ସୁକନ୍ୟା ସମୃଦ୍ଧି ଯୋଜନା – ଏହିପରି ଭାବେ ମାତ୍ର ୧୦୦୦ ଟଙ୍କା ଦେଇ ପାଆନ୍ତୁ ୫ ଲକ୍ଷ ଟଙ୍କା – ଜାଣିରଖନ୍ତୁ କିପରି ଏହାର ଲାଭ ଉଠେଇବେ

Spread the love

ସାଙ୍ଗମାନେ ଯଦି ଆପଣଙ୍କ ପରିବାରରେ ଏକ ଝିଅ ଅଛି ଏବଂ ଆପଣ ତା ପାଇଁ କିପରି ପଇସା ସଞ୍ଚୟ କରିବେ ତାହା ଭାବୁଛନ୍ତି।ତେବେ ଆଜି ଆମେ ଏଠାରେ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ବହୁତ କିଛି ଜାଣିବାକୁ ଯାଉଛେ।ଏହାଦ୍ଵାରା ଆପଣ ଅଳ୍ପ ଅଳ୍ପ ପଇସା ସଞ୍ଚୟ କରି କରି ବଦଳରେ ଏକ ବହୁତ ବଡ଼ ପରିମାଣର ଟଙ୍କା ପାଇପାରିବେ।ତେବେ ଏ ଆର୍ଟିକଲଟିକୁ ଶେଷ ଯାଏଁ ପଢନ୍ତୁ ଯାହା ଦ୍ଵାରା ଆପଣ ବହୁତ କିଛି ଜାଣିବାକୁ ପାଇବେ।

ଏହି ଯୋଜନାଟି ୨୦୧୪ ମସିହାରେ ଭାରତ ସରକାର ପ୍ରଥମ ଥର ପାଇଁ ଆଣିଥିଲେ।ତେବେ ଆଗରୁ ଏହି ଯୋଜନାଟିର ନିୟମଗୁଡ଼ିକ ବହୁତ ଅଲଗା ଥିଲା।ଏବେ ପୁଣିଥରେ ସେ ନିୟମଗୁଡ଼ିକ ବଦଳା ଯାଇଅଛି।ଆଗରୁ ଏହି ଯୋଜନାରେ ଯିଏ ଖାତା ଖୋଲୁଥିଲା ତାକୁ ମାସକୁ ୧୦୦୦ଟଙ୍କା ଲେଖାଏଁ ଜମା କରିବାକୁ ପଡ଼ୁଥିଲା ଏବଂ ବାର୍ଷିକ ଏକ ଲକ୍ଷ୍ୟ ଟଙ୍କା ଜମା କରା ଯାଉଥିଲା।ତେବେ ୨୦୨୧ରେ ଏହା ପରିବର୍ତ୍ତନ ହେଇ ମାସିକ ୨୫୦ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ଭିତରେ କେତେ ଟଙ୍କା ବି ଜମା ରଖିପାରିବେ ଓ ବାର୍ଷିକ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ଜମା ରଖିପାରିବେ।

ତେବେ ଅନେକ ଲୋକ ଜାଣିନଥାନ୍ତି ଏହି ଯୋଜନାର ଅବଧି କେତେ ବର୍ଷ।ତେବେ ଆଜି ଆମେ ଏଠାରେ କହି ରଖୁଛୁ କି ଏହାର ଅବଧି ହେଉଛି ୨୧ ବର୍ଷ।କିନ୍ତୁ ଆପଣଙ୍କୁ କେବଳ ୧୪ ବର୍ଷ ଯାଏଁ ଟଙ୍କା ଜମା କରିବାକୁ ପଡ଼ିବ ଓ ଏହା ପରେ ଆଉ ୭ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।ଯଦି ଆପଣଙ୍କର ଝିଅକୁ ୧ ବର୍ଷ ହେବା ବେଳକୁ ଆପଣ ଏହି ଯୋଜନାରେ ଖାତା ଖୋଲି ଦିଅନ୍ତି, ତେବେ ଆପଣଙ୍କୁ ଝିଅକୁ ୧୪ ବର୍ଷ ହେଲା ଯାଏଁ ପଇସା ଜମା କରିବେ ଓ ଝିଅକୁ ୨୧ ବର୍ଷ ହେଲା ପରେ ଆପଣ ପଇସା ବାହାର କରିବେ।

ତେବେ କେତେ ଟଙ୍କା ଜମା କଲେ କେତେ ଟଙ୍କା ମିଳିବ।ଯଦି ଆପଣ ମାସିକ ୨୫୦ଟଙ୍କା ଜମା କରୁଛନ୍ତି, ତେବେ ୧୪ ବର୍ଷରେ ଆପଣଙ୍କୁ ସର୍ବମୋଟ ୪୨୦୦୦ଟଙ୍କା ଜମା କରିବାକୁ ପଡ଼ିବ।ଏଥିରେ ଆପଣଙ୍କୁ ଏକ ଲକ୍ଷ୍ୟ ବାଇସ ହଜାର ସାତ ଶହ ପଇଞ୍ଚାଲିଶି ଟଙ୍କା।ଯଦି ଆପଣ ମାସିକ ୫୦୦ ଟଙ୍କା ଜମା କରୁଛନ୍ତି, ତେବେ ଆପଣଙ୍କୁ ୧୪ ବର୍ଷରେ ସର୍ବମୋଟ ୨୮୦୦୦ ଟଙ୍କା ଜମା କରିବାକୁ ପଡ଼ିବ।ଏଥିରେ ଆପଣଙ୍କୁ ୨ ଲକ୍ଷ୍ୟ ୪୫ ହଜାର ୪୯୦ ଟଙ୍କା ମିଳିବ।ଯଦି ଆପଣ ମାସିକ ୧୦୦୦ ଟଙ୍କା ଜମା କରୁଛନ୍ତି ତେବେ ୧୪ ବର୍ଷରେ ସର୍ବମୋଟ ଆପଣଙ୍କୁ ୧୬୮୦୦ ଟଙ୍କା ଜମା କରିବାକୁ ପଡ଼ିବ।ଏଥିରେ ଆପଣଙ୍କୁ ୪ ଲକ୍ଷ୍ୟ ୯୦ ହଜାର ୯୮୦ ଟଙ୍କା।

ତେବେ ଝିଅକୁ ୧ବର୍ଷ ହେବା ସମୟ ଠାରୁ ୧୦ ବର୍ଷ ହେବା ଯାଏଁ କୌଣସି ବି ସମୟରେ ଆପଣ ଏହି ଯୋଜନାରେ ଖାତା ଖୋଲିପାରିବେ ଏବଂ ୨୧ବର୍ଷ ପରେ ପଇସା ବାହାର କରିପାରିବେ।

Leave a Reply

Your email address will not be published. Required fields are marked *