଲ୍ମ ଅମୋଦିନି ଜରିଆରେ ପଦାର୍ପଣ କରିଥିଲେ।।ସେ ବଙ୍ଗାଳୀ ବ୍ୟତୀତ ଅନେକ ତାମିଲ,ତେଲୁଗୁ ଆଦି ଫିଲ୍ମ ଜଗତରେ ମଧ୍ୟ କାମ କରିଛନ୍ତି।ସେ ବଲିଉଡ ଜଗତର ଅନେକ ନାମୀ ଦାମୀ କଳାକାର ମାନଙ୍କ ସହିତ କାମ କରିଛନ୍ତି।

Leave a Reply

Your email address will not be published. Required fields are marked *