ପିଲାଙ୍କ କୃମି ଦୋଷ ଓ ଏହାର ନିରାକରଣ – କାହିଁକି ହେଇଥାଏ ପିଲାଙ୍କ ପେଟରେ କୃମି – ଅଭିଭାବକ ମାନେ ଏହି କଥା ନିଶ୍ଚୟ ଜାଣିରଖନ୍ତୁ

ସାଧାରଣତଃ ଆମେ ଦେଖିଥିବା କି ଛୋଟଛୁଆ ମାନେ ଅଭିଯୋଗ କରିଥାନ୍ତି କି ସେମାନଙ୍କ ଝାଡ଼ା ଦ୍ଵାର କୁଣ୍ଡାଇ ହେଉଛି,ଏହା ସହିତ ଗୋଟେ ଗୋଟେ ଛୁଆଙ୍କର ଖାଦ୍ୟ ଖାଇବା କମିଯାଏ, ସେମାନଙ୍କୁ ଭୋକ ହୁଏନାହିଁ, ନିସ୍ତେଜ ହୋଇଯାଆନ୍ତି।ଏହି ସମୟରେ ଆମେ ଦେଖିବା କି ଝଡାରେ କିଛି କିଛି କୃମି ମଧ୍ୟ ଆସୁଛନ୍ତି।କୃମି ହେବାର ଲକ୍ଷଣ ଗୁଡ଼ିକ ହେଉଛି,ଦେଖିବା ପିଲାଟି ମଳଦ୍ୱାରକୁ ରାତିରେ କୁଣ୍ଡାଉଛି।ପିଲାଟିକୁ ଭୋକ ହେଉନାହିଁ,ପିଲାଟିର ପେଟ ଫୁଲି ଯାଉଛି, ଛୁଆଟିର ପାଠରେ ମନ ଲାଗୁ ନାହି,ଝାଡ଼ାରେ ଅସୁବିଧା ହେଉଛି।

ଏହିସବୁ ଲକ୍ଷଣ ଦେଖାଦେଲେ ଆମେ ଜାଣିବା କି ଛୁଆଟିର କୃମି ଦୋଷ ଅଛି।ଏହି ସବୁ ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଡାକ୍ଟରଙ୍କ ପରାମର୍ଶ ନେବା ସହିତ ଆବଶ୍ୟକ ଚିକିତ୍ସା କରିବା ଆବଶ୍ୟକ।ସାଧାରଣତଃ ପିଲାଟି ଯଦି ଖାଲିପାଦରେ ବାହାରେ ବୁଲେ ତେବେ ଲାର୍ଭା ଅବସ୍ଥାରେ ଥିବା କୃମି ଛୁଆଟି ଚର୍ମ ମାଧ୍ୟମରେ ଶରୀର ଭିତରକୁ ଚାଲିଯାଏ।ଏହା ଆମ ଶରୀର ଭିତରେ ନିଜର ବଂଶ ବୃଦ୍ଧି କରିଚାଲେ।ଛୋଟପିଲା ମାନେ ବାହାରେ ମାଟିରେ ଖେଳି ସରିବା ପରେ ପାଟିରେ ହାତ ପୁରାଇ ଦିଅନ୍ତି।

ଏହି ସବୁ ଉପାୟ ମାଧ୍ୟମରେ ପିଲାଙ୍କ ଦେହକୁ କୃମିର ଲାର୍ଭା ପ୍ରବେଶ କରିବାରେ ସଫଳ ହୋଇଥାଏ ଓ ଏହା ଆମ ଶରୀର ଭିତରେ ନିଜର ବଂଶ ବୃଦ୍ଧି କରିଥାଏ।ଏହା ସହିତ ଆମେ ବଜାରରୁ କିଣି ଆଣିଥିବା ଫଳ ଓ ପନିପରିବାକୁ ଠିକ ଭାବରେ ନ ଧୋଇବା ଫଳରେ ସେଥିରେ ଲାଗିଥିବା କୃମିର ଲାର୍ଭା ଆମ ଶରୀର ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଥାଏ।ତେଣୁ ଆମେ ଏହି ସବୁ କ୍ଷେତ୍ରରେ କିଛି ମାତ୍ରାରେ ସତର୍କ ରହିବା ଆବଶ୍ୟକ।କାରଣ ଏହି କୃମି ଆମ ଶରୀର ଭିତରକୁ ଯାଇ ଆମ ଶରୀରରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିପାରେ।

ଅଧିକ କୃମି ହେବା ଫଳରେ ପୃଷ୍ଟିହୀନତା,ରକ୍ତହୀନତା ଓ ବୁଦ୍ଧି ବିକାଶରେ ବାଧାପ୍ରାପ୍ତ ହେବା,ଏହା ସହିତ କୃମି ମାନେ ପେଟ ଭିତରେ ଗୋଟେ ଛୋଟ ଖଣ୍ଡିଆ କରି ଦେଇଥାନ୍ତି।ଏହା ଫଳରେ ସବୁବେଳେ କିଛି କିଛି ରକ୍ତ କ୍ଷୟ ହୋଇଥାଏ।ଫଳରେ ପିଲାଙ୍କ ଶରୀରରେ ରକ୍ତର ଅଭାବ ମଧ୍ୟ ଦେଖାଦେଇପାରେ।ସେମାନଙ୍କ ଶରୀରର ବୃଦ୍ଧି ସଠିକ ଭାବରେ ହୋଇପାରେ ନାହିଁ।ସେମାନଙ୍କ ଉଚ୍ଚତା କମିଯାଏ ସେମାନଙ୍କ ଓଜନ ମଧ୍ୟ କମିଯାଇଥାଏ।ଆମ ଶରୀରରେ କୃମି ହେବା ଫଳରେ ଏହା ଆମ ଶରୀରରେ ଥିବା ପୋଷାକ ପଦାର୍ଥକୁ ଖାଇଥାନ୍ତି ଫଳରେ ଆମ ଶରୀର ଉପଯୁକ୍ତ ପୋଷାକ ପାଇପାରେ ନାହିଁ।

କୃମିକୁ ସାଧାରଣ ବୋଲି ଭାବିବା ମଧ୍ୟ ଠିକ ନୁହେଁ।ତେଣୁ ସର୍ବଦା କୃମି ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।ଅଧିକ ମାତ୍ରାରେ ସ୍ୱଚ୍ଛ କରିବାକୁ ଚେଷ୍ଟା କରନ୍ତୁ।ଶୁଦ୍ଧ ପାଣି ବ୍ୟବହାର କରନ୍ତୁ।ପାଣିକୁ ସିଝାଇ ଛାଣି ପିଅନ୍ତୁ।ଅପରିଷ୍କାର ଜାଗାରୁ ଦୂରେଇ ରୁହନ୍ତୁ।ଅଧିକରୁ ଅଧିକ ପିତା ଖାଆନ୍ତୁ।ଯାହା ଫଳରେ ଆମ ଶରୀରକୁ କୃମି କମିବାରେ ଲାଗିବ।ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିବାକୁ ଲାଗିବ।ବଢିବା ବୟସରେ ଯଦି କୃମି ହୁଅନ୍ତି ତେବେ ପୃଷ୍ଟିହୀନତା ଦେଖାଦେଇପାରେ।ତେଣୁ କୃମିରୁ ମୁକ୍ତି ନିହାତି ଆବଶ୍ୟକ।

Leave a Reply

Your email address will not be published. Required fields are marked *