ବଡ ଖବର ଓଡ଼ିଶାର ଯୁକ୍ତ ୨ ପରୀକ୍ଷା ହେଲା ବାତିଲ – କେମିତି ମିଳିବ ନମ୍ବର ଜାଣିରଖନ୍ତୁ

Spread the love

ସାଙ୍ଗମାନେ ବର୍ତମାନ ଆସୁଛି ଆପଣମାନଙ୍କ ପାଇଁ ଏକ ବଡ ଖୁସି ଖବର।ଆପଣମାନେ ଶୁଣିବାକୁ ପାଇଲେଣି କି ନାହିଁ ଏବେ ଏବେ ରାଜ୍ୟ ସରକାରଙ୍କ ମୁଖ୍ୟ କାର୍ଯ୍ୟାଳୟ ସୂଚନା ଦେଇଛି କି ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଆମ ଓଡିଶାରେ ବାତିଲ କରାଯିବ।ପ୍ରତିଦିନ ରାଜ୍ୟ ସରକାରଙ୍କ ସହ ବାରମ୍ବାର ବାରମ୍ବାର ବୈଠକ ବସୁଥିଲା କି ଯୁକ୍ତ ୨ ପିଲାଙ୍କୁ ପାସ କରାଯିବ କି ନାହିଁ।ଏଠି ଏବେ ସବୁଠୁ ବଡ ଖବର ହେଉଛି କେମିତି ମୂଲ୍ୟାୟନ କରାଯିବ ଏବଂ କେମିତି ଏହାର ମାର୍କ ମିଳିବ।ଏହି ଆର୍ଟିକିଲରେ ଆଗରେ ଆପଣମାନେ ଏହି ବିଷୟରେ ସବୁକିଛି ଜାଣିବାକୁ ପାଇବେ।ତେବେ ସାଙ୍ଗମାନେ କିଛି ଦିନ ପୂର୍ବରୁ ହି ଆପଣମାନେ ଜାଣିଛନ୍ତି କି CBSE ଘୋଷଣା କରିଥିଲା ଚଳିତ ବର୍ଷ ଏହି ମହାମାରୀକୁ ଆଖିରେ ରଖିକରି ଆଉ ପିଲାଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପିଲାଙ୍କ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଛି।ଏହା ନେଇ ରାଜ୍ୟ ସରକାରଙ୍କ ସାହିର ୨ କି ୩ ଦିନ ଧରି ବୈଠକ ଚାଲିଥିଲା ଏବଂ ଏବେ ଏବେ ଘୋଷଣା କରାଯାଇଛି କି ଚଳିତ ବର୍ଷ ମଧ୍ୟ ଯୁକ୍ତ ୨ ପରୀକ୍ଷା ତଥା ଯେଉଁମାନେ ଯୁକ୍ତ ୨ର ଦ୍ୱିତୀୟ ବର୍ଷରେ ପଢୁଥିଲେ ସେମାନଙ୍କୁ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଯିବ।

ଏହା ପୂର୍ବରୁ ମଧ୍ୟ ଆମ ରାଜ୍ୟରେ ଦଶମ ଶ୍ରେଣୀରେ ଯେଉଁ ପିଲାମାନେ ପଢୁଥିଲେ ସେମାନଙ୍କ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି ଏବଂ ସେମାନଙ୍କ କେଉଁ ଆଧାରରେ ମୂଲ୍ୟାୟନ ହେବ କିଛି ଦିନ ବିଚାର ବିମର୍ଶ କରିଲା ପରେ ସମାଧାନ ଆସିଥିଲା।ତେବେ ସବୁଠୁ ବଡ ଖବର ଆସୁଛି କି ଯୁକ୍ତ ୨ ପିଲାଙ୍କ ପାଇଁ ଏହା ଏକ ବଡ ଖୁସି ଖବର କାରଣ ବର୍ତମାନ ଯେଉଁ କରନା ପରିସ୍ଥିତି ଆରମ୍ଭ ହୋଇଛି ପିଲାମାନଙ୍କର ହୁଏତ ପାଠପଢା ପ୍ରତି ଏତେ ଆଗ୍ରହ ଆଉ ନାହିଁ।ଯଦିବି ରହିଛି ତାହେଲେ ବହୁତ କମ ସଂଖ୍ୟାର ପିଲା ହି ପାଠ ପଢିବାକୁ ଆଗ୍ରହ ହେଉଛନ୍ତି।ଯଦି ଦେଖିବା ସ୍କୁଲ ନାହିଁ କି କଲେଜ ନାହିଁ ଯାହା ପର୍ସନାଲ ଟ୍ୟୁସନ ଏବଂ ତାହା ମଧ୍ୟ ହେଉଛି କେବଳ ଅନଲାଇନ ମାଧ୍ୟମରେ।ଡେରିରେ ହେଉ ମଧ୍ୟ ଆମ ରାଜ୍ୟ ସରକାର ପୁନର୍ବାର ୫ ଥର ବୈଠକ ବସିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି କି ଏହି ଯୁକ୍ତ ୨ ପରୀକ୍ଷାକୁ ବାତିଲ କରାଯିବ।

ଏବେ ସବୁଠୁ ବଡ ପ୍ରଶ୍ନ ଉଠୁଛି କି କେବେ ଏବଂ କେଉଁ ଆଧାରରେ ପିଲାମାନଙ୍କୁ ମାର୍କ ମିଳିବ।ମାର୍କ ଦେବା ପାଇଁ ଯେଉଁ ଟିମ ରହିଛି ସେ ଏବେ ମଧ୍ୟ ବିଚାର ବିମର୍ଶ କରୁଛି ଏବଂ ଏଥିପାଇଁ କିଛି ଗାଇଡ଼ ଲାଇନ ମଧ୍ୟ ଆସିନାହିଁ।ଆଉ ଗୋଟେ ବଡ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ଯେଉଁ ସୂଚନା ଦେଇଛନ୍ତି ବହୁତ ସ୍ୱାଗତ ଯୋଗ୍ୟ ଉକ୍ତି ଟିକେ କହିଛନ୍ତି ଯେ କି ପରୀକ୍ଷା ପଛରେ ଥାଉ ପ୍ରଥମେ ହେଉଛି ପିଲାମାନଙ୍କର ଜୀବନ।ତେବେ ପିଲାଙ୍କ ଜୀବନକୁ ଅର୍ଥାତ ପିଲାଙ୍କ ସ୍ୱାର୍ଥକୁ ଆଖିରେ ରଖି ହି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି କି ବିଳମ୍ବ ହେବନାହିଁ ଏବଂ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ପିଲାମାନଙ୍କୁ ମାର୍କ ଦିଆଯିବ ଏବଂ ଯଦି କୌଣସିବି ଛାତ୍ରଛାତ୍ରୀ ନିଜର ମାର୍କକୁ ନେଇକରି ସନ୍ତୁଷ୍ଟ ନ ଥାନ୍ତି ତେବେ କରନା ସ୍ଥିତି ଯେବେ ସୁଧୁରିବ ସେ ଚାହିଁଲେ ପୁଣିଥରେ ପରୀକ୍ଷା ଦେଇ ପାରିବେ।

ବନ୍ଧୁମାନେ ଆପଣଙ୍କୁ ଏହି ଆର୍ଟିକିଲ ପସନ୍ଦ ଆସିଲା କି ନାହିଁ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଏହାକୁ ନିଜ ପରିବାର ବର୍ଗ ଏବଂ ସାଙ୍ଗ ମଧ୍ୟ ସେୟାର ମଧ୍ୟ କରନ୍ତୁ।ଆଜିର ଏହି କଠୋର ପରିସ୍ଥିତିରେ ସବୁ ଲୋକ ସମସ୍ତଙ୍କ ଠାରୁ ଦୂରେଇ ଯାଇଛନ୍ତି।କେହି କାହା ପାଖକୁ ଆସିବାକୁ ମଧ୍ୟ ଭୟ କରୁଛନ୍ତି।ଆପଣ ମଧ୍ୟ ସୁରକ୍ଷିତ ରହିବା ପାଇଁ ସବୁବେଳେ ଘରେ ରୁହନ୍ତୁ।ବହାରକୁ ବିନା କାରଣରେ ଯାଆନ୍ତୁ ନାହିଁ।କେବଳ ଆବଶ୍ୟକ କାମରେ ହି ଘରୁ ବହାରନ୍ତୁ।ସମସ୍ତଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ ଏବଂ ସବୁବେଳେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ।ନମସ୍କାର।

Leave a Reply

Your email address will not be published. Required fields are marked *