ଘରେ ଭୁଲରେ ବି ଲଗାନ୍ତୁ ନାହିଁ ଏହି ତିନୋଟି ଗଛ – ନହେଲେ ଆପଣ ଜୀବନରେ ଟଙ୍କାଟିଏ ରଖି ପାରିବେ ନାହିଁ..

Spread the love

ଗଛ ଆମକୁ ନିଜର ଅସ୍ତିତ୍ବ ବଜାୟ ରଖିବାକୁ ସାହାଯ୍ୟ କରିଥାଏ।ଯଦି ଗଛ ରହିବ ନାହିଁ ତେବେ ଆମେ ଅମ୍ଳଜାନ ପାଇ ପାରିବା ନାହିଁ ଏହା ସହିତ ଆମେ ନିଶ୍ଚୟ ମୃତ୍ୟୁ ମୁଖରେ ପଡିବା।ତେଣୁ ଗଛ ଆମକୁ ବଞ୍ଚିବାର ସାହାଯ୍ୟ କରିଥାଏ।ଅନେକ ବ୍ୟକ୍ତି ଗଛ ଲଗାଇବାକୁ ଭଲ ପାଇଥାନ୍ତି।ତେବେ ଏପରି କିଛି ଗଛ ରହିଛି ଯାହାକୁ ଲଗାଇବା ଫଳରେ ଆମ ଘରେ ଅଶାନ୍ତି ଲାଗି ରହିବା ସହିତ ଆମ ପରିବାରର ଅନେକ ଅପକାର ହୋଇଥାଏ।ଏହା ସହିତ ଏପରି କିଛି ଗଛ ରହିଛି ଯାହା ଆମର ଅନେକ ଉପକାର କରିଥାଏ।

ତେବେ ଆମେ ବର୍ତ୍ତମାନ ସେହି ସମସ୍ତ ଗଛ ବିଷୟରେ ଆଲୋଚନା କରିବା।ପ୍ରଥମେ ହେଉଛି ଖଜୁରୀ ଗଛ।ଏହି ଗଛକୁ ଘରେ ଲଗାଇବା ଫଳରେ ଘରେ ଆର୍ଥିକ ସମସ୍ୟା ଉପୁଜି ଥାଏ।ଏହା ସହିତ ଘରେ ଦାରିଦ୍ର୍ୟ ଲାଗି ରହିଥାଏ।ତେଣୁ ଘର ପାଖରେ କେବେ ମଧ୍ୟ ଖଜୁରୀ ଗଛ ଲଗାନ୍ତୁ ନାହିଁ।ଏହି ଗଛ ଅନେକ ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଖରାପ ହୋଇଥାଏ।ଫଳରେ ଏହି ଗଛକୁ ଲଗାଇବା ଫଳରେ ସେମାନଙ୍କର ଘରେ ସର୍ବଦା କଳି ଲାଗି ରହିଥାଏ।ଏହା ସହିତ ସେମାନଙ୍କର ଘରେ ଅନେକ ସମସ୍ୟା ଉପୁଜି ଥାଏ।

ଏହାପରେ ହେଉଛି ବାଉଁଶ ଗଛ।ଏହି ଗଛକୁ ଘରେ ଲଗାଇବା ଫଳରେ ଘରେ ନାନାଦି ସମସ୍ୟା ଦେଖାଯାଇଥାଏ।ଏହା ସହିତ ଅନେକ ପ୍ରକାରର ରୋଗ ଘର ସହିତ ଲାଗି ରହିଥାଏ।ଫଳରେ ଏହି ଗଛକୁ ଘର ଠାରୁ କୌଣସି ଏକ ଦୂର ସ୍ଥାନରେ ଲଗାନ୍ତୁ।ଏହାପରେ ହେଉଛି ନାସପାତି ଗଛ।ଏହି ଗଛକୁ ଘର ପାଖରେ ଲଗାଇବା ଫଳରେ ଘରର ମୂରବୀ ସର୍ବଦା କରଜରେ ବୁଡି ରହିଥାନ୍ତି।ଘରେ ସର୍ବଦା ଅର୍ଥର ଅଭାବ ଦେଖା ଦେଇଥାଏ।ଏହା ସହିତ ଘରେ ଦାରିଦ୍ର୍ୟ ବୃଦ୍ଧି ପାଇଥାଏ।ତେଣୁ ଏହି ସମସ୍ତ ଗଛକୁ ଘରଠାରୁ ଦୂରରେ ଲଗାଇବା ଆବଶ୍ୟକ।

ଏହାପରେ ଆମେ ବର୍ତ୍ତମାନ ଏପରି କିଛି ଗଛ ସମ୍ପର୍କରେ ଆଲୋଚନା କରିବା ଯାହାକୁ ଘର ପାଖରେ ଲଗାଇବା ଫଳରେ ଘରେ ଅନେକ ପ୍ରକାର ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ।ପ୍ରଥମେ ହେଉଛି ତୁଳସୀ ଗଛ।ଆମେ ସମସ୍ତେ ତୁଳସୀ ଗଛର ବ୍ୟବହାର ସମ୍ପର୍କରେ ଆଗରୁ ଜାଣିଛେ।ଏହା ଏପରି ଏକ ଗଛ ଯେଉଁଥିରେ ଔଷଧୀୟ ଗୁଣ ସମ୍ପୂର୍ଣ୍ଣ ମାତ୍ରାରେ ଭରି ରହିଥାଏ।ଫଳରେ ଏହି ଗଛ ଘର ପାଖରେ ରହିବା ଫଳରେ ଘରେ ଅନେକ ପ୍ରକାରର ସକାରାତ୍ମକ ଶକ୍ତି ବାସ କରିଥାନ୍ତି।ଫଳରେ ଘରକୁ ସୁଖ ଓ ସମୃଦ୍ଧି ଆସିଥାଏ।

ଏହାପରେ ହେଉଛି ଅପରାଜିତା ଗଛ।ଏହି ଗଛର ଫୁଲ ମାତା ଲକ୍ଷ୍ମୀଙ୍କର ପ୍ରିୟ ପୁଷ୍ପ ଅଟେ।ଏହି ଗଛକୁ ଘର ପାଖରେ ଲଗାଇବା ଫଳରେ ଘର ଉପରେ ମାତା ଲକ୍ଷ୍ମୀଙ୍କର ସର୍ବଦା କୃପା ଦୃଷ୍ଟି ରହିଥାଏ।ଏହା ସହିତ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସର୍ବଦା ସନ୍ତୁଷ୍ଟ ରହିଥାନ୍ତି।ଏହାପରେ ହେଉଛି ବେଲ ଗଛ।ହିନ୍ଦୁ ଶାସ୍ତ୍ରରେ ବେଲ ଗଛକୁ ଭଗବାନ ଶିବଙ୍କର ଅଂଶ ବୋଲି ବିଚାର କରାଯାଇଥାଏ।ତେଣୁ ଏହି ଗଛ ଘର ପାଖରେ ରହିବା ଫଳରେ ଘରୁ ସମସ୍ତ ନକାରାତ୍ମକ ଶକ୍ତିର ନାଶ ହୋଇଥାଏ।ଏହା ସହିତ ଘରେ ଅନେକ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ

Leave a Reply

Your email address will not be published. Required fields are marked *