ଓଡିଆ ଫିଲ୍ମ ପାଇଁ ସବୁଠୁ ବଡ ଦୁଖ ଖବର – ଏହି ବଡ ଓଡ଼ିଆ ଅଭିନେତା ଙ୍କ ଏବେ ଏବେ ହେଲା ମୃତ..

Spread the love

ପଶ୍ଚିମ ଓଡ଼ିଶାର ଅଭିନେତା ଅଟଳ ବିହାରୀ ପଣ୍ଡା ଆଜି ଆଉ ଆମ ଗହଣରେ ନାହାନ୍ତି।ଅଟଳ ବିହାରୀ ପଣ୍ଡାଙ୍କୁ ସମଗ୍ର ଓଡ଼ିଶାର ଲୋକ ସଲାବୁଢ଼ା ନାମରେ ଜାଣନ୍ତି।୮୩ ବର୍ଷ ବୟସରେ ସଲାବୁଢ଼ାର ଅଭିନୟରେ ଅଭିନୟ କରି ଅନେକ ନାମ କମାଇଥିଲେ ଅଟଳ ବିହାରୀ ପଣ୍ଡା।ଏହା ପୂର୍ବରୁ ସେ ୧୦୦ ରୁ ଅଧିକ ନାଟକରେ ଅଭିନୟ କରି ଅନେକ ନାମ କାମାଇଥିଲେ।କିନ୍ତୁ ଦୁଃଖର ବିଷୟ ହେଉଛି ଆଜି ଭୋର ୩.୪୫ ସମୟରେ ତାଙ୍କର ମୃତ୍ୟୁ ଘଟିଛି।ଏହି ଘଟଣାରେ ସମସ୍ତ ଓଡ଼ିଆ ଫିଲ୍ମ ଜଗତରେ ସୋକର ଛାୟା ଖେଳିଯାଇଛି।ସମସ୍ତେ ଜାଣନ୍ତି ତାଙ୍କର ଅବଦାନ ସମଗ୍ର ଓଡ଼ିଆ ଫିଲ୍ମ ଜଗତ ପାଇଁ କଣ।

ପୂର୍ବରୁ ଏହି କିଛିଦିନ ହେବ ସେ ଏକ ରକ୍ତ ଜନିତ ରୋଗରେ ଆକ୍ରାନ୍ତ ଥିଲେ ଓ ଚିକିତ୍ସିତ ହେଉଥିଲେ।କିନ୍ତୁ ଆଜି ସକାଳ ୩.୪୫ ରେ ତାଙ୍କର ମୃତ୍ୟୁ ଘଟିଛି।ସମ୍ବଲପୁରର ଭୀମସାର ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ହୋଇଥିଲା ୯୨ ବର୍ଷ ଓ ୮୩ ବର୍ଷ ବୟସରେ ସେ ସେଲାବୁଢ଼ାରେ ଅଭିନୟ କରି ଅନେକ ନାମ ଜମାଇଥିଲେ।ଏତେ ଅଧିକ ବୟସରେ ମଧ୍ୟ ସେ ଯେପରି ଅଭିନୟ କରିଥିଲେ ଏହା ଦେଖି ଅନେକ କଳାକାର ପ୍ରେରିତ ହୋଇଥିଲେ ଓ ତାଙ୍କୁ ଅନୁସରଣ ମଧ୍ୟ କରିଥିଲେ।ସେ ସମସ୍ତ ଯୁବ ଅଭିନେତାଙ୍କ ପାଇଁ ଏକ ଆଦର୍ଶ ହୋଇ ରହିଯାଇଛନ୍ତି।ତାଙ୍କର ଅଭିନୟରେ ମୁଗ୍ଧ ସମଗ୍ର ଓଡ଼ିଶାର ଲୋକ ତାଙ୍କ ମୃତ୍ୟୁ ପାଇଁ ମର୍ମାହତ।ତାଙ୍କର ସ୍ଥାନ ଅପୂରଣୀୟ ଓ ତାଙ୍କର ଅବଦାନ ଚିରସ୍ମରଣୀୟ।

ନିକଟରେ ଅନ୍ୟ ଏକ ହାସ୍ୟଅଭିନେତା ଡଲୁଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା।ଏହି ଘଟଣାର ମାତ୍ର କିଛିଦିନ ପରେ ପୁଣି ସମ୍ବଲପୁରର ବିଶିଷ୍ଟ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କର ମୃତ୍ୟୁ ଘଟିଛି ଯାହାକି ସମ୍ବଲପୁରବାସୀଙ୍କ ପାଇଁ ଏକ ବହୁତ୍ ବଡ଼ ଦୁଃଖର ବିଷୟ।ଅଟଳ ବିହାରୀ ପଣ୍ଡାଙ୍କ ମୃତ୍ୟୁ କେବଳ ସମ୍ବଲପୁରପାଇଁ ନୁହେଁ ବରଂ ସଂପୂର୍ଣ୍ଣ ଓଡ଼ିଶା ପାଇଁ ଏକ ବହୁତ ବଡ଼ ଦୁଃଖର ବିଷୟ।ତାଙ୍କର ମୃତ୍ୟୁ ସମଗ୍ର ଓଡ଼ିଆ ଫିଲ୍ମ ଜଗତ ପାଇଁ ଏକ ବହୁତ ବଡ଼ କ୍ଷତି।ତାଙ୍କର ଅଭିନୟରେ ମୁଗ୍ଧ ସମଗ୍ର ଓଡ଼ିଶାର ବାସି ତାଙ୍କ ମୃତ୍ୟୁ ଖବରରେ ମର୍ମାହତ ହୋଇପଡିଛନ୍ତି।

ସମଗ୍ର ସମ୍ବଲପୁରରେ ବର୍ତ୍ତମାନ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ସେ ଏହି ଦୁନିଆ ଛାଡି ଚାଲିଯାଇଛନ୍ତି।ଏହି ଖବର ଆସିବାପରେ ଓଲିଉଡ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।ଓଲିଉଡ ଫିଲ୍ମ ଜଗତର ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି।ତେଣୁ ଆମେ ସମସ୍ତେ ଭଗବାନଙ୍କ ନିକଟରେ ଏହା ଗୁହାରି କରିବା କି ଅଟଳ ବିହାରୀ ପଣ୍ଡାଙ୍କ ଆତ୍ମାର ସଦଗତି ହେଉ।ସେ ସମଗ୍ର ଓଡ଼ିଆ ଫିଲ୍ମ ଜଗତକୁ ଯେଉଁ ଅବଦାନ ଦେଇଛନ୍ତି ତାହା ଅତୁଳନୀୟ।ତାଙ୍କଭଳି ଅଭିନେତାଙ୍କ ମୃତ୍ୟୁ ସମଗ୍ର ଓଡ଼ିଶା ପାଇଁ ଏକ ବହୁତ ବଡ଼ କ୍ଷତି କହିଲେ ଭୁଲ ହେବ ନାହିଁ।

Leave a Reply

Your email address will not be published. Required fields are marked *