ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ଜୀବନର ସବୁ କାହାଣୀ – ଆପଣଙ୍କ ପ୍ରିୟ ତୁଳସୀ ଙ୍କ ବିଷୟରେ ଏହି ବଡ କଥା ଜାଣିନଥିବେ ଆପଣ

Spread the love

ବନ୍ଧୁମାନେ ତୁଳସୀ ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ତ ଆପଣ ସମସ୍ତେ ଜାଣିଥିବେ।ତେବେ ଆସନ୍ତୁ ଜାଣିବା ଏହି ଚୁଲବୁଲି ନାୟିକାଙ୍କ ବିଷୟରେ କିଛି ତଥ୍ୟ।ତେବେ ଏ ଲେଖାଟିକୁ ଶେଷଯାଏଁ ପଢନ୍ତୁ ଆପଣ ବହୁତ ଜିନିଷ ଜାଣିପାରିବେ। ଲିପ୍ସାଙ୍କ ଜନ୍ମ ୧୯୯୨ ମସିହା ଜୁଲାଇ ୧୫ ତାରିଖରେ, ଢେଙ୍କାନାଳ ଜିଲ୍ଲାରେ ହେଇଥିଲା।ସେ ଭୁବନେଶ୍ୱର ସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢିଥିଲେ।ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟରେ ନିଜର +୨ ଓ +୩ ଶେଷ କରିଥିଲେ।ଏହାପରେ ନିଜର ସ୍ନାତକ ଡିଗ୍ରୀ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ କରିଥିଲେ।

ସେ ପିଲା ଦିନରୁ ହିଁ ସବୁ କାର୍ଯ୍ୟରେ ଆଗରେ ଥିଲେ।ପିଲାବେଳୁ ହିଁ ନାଚ, ଗୀତ ଓ ଅଭିନୟରେ ତାଙ୍କର ରୁଚିଥିଲା।ତେବେ ଲିପ୍ସା ଜଣେ ବହୁତ ଭଲ ଅଭିନେତ୍ରୀ ଏବଂ ଏହା ସହ ସେ ବହୁତ ଭଲ ଓଡ଼ିଶୀ ନୃତ୍ୟ ମଧ୍ୟ କରିଥାନ୍ତି। ତାଙ୍କ ପରିବାରରେ ତାଙ୍କ ବାପା, ମା ଓ ତାଙ୍କର ୨ଜଣ ଭଉଣୀ ଅଛନ୍ତି।ତେବେ ତାଙ୍କର ୨ଜଣ ଭଉଣୀଙ୍କର ବାହାଘର ସରିଯାଇଛି।ଏହା ସହ ସେ ନିଜର ଜନ୍ମଦିନ ଓ ଅନ୍ୟାନ୍ୟ ଆନନ୍ଦର ମୁହୂର୍ତ୍ତ ନିଜ ସାଙ୍ଗମାନଙ୍କ ସହ ପାଳନ କରିବାକୁ ପସନ୍ଦ କରିଥାନ୍ତି।ଖାଲି ସମୟରେ ସେ ରିଲସ ବନାଇବାକୁ ପସନ୍ଦ କରିଥାନ୍ତି।

ସେ ଓଲିଉଡରେ ନିଜ ପ୍ରଥମ ଫିଲ୍ମ ମାୟା ଦ୍ଵାରା ପଦାର୍ପଣ କରିଥିଲେ।ଏହାପରେ ସେ ପିଲାଟା ବିଗିଡି ଗଲାରେ ଚଳଚ୍ଚିତ୍ରରେ ଅଭିନୟ କରି ସବୁ ଦର୍ଶକମାନଙ୍କର ମନ କିଣିଥିଲେ।ଏହି ଚଳଚ୍ଚିତ୍ରଟି ବହୁତ ହିଟ ହେଇଥିଲା।ଏହା ପରେ ଆଉ ସେ ପଛକୁ ବୁଲି ଚାହିଁନଥିଲେ।ଏହାପରେ ସେ ସମୟ ବଡ଼ ବଳବାନ,ଯୋକର, ଆତ୍ମା ଓ ଚାଲ ଟିକେ ପ୍ରେମ କରିବା ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ତେବେ ଏହା ସଙ୍ଗେ ସେ ତୋ ଅଗଣାର ତୁଳସୀ ମୁଁ ଟିଭି ସିରିଏଲରେ ତୁଳସୀର ଭୂମିକାରେ ଅଭିନୟ କରିଥିଲେ।ଏହାକୁ ଲୋକ ବହୁତ ପସନ୍ଦ କରିଥିଲେ।ଏହା ସହ ସେ କିଛି ଲୁହ ପିଇ ଯାଏ ଓଠ ସିରିଏଲରେ ମଧ୍ୟ ଅଭିନୟ କରିଥିଲେ।ଏହି ଭୂମିକାଟିକୁ ମଧ୍ୟ ବହୁତ ଲୋକ ପସନ୍ଦ କରିଥିଲେ।

ତେବେ ଲିପ୍ସା କଫି ପିଇବା ପାଇଁ ବହୁତ ପସନ୍ଦ କରିଥାନ୍ତି।ଏହାସହ ସେ ନିଜ ଶରୀର ପ୍ରତି ବହୁତ ଯତ୍ନଶୀଳ ହେଇଥାନ୍ତି।ସେ ସବୁବେଳେ ଦିନକୁ ଏକରୁ ଦୁଇ ଘଣ୍ଟା ଜିମରେ ବିତାଇଥାଆନ୍ତି।ଏହା ସହ ସେ ଏଣୁତେଣୁ ଖାଇବାକୁ ବହୁତ ଦୂରରେ ରହିବାକୁ ଚେଷ୍ଟା କରନ୍ତି।ସେ ସବୁବେଳେ ସିଝା ଓ ପୃଷ୍ଟିକର ଖାଦ୍ୟ ଖାଇଥାନ୍ତି।.

Leave a Reply

Your email address will not be published. Required fields are marked *