Gujurat ରେ ଏପରି ଏକ ଜାଗା ଅଛି ଯେଉଁଠାରେ ସବୁ କୁକୁର ଅଟନ୍ତି କୋଟିପତି,କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ଜାଣିବା।ମନୁଷ୍ୟ କେବଳ ଅର୍ଥ ରୋଜଗାର କରି କୋଟିପତି ହୋଇ ନଥାଏ।ଦୁନିଆରେ ଏପରି ଅନେକ ପ୍ରାଣୀ ଅଛନ୍ତି ଯେଉଁମାନେ କୋଟିପତି।ଘରର ମାଲିକ ମାନେ ସେମାନଙ୍କ ନାମରେ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି।ଏପରି କଥା ଆପଣ ବହୁତ ଶୁଣିଥିବେ।ତେବେ ଆପଣ ଜାଣିଥିବେ ଏଭଳି ଘଟଣା ପ୍ରାୟତଃ ବିଦେଶରେ ଦେଖିବାକୁ ମିଳିଥାଏ।ହେଲେ ଏହି ଘଟଣାଟି ହେଉଛି ଆମ ଦେଶର।ଆମ ଦେଶରେ ଏପରି ଏକ ଗ୍ରାମ ଅଛି ଯେଉଠରେ ସବୁ କୁକୁର କୋଟିପତି।

ଏହି ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ।ହେଲେ ଏହି କଥା ମିଛ ନୁହେଁ କିମ୍ବା କାହାଣୀ ନୁହେଁ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କୁକୁରକୁ କେହି ପାଳିନାହାନ୍ତି।ସମସ୍ତେ ବୁଲା କୁକୁର।ଆଜିର ଏହି ଆର୍ଟିକିଲରେ ଆମେ ଏହି ଗଗ୍ରାମ ଏବଂ ଏଠାରେ ଥିବା କୋଟିପତି କୁକୁରଙ୍କ ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।

ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଗୁଜୁରାଟର ମେହଶାଣା ଜିଲାରେ ରହିଛି ପାଞ୍ଚଦଗାଁ।ଏହି ଗ୍ରାମରେ ଗୋଟିଏ ନୁହେଁ କିମ୍ବା ଦୁଇଟି ନୁହେଁ ବରଂ ଅଛନ୍ତି ୭୦ଟି ବୁଲା କୁକୁର।ଏହି କୁକୁର ମାନଙ୍କୁ ସଠିକ ସମୟରେ ଖାଇବାକୁ ଦିଆଯାଇଥାଏ।ଏବଂ ସବୁ ଦିନ ଏମାନଙ୍କୁ ଲଡୁ ମଧ୍ୟ ଦିଆ ଯାଇଥାଏ।ମାଜେଦାର କଥା ହେଉଛି ଏହି ଖାଦ୍ୟ ଏଠୁ ସେଠୁ ଆସିନଥାଏ।ଏହା ଏକ ବହୁତ ବଡ଼ ରୋଷେଇଶାଳା ରୋଡ଼ଲାଘରରେ ପ୍ରସ୍ତୁତ ହୋଇଥାଏ।

କୁକୁର କୋଟିପତି ହେବା ପଛରେ କାହାଣୀ।ଏହି ଗ୍ରାମରେ ଏକ ପୁରୁଣା ପରମ୍ପରା ରହିଛି।ଏହି ପରମ୍ପରା ଅନୁସାରେ ନିଜର କିଛି ଜମି ପଶୁଙ୍କ ନାମରେ କରାଯାଇଥାଏ।ଏହାଦ୍ୱାରା ପରିବାର ଲୋକଙ୍କ ମଙ୍ଗଳ ହୋଇଥାଏ ବୋଲି ଗ୍ରାମ ଲୋକ ବିଶ୍ୱାସ କରନ୍ତି।ଏହି ଜମିର ଦାଇତ୍ୱ ଏଠାରେ ଥିବା ସଂସ୍ଥା ମଦନିପତି କୁତ୍ରିୟା ଟ୍ରଷ୍ଟ ନେଇଥାଏ।ଏହି ଟ୍ରଷ୍ଟ ପାଖରେ ବର୍ତ୍ତମାନ ୨୧ ଏକର ଜମି ଅଛି।

ପୂର୍ବରୁ ଏହି ଜମିର ମୂଲ୍ୟ ବହୁତ କମ ଥିଲା।ହେଲେ ଏକ ବାଇ ପାସ ନିର୍ମାଣ ହେବାପରେ ଏହାର ମୂଲ୍ୟ ବର୍ତ୍ତମାନ ସମୟରେ ବଢିଯାଇଛି।ବର୍ତ୍ତମାନ ଏଠାରେ ପ୍ରତି ଏକର ଜମିର ମୂଲ୍ୟ ତିନି ଦଶମିକ ପାଞ୍ଚ କୋଟି ଟଙ୍କା।ଏହାକୁ ହିସାବ କଲେ କୁକୁର ମାନଙ୍କ ନାମରେ ଥିବା ଜମିର ମୂଲ୍ୟ ୭୩ କୋଟିରୁ ଅଧିକ ତାଙ୍କ ହେଉଛି।ଅର୍ଥାତ ଗ୍ରାମରେ ଥିବା ପ୍ରତି କୁକୁର ଏକ କୋଟିରୁ ଅଧୁକ ତାଙ୍କର ମାଲିଲ।

ଜମିର ମୂଲ୍ୟ ବଢିଯିବା ପରେ ଜମିର ମାଲିକ କେବେହେଇଲ ଏହା ଉପରେ ନିଜର ଅଧିକାର ଦାବି କରିନାହାନ୍ତି।ଏହି ଜମିରୁ ରୋଜଗାର ହେଉଥିବା ଅର୍ଥରେ କୁକୁରଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ସେମାନଙ୍କ ଭଲ ମନ୍ଦ ପାଇଁ ଖର୍ଚ୍ଚ ହୋଇଥାଏ।ସେହି ରୋଷେଇ ଶାଳରେ ମହିଳା ମାନେ ପ୍ରତିଦିନ ୨୦ରୁ ୩୦ କେଜି ଅଟାର କୁକୁର ମାନଙ୍କ ପାଇଁ ରୁଟି ପ୍ରସ୍ତୁତ କରିଥାନ୍ତି।

Leave a Reply

Your email address will not be published. Required fields are marked *