ପଞ୍ଚସଖାଙ୍କ ଜନ୍ମ – ମାଳିକାରେ ଭବିଷ୍ୟତର ସାମ୍ଭାବ୍ୟ – ଏହି ଜାଗାରେ ଜନ୍ମ ନେଇ ପାରନ୍ତି ପଞ୍ଚସଖା..

Spread the love

୬୦୦ ବର୍ଷ ତଳେ ମହାପୁରୁଷ ତାଙ୍କ ସାଧନ ମାଧ୍ୟମରେ ଆଗତ ଭବିଷ୍ୟତର କିଛି କାର୍ଯ୍ୟପନ୍ଥା ଓ କିଛି ଭବିଷ୍ୟତ ନିଶ୍ଚିତତାକୁ ଗାର, ଠାର ମାଧ୍ୟମରେ ଯାହାକୁ ଲେଖିଦେଇ ଯାଇଛନ୍ତି, ତାହାକୁ ଆମେ ମାଳିକା କହିଥାଉ।ଆଜି ଜାଣିବା ମହାପୁରୁଷ ମାନଙ୍କର ରଚିତ ଗ୍ରନ୍ଥ ମାଳିକା ବିଷୟରେ।ପଞ୍ଚସଖା ଯେ ମାଳିକା ଗ୍ରନ୍ଥ ରଚନା କରିଥିଲେ ତା ନୁହେଁ,ସାରଙ୍ଗ ଦାସ ଗ୍ରନ୍ଥ ଅଛି,ନିରାକାର ଦାସ ଗ୍ରନ୍ଥ ଅଛି,ଶିଶୁ ଦାସ,ବୈକୁଣ୍ଠ ଦାସଙ୍କ ଆଦି ଏମିତି ଅନେକ ମାଳିକା ରହିଛି।

ବହୁତ ବର୍ଷତଳେ ମହାପୁରୁଷମାନେ ତାଙ୍କ ଦିବ୍ୟଦୃଷ୍ଟି ରେ ବର୍ତ୍ତମାନ ଏବଂ ଭବିଷ୍ୟତରେ କଣ ଘଟିବ ତାହାକୁ ଏହି ମାଳିକା ଦ୍ଵାରା ବର୍ଣ୍ଣନା କରିଛନ୍ତି।
ଯେମିତି ଫୁଲମାଳାରେ ଫୁଲ ପଛକୁପଛ ଗୁନ୍ଥି ହୋଇରହିଥାଏ,ଠିକ ସେହିପରି ଭବିଷ୍ୟତ କଥା,ଇତିହାସ କଥା, ପୁରାଣ କଥା ଏବଂ ସମାଜକୁ ସତର୍କତା ଦେବାର କଥା ମାଳ ମାଳ ଗୁଚ୍ଛ ଗୁଚ୍ଛ ଭାବରେ ଲେଖାଯାଇଥାଏ ତାହାକୁ ମାଳିକା କୁହାଯାଏ।ଆମେ ଆଜି ଯାହାକିଛି କହୁଚେ ସବୁ ସେହି ମହାପୁରୁଷଙ୍କ କଥା କହିଥାଉ କୋୖଣସି ମନଗଢା କାହାଣୀ କହିନଥାଉ।

ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା।ଭଗବାନଙ୍କ ସଖା ପାଞ୍ଚଗୋଟି ହେଲେବି ଉଭା ସେହିଠି, ଅର୍ଥାତ ଭଗବାନଙ୍କ ସଖାମାନେ ମଧ୍ୟ ସେହି ଦ୍ୱାରକା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।ଯିଏକି ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଦୁନିଆ ସମ୍ପର୍କରେ ଆଲୋଚନା କରନ୍ତି।ଆଗତ ଭବିଷ୍ୟତରେ କଣ କଣ ଘଟିବ ତାହା ଭଗବାନ ବର୍ଣ୍ଣନା କରନ୍ତି। ତାହାକୁ ତାଙ୍କ ପାଞ୍ଚ ସଖା ଏକ ସ୍ୱତନ୍ତ୍ର ଭାବରେ ଲିପିବଦ୍ଧ ଭାବେ ରଖୁଥିଲେ।ଯାହାକୁ ବର୍ତ୍ତମାନ ସେହି ଗ୍ରନ୍ଥକୁ ମାଳିକା ବୋଲି କହୁଛେ।ଏଥିରୁହିଁ ଆମ କଳିଯୁଗରେ ଥିବା ସିଦ୍ଧ ପୁରୁଷ ମାନେ ଏହାର ଏକ ସରଳ ଭାଷାରେ ବର୍ଣ୍ଣନା କଲେ ଯାହାକୁ ସଧାରାଣ ଜନତା ବୁଝି ପାରିବେ ଏବଂ ନିଜକୁ ସଚେତନ କରିବା ସଙ୍ଗେ ସଙ୍ଗେ ସମାଜକୁ ମଧ୍ୟ ସୁଧାରିବାକୁ ଚେଷ୍ଟା କରିବେ।ପଞ୍ଚସଖା ଙ୍କର ଆହୁରି ଏକ ଗ୍ରନ୍ଥ ଯାହାର ନାମ ଆରାଧ୍ୟ ଗ୍ରନ୍ଥ, ଯେଉଁଥିରେ ଲେଖା ଅଛି କଳିଯୁଗରେ ଭଗବାନ କଳ୍କୀ ଅବତାର ନେଇ ଜନ୍ମ ନେଲେ ତାଙ୍କୁ ଫୁଣି ଥରେ ପଞ୍ଚସଖା ମଧ୍ୟ ଜନ୍ମନେଇ ଦେଖା ଦେବେ।

ଓଡ଼ିଶାର ନେମାଳ ଠାରେ ଭଗବାନ କଳ୍କୀ ଅବତାର ନେବେ।କାହିଁକି ନା ନେମାଳ ହେଉଛି ପଦ୍ମ ଅରଣ୍ୟ, ଯାହାକି ଭଗବାନ ପଦ୍ମରୁ ଜାତ ହୋଇଥିଲେ, ଫୁଣି ମନ୍ଧ୍ୟ ଜନ୍ମ ନେବେ, ଏହି କଳିଯୁଗକୁ ଶେଷ କରିବା ପାଇଁ। ତାଙ୍କୁ ସାଥ ଦେବା ପାଇଁ ପଞ୍ଚସଖା ଜନ୍ମ ନେବେ।ପଞ୍ଚସଖା ୨୦୨୭ ମସିହା ସୁଦ୍ଧା ଜନ୍ମ ଗ୍ରହଣ କରିବେ।ସେମିତି ମାତାଙ୍କ ଗର୍ଭରୁ ଯେମିତି ହୀରଣ୍ୟକସୀପୁ ଜଣେ ରାକ୍ଷାସ,ତାଙ୍କ ପତ୍ନୀ କୟୋଦି ଯାହାଙ୍କ ଗର୍ଭରୁ ଜାତ ହେଲେ ପ୍ରହ୍ଲାଦ ଯିଏକି ଜଣେ ଭକ୍ତ।ସେମିତି ମାଙ୍କ ଗର୍ଭରୁ ଜନ୍ମ ନେବେ ପଞ୍ଚସଖା। ଦୁନିଆରେ ଥିବା ସମସ୍ତ ଦୁରାଚାର, ସମସ୍ତ ନକରାତ୍ମକ ଜିନିଷକୁ ନାଶ କରିବାକୁ।

ଯିଏ ଭାଗଵାନଙ୍କୁ ପୂଜା ଆରଧନା କରୁଥିବ ତାହାର କିଛି ଅସୁବିଧା ହେବାର ନାହିଁ।ଭଗବାନଙ୍କର କରୁଣା ତାଙ୍କୁ ସବୁ ପରିସ୍ଥିତି ସହ ଲଢ଼ିବାରେ ସାହାଯ୍ୟ କରିବେ।ସମସ୍ତେ କୁହନ୍ତି ମାଳିକା କେବଳ ଜନ ସମାଜକୁ ଡ଼ରେଇବା ପାଇଁ, ନା ଆଜ୍ଞା ମାଳିକା ଜନ ସମାଜକୁ ସଚେତନତାର ପଥ ପ୍ରଦର୍ଶକ ଅଟେ। ଭଗବାନ ହିଁ ମୁକ୍ତି ସେ ହିଁ ସବୁରି ମାଲିକ ଏବଂ ସବୁଠୁ ଶକ୍ତିଶାଳୀ।

Leave a Reply

Your email address will not be published. Required fields are marked *