ଗୁରୁବାର ଦିନ କରନ୍ତୁ ଏହି 5 ଟି କାମ,ଆପଣଙ୍କ ଜୀବନ ରେ ଆଉ ଜମା ମଧ୍ୟ ରହିବ ନାହିଁ ଦୁଃଖ,ଏହି କାମ ଗୁଡିକ କଲେ ମା Laxmi ଖୁସି ହେଇଥାନ୍ତି

Spread the love

ଆଜିକାଲି ଦୁନିଆରେ ଧନର ଆବଶ୍ୟକତା ସମସ୍ତଙ୍କ ପାଖରେ ରହିଛି।ଲୋକମାନେ ନିଜର ଆବଶ୍ୟକତା ପୁରଣ କରିବା ପାଇଁ ମୁଖ୍ୟତଃ ଧନ ଉପରେ ହିଁ ନିର୍ଭର କରି ଥାଆନ୍ତି।ଧନ ହିଁ ଆଜିକାଲି ଗୋଟିଏ ଜିନିଷ ଯାହା ସମସ୍ତଙ୍କୁ ସବୁ କିଛି ଦେଇ ପାରେ।ତେବେ ଅନେକ ଲୋକ ବିଭିନ୍ନ ଉପାୟରେ ଧନ ଅର୍ଜନ କରି ଥାଆନ୍ତି କିନ୍ତୁ ସେମାନଙ୍କ ନିକଟରେ ଧନ ରୁହେ ନାହିଁ।କୌଣସି ନା କୌଣସି କାରଣରୁ ଧନ କେଉଁ ଆଡେ ଖର୍ଚ୍ଚ ହୋଇ ଯାଇଥାଏ।ଏହା ସହିତ ଧନର ଆବଶ୍ୟକ ମଧ୍ୟ ଆଜିକାଲି ଦୁନିଆରେ ଏପରି ଅଧିକ ଯେ ତାହାକୁ ଅର୍ଜନ କରିବା ପାଇଁ ଲୋକମାନେ କିଛି ମଧ୍ୟ କରି ପାରିବେ।ଏହା ସହିତ ଲୋକମାନେ ଧନର ଆବଶ୍ୟକତା ଆଜିକାଲି ସବୁଠାରୁ ଅଧିକ ଅନୁଭବ କରୁଛନ୍ତି।

ତେବେ ମାତା ଲକ୍ଷ୍ମୀ ସମସ୍ତଙ୍କ ପାଖରେ ରୁହନ୍ତି ନାହିଁ।ସେ କେବଳ ସେମାନଙ୍କ ପାଖରେ ରହିଥାନ୍ତି ଯେଉଁମାନେ ଏହାର ଯୋଗ୍ୟ ହୋଇଥାନ୍ତି।ଏହା ସହିତ ମାତା ଲକ୍ଷ୍ମୀ ସମସ୍ତଙ୍କ ଉପରେ ପ୍ରସନ୍ନ ମଧ୍ୟ ହୁଅନ୍ତି ନାହିଁ।ଗୁରୁବାରକୁ ମାତା ଲକ୍ଷ୍ମୀଙ୍କ ବାର ଭାବରେ ବିଚାର କରାଯାଏ।ଏହା ସହିତ ଏହି ବାରରେ ମାତା ଲକ୍ଷ୍ମୀଙ୍କ ଉପାସନା ଯେଉଁମାନେ କରିଥାନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ସବୁଠାରୁ ଅଧିକ ପ୍ରସନ୍ନ ହୋଇଥାନ୍ତି।ଏହା ସହିତ ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ନିଜର ଆଶୀର୍ବାଦ ସର୍ବଦା ରଖିଥାନ୍ତି।ତେବେ ଆମେ ବର୍ତ୍ତମାନ ଏପରି ଉପାୟ ସମ୍ପର୍କରେ ଆଲୋଚନା କରିବା ଯାହାକୁ କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ପ୍ରଥମ ଉପାୟ:- ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରଥମେ ପ୍ରତ୍ୟେକ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଆବଶ୍ୟକ।ଶୁଦ୍ଧ ମନରେ ଭଗବାନ ବିଷ୍ଣୁଙ୍କୁ ପ୍ରତ୍ୟେକ ଗୁରୁବାର ଆରାଧନା କରିବା ଫଳରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କର ସମସ୍ତ ସମସ୍ୟାର ଅନ୍ତ ଘଟିଥାଏ।

ଦିତୀୟ ଉପାୟ:- ଆପଣ ଗୁରୁବାର ଦିନ ଯଦି ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବେ କିମ୍ବା ହଳଦିଆ ରଙ୍ଗର ଫୁଲ ଅଥବା ହଳଦୀ ମାତା ଲକ୍ଷ୍ମୀଙ୍କ ଉପରେ ଅର୍ପଣ କରିବେ ତେବେ ମାତା ଲକ୍ଷ୍ମୀ ଆପଣଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ କରିବେ ଏହା ସହିତ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଓ ଅନ୍ୟ ସମସ୍ତ ପ୍ରକାରର ସମସ୍ୟା ଶେଷ ହୋଇଯିବ।

ତୃତୀୟ ଉପାୟ:- ଆପଣ ପ୍ରତ୍ୟେକ ଗୁରୁବାର ଦିନ ଦଳଦି ପାଣିରେ ସ୍ନାନ କରନ୍ତୁ ଅଥବା ହଳଦୀ ପାଣି କୌଣସି ଏକ ଗଛ ମୂଳରେ ଅର୍ପଣ କରନ୍ତୁ।ଏପରି କରିବା ଫଳରେ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟୀ ଆପଣଙ୍କ ଉପରେ ପଡ଼ିଥାଏ ଓ ଆପଣଙ୍କ ଘରକୁ କେବଳ ଧନ ହିଁ ଧନ ଆସିଥାଏ ଓ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ।

ଚତୁର୍ଥ ଉପାୟ:- ଆପଣ ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ।ଏହା ସହିତ ଆପଣ କୌଣସି ହଳଦିଆ ରଙ୍ଗର ବସ୍ତ୍ର ଗରିବ ଲୋକମାନଙ୍କୁ ଦାନ କରନ୍ତୁ।ଏପରି କରିବା ଫଳରେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ରହିବ ଓ ଆପଣଙ୍କର ସମସ୍ତ ଦୁଃଖ ଦୂର ହେବା ସହିତ ଆପଣ ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ।

ପଞ୍ଚମ ଉପାୟ:- ଆପଣ ଯଦି ନିଜର ସମସ୍ତ ସମସ୍ୟା ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରତ୍ୟେକ ଗୁରୁବାର ଦିନ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ।ଏହା ସହିତ ଆପଣ ଭଗବାନ ଶିବଙ୍କ ଉପରେ ହଳଦିଆ ଫୁଲ ଅର୍ପଣ କରନ୍ତୁ।ଏପରି କରିବା ଫଳରେ ଆପଣଙ୍କର ବୃହସ୍ପତି ଗ୍ରହ ଆପଣଙ୍କ ଉପରେ ଶାନ୍ତ ହେବେ ଓ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରିବେ ଓ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହେବ।

Leave a Reply

Your email address will not be published. Required fields are marked *