ସେଦିନ ପାରାଦୀପ ରୁ Rourkela ରାତିର ଏଭଳି ଘଟଣା ଯାହା ପଢିଲେ ଆପଣ ଛାତି ଥରି ଉଠିବ,Truck ଡ୍ରାଇଭର ସହ ଯାହା ଘଟିଲା,କେବଳ ସାହସୀ ଲୋକ ପଢନ୍ତୁ

Spread the love

ଆମ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଆଜି ମଧ୍ୟ ଏହି ଦୁନିଆରେ ଆତ୍ମାର ଉପସ୍ଥିତିକୁ ବିଶ୍ୱାସ କରନ୍ତି ନାହିଁ।କିନ୍ତୁ ସେମାନେ ଏହା ଜାଣି ରଖିବା ଆବଶ୍ୟକ କି ଏହି ଦୁନିଆରେ ଯଦି ଭଗବାନଙ୍କ ଅସ୍ତିତ୍ବ ରହିଛି ତେବେ ଆତ୍ମାର ଅବସ୍ଥିତି ମଧ୍ୟ ରହିଛି।ତେବେ ଆମେ ବର୍ତ୍ତମାନ ସେହି ପରି ଏକ ଟ୍ରକ ଡ୍ରାଇଭରଙ୍କ ସହିତ ଘଟିଥିବା ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା।ଏହା ସହିତ ସେ କିପରି ଭାବରେ ଏକ ଆତ୍ମାର ଶିକାର ନହୋଇ ବଞ୍ଚି ଯାଇଥିଲେ ସେହି ସମ୍ପର୍କରେ ମଧ୍ୟ ଆଲୋଚନା କରିବା।

ତେବେ ସୁବ୍ରତ ନାମକ ଜଣେ ଲୋକ ପେଶାରେ ଜଣେ ଟ୍ରକ ଡ୍ରାଇଭର ଅଟନ୍ତି।ସେ ଥରେ କୌଣସି କାରଣରୁ ମାଲ ନେଇ ପାରାଦ୍ୱୀପରୁ ରାଉଲକେଲା ଯାଉଥିଲେ।ସେ ସେଦିନ ସଠିକ ସମୟରେ ଯାଇ ମାଲ ରଖିବା ସ୍ଥାନରେ ପହଞ୍ଚି ଯାଇଥିଲେ।ଯାହା ଫଳରେ ସେମାନଙ୍କର କାର୍ଯ୍ୟ ଜଲଦି ସରିଯିବ ବୋଲି ସେମାନେ ଭାବୁଥିଲେ।କିନ୍ତୁ ସେଦିନ ରାସ୍ତାରେ ଯିବା ସମୟରେ ପ୍ରବଳ ବର୍ଷା ହେବା କାରଣରୁ ତାଙ୍କର ଗାଡ଼ିରେ ଥିବା ମାଲ ଭିଜି ଯାଇଥିଲା।

ଯାହା ଫଳରେ ସେମାନେ ଏହା ସମ୍ପର୍କରେ ଗୋଦାମ ମାଲିକକୁ ଜଣାଇଲେ।ଏହାପରେ ଗୋଦାମ ମାଲିକ କହିଲା ଯଦି ମାଲ ଭିଜି ଯାଇଛି ତେବେ ଏହା ନ ଶୁଖିବା ପର୍ଯ୍ୟନ୍ତ ଏହାକୁ ତଳକୁ ଆଣିହେବ ନାହିଁ।ଯାହା ଫଳରେ ଏହାକୁ ଶୁଖିବା ପାଇଁ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଗୋଦାମ ମାଲିକ କହିଥିଲେ।ତେବେ ସେମାନେ କିଛି ଉପାୟ ନ ପାଇ ଶେଷରେ ଅପେକ୍ଷା କରିବାକୁ ରାଜି ହୋଇଥିଲେ।

ଫଳରେ ସେମାନେ ସେହି ରାସ୍ତା କଡ଼ରେ ନିଜର ଟ୍ରକ ଲଗାଇଦେଇ ସେଠାରେ ସେଦିନ ରାତିରେ ରୋସେଇ କରିବାକୁ ଲାଗିଲେ।ଏହାପରେ ସେମାନେ କିଛି ଅଜବ ଘଟଣା ଦେଖିଲେ|ସେମାନେ ଦେଖିଲେ କି ଏକ ଝିଅ ଆସି ତାଙ୍କୁ ଅନାଇଛି।ସେହି ଝିଅଟି ଏପରି ଚାହିଁ ଥିବାରୁ ସେମାନେ ତାକୁ ଗାଳି କରି ଚାଲିଯିବାକୁ କହିଲେ।ଏହାପରେ ସେହି ଝିଅଟି ଦୌଡ଼ି ଯାଇ ଧୂଆଁ ହୋଇଗଲା।ଫଳରେ ହେଲ୍ପର ଅଧିକ ଡରି ଯାଇଥିଲା।

ଏହା ସହିତ ସେମାନେ ରୋଷେଇ କରି ଖାଇ ଜଲଦି ଶୋଇଗଲେ।ହେଲେ ରାତି ପ୍ରାୟ ୧ ଟା ସମୟରେ ସେମାନେ ଅନୁଭବ କଲେ କି ତାଙ୍କର ଖାଇବା ଥାଳି ଗଡ଼ୁଛି।ଏହାପରେ ସେ ନିଜର କମଳ ଉଠାଇ ଦେଖିଲେ କି ସେହି ଝିଅଟି ଆସି ଖାଦ୍ୟ ଖୋଜୁଛି।ଫଳରେ ସେମାନେ କିଛି ନକହି ଚୁପ ଚାପ ଶୋଇଗଲେ।ଏହାପରେ ତାପରଦିନ ସେମାନେ ଆଉ ଖାଦ୍ୟ ତିଆରି ନକରି ପାଖରେ ଥିବା ହୋଟେଲକୁ ଖାଇବା ଆଣିବାକୁ ଯାଇଥିଲେ।

ସେଠାରେ ହୋଟେଲ ମାଲିକ କହିଲା ତମେ ଯେଉଁ ସ୍ଥାନରେ ନିଜର ଗାଡ଼ି ଛିଡା କରିଛ ସେଠାରେ ଏକ ଝିଅର ଆତ୍ମା ବୁଲୁଛି।ସେହି ଝିଅକୁ କିଛି ଟ୍ରକ ଡ୍ରାଇଭର ବଳାତ୍କାର କରି ମାରି ଦେଇଥିଲେ।ଫଳରେ ସେମାନେ ଅଧିକ ଭୟଭୀତ ହୋଇଗଲେ ଓ ଖାଦ୍ୟ ଖାଇ ସେହି ସ୍ଥାନରେ ଶୋଇଗଲେ।ସକାଳ ହେବା ପରେ ସେମାନେ ମାଲ ଓହ୍ଲାଇ ତୁରନ୍ତ ଘରକୁ ଫେରି ଆସିଲେ।

ତେବେ ଆମେ ଆମ ତରଫ ରୁ କହି ରଖୁଛୁ ମୋ ଓଡ଼ିଆ ନିଉଜ ତରଫ ରୁ ଆମେ କୌଣସି ପ୍ରକାର ଭୁତ ପ୍ରେତ ରେ ବିଶ୍ୱାସ ରଖୁନାହୁଁ,ଏହାକୁ ଏକ ମନୋରଞ୍ଜନ ଭଳି ଆପଣ ଗ୍ରହଣ କରନ୍ତୁ,ଏହି ଲେଖାଗୁଡ଼ିକ ଆମେ ଅନ୍ୟ ସ୍ତନ ରୁ ସଂଗ୍ରହ କରିଛୁ ସେଥିପାଇଁ ଏଥିରେ ଆମର କୌଣସି ବ୍ୟକ୍ତିଗତ ମତ ନାହିଁ

Leave a Reply

Your email address will not be published. Required fields are marked *