ବିବାହିତା ମହିଳା ମାନେ ଏହି ବାରରେ କେଶ ଧୋଇବା ଦ୍ୱାରା ଘରେ ହୋଇଥାଏ ଧନର ବର୍ଷା – କିନ୍ତୁ ଯଦି ଏହି ଦିନ ଧୋଇବେ ତେବେ ଘରକୁ ମାଡି ଆସିବା ବିପଦ ର ଝଡ..

Spread the love

ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ରୂପରେ ମନା ଯାଇଥାଏ।ସେମାନଙ୍କର ଗୋଟିଏ ଛୋଟ ଭୁଲ ଘରକୁ ସମ୍ପୂର୍ଣ୍ଣ ରୂପରେ ନଷ୍ଟ କରିଦେଇ ପାରେ।ସେଥିପାଇଁ ଘର ଉପରେ ଯଦି କିଛି ବିପଦ ଆସିଥାଏ ଏହାକୁ କେବଳ ମହିଳାମାନେ ହିଁ ଦୂର କରି ପାରିବେ।ତେବେ ଆମେ ବର୍ତ୍ତମାନ ଏପରି କିଛି ବାର ସମ୍ପର୍କରେ ଆଲୋଚନା କରିବା ଯେଉଁ ବାରରେ ମହିଳା ମାନେ କେଶ ଧୋଇବା ଫଳରେ ଘରେ ଧନର ଅଭାବ ହୋଇନଥାଏ ଓ ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ।ଏହା ସହିତ କେଉଁ ବାରରେ ମୁଣ୍ଡ ଧୋଇବା ଫଳରେ ଘରେ ଅଶାନ୍ତି ହୋଇଥାଏ ସେହି ସମ୍ପର୍କରେ ମଧ୍ୟ ଆଲୋଚନା କରିବା।

ଘରର ମହିଳା ମାନଙ୍କୁ ଘରର ମହାଲକ୍ଷ୍ମୀ ରୂପରେ ବିବେଚନା କରାଯାଇଥାଏ।ଏହା ସହିତ ଘରର ସୁଖ ଓ ସମୃଦ୍ଧି ମହିଳାମାନଙ୍କ ଉପରେ ନିର୍ଭର କରିଥାଏ।ମହିଳା ମାନଙ୍କୁ ତିଥି ଅନୁସାରେ ଅମାବାସ୍ୟା,ପୂର୍ଣ୍ଣିମା ଓ ଏକାଦଶୀ ଦିନ ମୁଣ୍ଡ ଧୋଇବା ଅନୁଚିତ ବୋଲି ବିଶ୍ୱାସ କରାଯାଇଥାଏ।ଏପରି କରିବା ଫଳରେ ଘରୁ ମାତା ଲକ୍ଷ୍ମୀ ବାହାରି ଚାଲିଯାଇଥାଆନ୍ତି।ଫଳରେ ଘରେ ଅଶାନ୍ତି ଦେଖା ଯାଇଥାଏ।

ଏହା ସହିତ ଘରେ ବିଭିନ୍ନ ପ୍ରକାରର ରୋଗ ଓ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।ସେଥିପାଇଁ କେବେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ।ଏକାଦଶୀ ଓ ପୂର୍ଣ୍ଣିମା ଦିନ ଚନ୍ଦ୍ର ଉଚ୍ଚ କିମ୍ବା ନୀଚ୍ଚ ଅବସ୍ଥାରେ ରହିଥାନ୍ତି ଫଳରେ ଚନ୍ଦ୍ରଙ୍କର ପ୍ରଭାବ ଆମ ମସ୍ତିଷ୍କ ଉପରେ ସିଧାସଳଖ ପଡ଼ିଥାଏ।ଏହା ସହିତ ଆପଣ ଯଦି କୌଣସି ବ୍ରତ କରୁଥାନ୍ତି ତେବେ ଆପଣ ଧ୍ୟାନ ରଖନ୍ତୁ ଯେପରି ଆପଣ ବ୍ରତ କରିବାର ପୂର୍ବଦିନ ନିଜର କେଶ ଧୋଇ ରଖନ୍ତୁ।

ବ୍ରତ ପାଳନ ଦିନ ଆପଣ କେବେ ମଧ୍ୟ ନିଜର କେଶ ଧୁଅନ୍ତୁ ନାହିଁ।ଏହା ସହିତ ଆପଣ ରବିବାର ଦିନ ନିଜର କେଶ ଧୋଇ ପାରିବେ।ଆପଣ ଯଦି ଏହିଦିନ ଭଗବାନ ସୂର୍ଯ୍ୟଙ୍କୁ ପୂଜା କରୁଛନ୍ତି ତେବେ ଆପଣ ଏହାର ପୂର୍ବଦିନ ନିଜର କେଶ ଧୋଇ ପାରିବେ।ଯଦି ଆପଣ କୌଣସି କାରଣରୁ ନିଜର ବ୍ରତ ଦିନ କେଶ ଧୋଇବା ପାଇଁ ବାଧ୍ୟ ହୋଇଥାନ୍ତି

ତେବେ ଆପଣ ନିଜର କେଷରେ ମନ୍ଦାର ଫୁଲର ରସକୁ ଲଗାଇବା ପରେ ଆପଣ ନିଜର କେଶକୁ ଧୋଇ ପାରିବେ ଏପରି କରିବା ଫଳରେ ଆପଣ ନିଜର ଜୀବନକୁ ସୁଖମୟ କରି ପାରିବେ।ଆପଣ ଜଦି ସୋମବାର ଦିନ ନିଜର କେଶ ଧୋଇବାକୁ ଚାହୁଁଛନ୍ତି ତେବେ ଆପଣ ପଳାଶ ଫୁଲର ରସକୁ ନିଜର କେଶରେ ଲଗାଇବା ପରେ ନିଜର କେଶ ଧୋଇ ପାରିବେ।

ଏହା ସହିତ ଆପଣ ଯଦି ଏହିଦିନ କୌଣସି ବ୍ରତ କରିବାର ଥାଏ ତେବେ ଆପଣ ଏହାର ପୂର୍ବଦିନ କେଶ ଧୋଇବା ପାଇଁ ଚେଷ୍ଟା କରନ୍ତୁ।ଆପଣ ଯଦି ମଙ୍ଗଳବାର ଦିନ ନିଜର କେଶ ଧୁଅନ୍ତି ତେବେ ଆପଣଙ୍କୁ ଅନେକ ପ୍ରକାରର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।ବୁଧବାର ଦିନ ଆପଣ ନିଜର କେଶ ଧୋଇ ପାରିବେ।ଏହା ସହିତ ଆପଣଙ୍କର ଯଦି ଛୋଟ ଭାଇ ଅଛନ୍ତି ତେବେ ଆପଣ ଏହିଦିନ ନିଜର କେଶ ଧୁଅନ୍ତୁ ନାହିଁ।

ଗୁରୁବାର ଦିନ କୌଣସି ବି ପୁରୁଷ କିମ୍ବା ମହିଳା ମାନଙ୍କୁ କେଶ ଧୋଇବା ପାଇଁ ଶାସ୍ତ୍ରରେ ମନା କରାଯାଇଛି।ଶୁକ୍ରବାର ଦିନ ଆପଣ କେବେ ମଧ୍ୟ କେଶ ଧୁଅନ୍ତୁ ନାହିଁ।ଯଦି ଆପଣଙ୍କୁ କେଶ ଧୋଇବାକୁ ପଡୁଛି ତେବେ ଆପଣ କେଶର ଅଳ୍ପ ଦହି ଲଗାଇ ନିଜର କେଶ ଧୋଇ ପାରିବେ।ଏହା ସହିତ ଶନିବାର ଦିନ ଆପଣ କେବେ ମଧ୍ୟ ନିଜର କେଶ ଧୁଅନ୍ତୁ ନାହିଁ ନଚେତ ଶନି ଦେବଙ୍କ କୋପର ସମ୍ମୁଖୀନ ହେବାକୁ ପଡିବ।

Leave a Reply

Your email address will not be published. Required fields are marked *