ହର ପଟ୍ଟନାୟକଙ୍କ ଝିଅ ବର୍ତମାନ ହର ପଟ୍ଟନାୟକଙ୍କ ମୃତ୍ୟୁ ପରେ କଣ କରୁଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ – ସୁନ୍ଦରତା ଦେଖିଲେ ଆପଣ ମଧ୍ୟ ପ୍ରଶଂସା କରିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ବିଶିଷ୍ଟ ଅଭିନେତା ହର ପଟ୍ଟନାୟକଙ୍କ ବିଷୟରେ।ଓଡ଼ିଆ ଚଳଚ୍ଚିତ୍ର ଜଗତର ଖଳନାୟକ କହିଲେ ଗୋଟିଏ ନାମକୁ ବୁଝାଏ ହରପଟ୍ଟନାୟକ।ହର ପଟ୍ଟନାୟକ ଯେତେବେଳେ ଓଡ଼ିଆ ଫିଲ୍ମରେ ଅଭିନୟ କରୁଥିଲେ ସେହି ସମୟରେ ସମସ୍ତେ ଭୁଲି ଯାଉଥିଲେ ସେ ମଧ୍ୟ ଜଣେ ସାଧାରଣ ଲୋକ ବୋଲି।ତାଙ୍କ ଅଭିନୟ ଏତେ ଭଲ ଏବଂ ବାସ୍ତବ ଥିଲା ଯେ ତାଙ୍କୁ ଲୋକ ମାନେ ସିନେମା ଦେଖିବା ସମୟରେ ସତ ଖଳନାୟକ ବୋଲି ଭାବିଦେଉଥିଲେ।ତାଙ୍କର ଅନେକ ଦଇଲଗ ଏବେ ମଧ୍ୟ ଅନେକ ଲୋକଙ୍କ ହୃଦୟରେ ଅଛି ଏବଂ ଲୋକମାନେ ଅନେକ ସ୍ଥାନରେ ତାହାର ବ୍ୟବହାର କରନ୍ତି।

ତାଙ୍କ ଭଳି ଏକ ଓଡ଼ିଆ କଳାକାର ଓଡ଼ିଆ ସିନେମା ଜଗତକୁ ଆଉ କେବେ ଭବିଷ୍ୟତରେ ମିଳିବକି ନାହିଁ ଆମେ ଜାଣିନାହୁଁ।ଆଜି ଆମେ ଏହି ଆର୍ଟିକିଲରେ ସେହି ହର ପଟ୍ଟନାୟକଙ୍କ ବିଷୟରେ କିଛି ଅଜଣା କଥା ଜାଣିବା।ତାଙ୍କ ସ୍ତ୍ରୀ କିଏ?ତାଙ୍କ ପୁଅ ଝିଅ ବର୍ତ୍ତମାନ କେଉଁଠାରେ ଅଛନ୍ତି ସେ ଆମ ଓଡ଼ିଆ ଫିଲ୍ମ ଜଗତକୁ କେଉଁ ମୂଲ୍ୟବାନ ଜିନିଷ ଦେଇ ଯାଇଛନ୍ତି ଏପରି ବହୁ ଅଜଣା କଥା ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା।

ପ୍ରଥମେ ଆପଣ ଏହା ଜଣାନ୍ତୁ ହର ପଟ୍ଟନାୟକ ଖାଲି ଜଣେ ଅଭିନେତା ନୁହେଁ।ଅଭିନେତା ସହିତ ସେ ଜଣେ ପ୍ରଯୋଜକ,ନିର୍ଦ୍ଦେଶକ ଏବଂ ଚିତ୍ର ନାଟ୍ୟ ଲେଖକ ମଧ୍ୟ ଥିଲେ।ଏହା ସହିତ ସେ ଜଣେ ଗାୟକ ମଧ୍ୟ।ସେ ବହୁ ଗୀତ ମଧ୍ୟ ଗାଇଛନ୍ତି।ସେ ୨୦୧୨ ମସିହାରେ ତାଙ୍କର ଶେଷ ଓଡ଼ିଆ ଫିଲ୍ମ ତୋ ଆଖିରେ ମୁଁ ,ଓଁ ସାଇ ରାମ କରିଥିଲେ।ଶେଷରେ ୨୦୧୫ ମସିହାରେ କର୍କଟ ରୋଗ ଯୋଗୁ ତାଙ୍କର ଦେହାନ୍ତ ହୋଇଯାଇଥିଲା।

ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ଝରଣା ପଟ୍ଟନାୟକ।ହର ପଟ୍ଟନାୟକଙ୍କ ଗୋଟିଏ ମାତ୍ର ଝିଅ ଅଛି ବର୍ତ୍ତମାନ ସମୟର ଓଡ଼ିଆ ଫିଲ୍ମର ସୁପର ଷ୍ଟାର ଅନୁଭବ ମହାନ୍ତି ସବ୍ୟସଚୀ ମିଶ୍ର, ବାବୁସାନ ଏହି ତିନି ଜଣଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ହର ପଟ୍ଟନାୟକହିଁ ଆଣିଥିଲେ।ଯଦି ହର ପଟ୍ଟନାୟକ ନଥାନ୍ତେ ତେବେ ଏହି ତିନି ଜଣ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ହୋଇନଥାନ୍ତେ।ହର ପଟ୍ଟନାୟକ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୦ ବର୍ଷ ଯାଏଁ କାମ କରିଥିଲେ।ସେଥିମଧ୍ୟରେ ସେ ୪୦ଟି ଫିଲ୍ମରେ ଖଳନାୟକ ରୂପରେ ଅଭିନୟ କରିଥିଲେ ଏବଂ ୨୦ଟି ଫିଲ୍ମରେ ପ୍ରଯୋଜକ ଭାବରେ କାମ କରିଥିଲେ।

ହର ପଟ୍ଟନାୟକଙ୍କ ଏକ ମାତ୍ର ଝିଅଙ୍କ ନାମ ହେଉଛି ସୁନିତା ପଟ୍ଟନାୟକ।ହର ପଟ୍ଟନାୟକଙ୍କ ଯେତେବେଳେ ମୃତ୍ୟୁ ହୋଇଥିଲା ସେତେବେଳେ ତାଙ୍କ ଝିଅ ସୁନିତା ପଟ୍ଟନାୟକଙ୍କ ବୟସ ୧୬ ବର୍ଷ ହୋଇଥିଲା।ଆଉ ଆଜି ତାଙ୍କୁ ୨୧ ବର୍ଷ ବୟସ ହୋଇଛି।ସେ ବର୍ତ୍ତମାନ ଲଣ୍ଡନରେ ପାଠ ପଢୁଛନ୍ତି।ମିଡିଆ ସୂତ୍ରରୁ ଜଣା ପଡ଼ିଛି ସେ ଓକିଲାତି ପଢୁଛନ୍ତି।ଅର୍ଥାତ ଲଅ ପଢୁଛନ୍ତି।

Leave a Reply

Your email address will not be published. Required fields are marked *