ବର୍ତମାନ ର ବଡ ଦୁଃଖ ଖବର – ଆଜି ଏହି ହିରୋଙ୍କ ଗାଡି ଦୁର୍ଘଟଣା ରେ ପରଲୋକ – ସିନେମା ଜଗତରେ ହାହାକାର – ସାରା ଦେଶରେ ଶୋକର ଛାୟା..

Spread the love

ବନ୍ଧୁମାନେ ଗତ ଦୁଇ ବର୍ଷରେ ସମଗ୍ର ବିଶ୍ୱ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି।ସେ କୋରୋନା ଭୂତାଣୁ ହେଉ କିମ୍ବା ଆମାଜନ ଜଙ୍ଗଲରେ କି ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିଯିବ ହେଉ।ସମ୍ପୂର୍ଣ୍ଣ ବିଶ୍ୱରେ ଏବେ ଯାଏଁ ଶାନ୍ତି ଫେରି ନାହିଁ।ମହାମାରୀ ଯୋଗୁଁ ଆମେ ଆଜି ବି ନିଜ ଘରେ ବନ୍ଦ ହେଇ ରହିଛୁ।ତେବେ ଏହି ରୋଗରେ ବହୁତ ଲୋକ ମୃତ୍ୟୁବରଣ କରିଥିଲେ।ତେବେ ଏହାର ପ୍ରଭାବ ଧନୀ ଗରିବ ସମସ୍ତଙ୍କ ଉପରେ ସମାନ ରୁପରେ ପଡ଼ିଥିଲା।ସିନେମା ଜଗତରେ ମଧ୍ୟ ଅନେକ କଳାକାରଙ୍କ ଏହି ମହାମାରୀ ସମୟରେ ମୃତ୍ୟୁ ଘଟିଥିଲା।

ତେବେ ସେ ହିନ୍ଦୀ ସିନେମା ଜଗତର ଋଷି କପୁର, ଇରଫାନ ଖାନ ଓ ସୁଶାନ୍ତ ସିଂହ ରାଜପୁତ ଏବେ ଆମ ଗହଣରେ ଆଉ ନାହାନ୍ତି।ଠିକ ସେହିପରି ଭାବରେ ଓଡ଼ିଆ ସିନେ ଜଗତ ମଧ୍ୟ ବିଜୟ ମହାନ୍ତି, ଅଜିତ ଦାସଙ୍କ ଭଳି କଳାକାର ମଧ୍ଯ ଆଜି ଆମକୁ ଛାଡ଼ି ଚାଲି ଯାଇଛନ୍ତି।

ଭାରତ ଦେଶ ହେଉଛି କଳା ଓ ସଂସ୍କୃତିର ଦେଶ।ଏଠାରେ ଅନେକ କଳାକାର ନିଜର କଳାକୁ ଲୋକଙ୍କ ପାଖରେ ପ୍ରଦର୍ଶନ କରୁଛନ୍ତି।ସେ ଅଭିନୟ ହେଉ କି, ଗୀତ ହେଉ କି ନାଚ ହେଉ।ତେବେ ଏହିଭଳି ଏକ ବଡ଼ କଳାକାର ଆଜି ଆମ ଭିତରେ ନାହାନ୍ତି।ସେ ଅଭିନେତା ଜଣକ ହେଉଛନ୍ତି କନ୍ନଡ଼ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ବିଜୟ।ସେ ସଡ଼କ ଦୁର୍ଘଟଣାରେ ନିଜ ଜୀବନ ହାରିଛନ୍ତି।

ଗତ ୧୨ ତାରିଖ ଦିନ ବାଇକରେ ସେ ଜଣେ ସାଙ୍ଗ ସହ ବସି ଘରକୁ ଫେରୁଥିବା ବେଳେ ଦୁଇ ଜଣଙ୍କର ଦୁର୍ଘଟଣା ଘଟିଥିଲା।ଏହାପରେ ସେ ବାଙ୍ଗାଲୋରରେ ଥିବା ଆପୋଲୋ ହସ୍ପିଟାଲରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା।ହସ୍ପିଟାଲର ସ୍ନାୟୁ ବିଭାଗର ଆଇସିୟୁରେ ଥିବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।୩୮ ବର୍ଷ ବୟସରେ ସେ ଆମମାନଙ୍କୁ ୩୮୦୦୦ ସ୍ମୃତି ଦେଇ ଛାଡ଼ି ଚାଲିଯାଇଥିଲେ।ତେବେ ତାଙ୍କ ମୃତ୍ୟୁ ପରେ କିନ୍ତୁ ତାଙ୍କର ଘରଲୋକ ସବୁ ଅଙ୍ଗଗୁଡିକ ଦାନ କରି ଦେଇଥିଲେ।

୨୦୧୧ ମସିହାରେ ସେ ପ୍ରଥମ ଥର ପାଇଁ କନ୍ନଡ଼ ସିନେ ଜଗତରେ ପାଦ ଦେଇଥିଲେ।ଏହାପରେ ଗୋଟେ ପରେ ଗୋଟେ ହିଟ ଚଳଚ୍ଚିତ୍ର ଦେଇ ସେ ଲୋକପ୍ରିୟ ହେଇ ଯାଇଥିଲେ।ତେବେ ନିଜର ଅଭିନୟ ପାଇଁ ସେ ଜାତୀୟ ପୁରସ୍କାରରେ ମଧ୍ଯ ସମ୍ମାନିତ ହେଇଛନ୍ତି।ଏଭଳି ଚମତ୍କାର ଅଭିନୟ ପାଇଁ ଆଜି ସମ୍ପୂର୍ଣ୍ଣ ସିନେମା ଜଗତ ଓ ତାଙ୍କର ଅନେକ ପ୍ରଶଂସକ ଦୁଃଖ ପ୍ରକାଶ କରିଛନ୍ତି।ତେବେ ଆମେ ଆଜି ଏଠାରେ ପ୍ରାର୍ଥନା କରୁଅଛୁ କି ତାଙ୍କର ଆତ୍ମାକୁ ଚିରଶାନ୍ତି ମିଳିଥାଉ।

Leave a Reply

Your email address will not be published. Required fields are marked *