ଓଡିଆ ସୁପରହିଟ ହିରୋଇନ କାଜଲ ମିଶ୍ରଙ୍କ ସ୍ୱାମୀ ଙ୍କ ଅଟନ୍ତି ଏହି ବଡ ଓଡ଼ିଆ ହିରୋ – ଏହି ବଡ ହିରୋ ଙ୍କୁ ଦେଖିଲେ ଆପଣ ମଧ୍ୟ କହିବେ ସାବାସ..

Spread the love

ବନ୍ଧୁମାନେ ଆପଣ ଓଡ଼ିଆ ଅଭିନେତ୍ରୀ କାଜଲ ମିଶ୍ରଙ୍କୁ ତ ସମସ୍ତେ ନିଶ୍ଚିତ ଭଲ ଭାବରେ ଜାଣିଥିବେ।ତେବେ ଏହି ଅଭିନେତ୍ରୀ ଜଣଙ୍କ ଗୋଟେ ପରେ ଗୋଟେ ସିନେମା କରି ସିନେମା ଜଗତରେ ନିଜର ଜାଗା କରି ସାରିଛନ୍ତି।ତେବେ ଏହି ଅଭିନେତ୍ରୀଙ୍କ ବିଷୟରେ ଏମିତି କିଛି କଥା ଅଛି ଯାହା ବହୁତ କମ ଲୋକ ହିଁ ଜାଣି ଥିବେ।ତେବେ ଆଜି ଆମେ ଏଠାରେ ସେହି ଅଭିନେତ୍ରୀଙ୍କ କିଛି ଅକୁହା କଥା ବିଷୟରେ ଜଣେଇବାକୁ ଯାଉଛୁ।ତେବେ ଆପଣ ଏହି ବିଷୟରେ ଜାଣିବା ପାଇଁ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

କାଜଲ ନିଜର କ୍ୟାରିୟର ଓଡ଼ିଆ ଆଲବମ ଅଭିନେତ୍ରୀରୁ ଆରମ୍ଭ କରି ଥିଲେ।ପ୍ରଥମେ ସେ କିଛି ଆଲବମରେ ଅଭିନୟ କରିଥିଲେ।ଲୋକମାନେ ତାଙ୍କୁ ବହୁତ ପସନ୍ଦ କରିଥିଲେ।୨୦୧୧ ମସିହାରେ କାଜଲ ବିବାହ ବନ୍ଧନରେ ବାନ୍ଧି ହେଇ ଯାଇଥିଲେ।ସେ ଓଡ଼ିଆ ଜଗତର ଲୋକପ୍ରିୟ ଅଭିନେତା ଦୁଷ୍ମନ୍ତ ପଣ୍ଡାଙ୍କୁ ବିବାହ କରିଥିଲେ।ଦୁଷ୍ମନ୍ତ ଅନେକ ଓଡ଼ିଆ ସିନେମା ଓ ଆଲବମରେ ଅଭିନୟ କରି ସାରିଛନ୍ତି।ତେବେ କାଜଲଙ୍କର ଏବେ ଗୋଟେ ଝିଅ ଅଛି।

ତାଙ୍କ ଝିଅର ନାମ ଐଶ୍ୱର୍ୟା ପଣ୍ଡା ଏବଂ ତାର ଡାକ ନାମ ହେଉଛି ଆୟଶି।ତେବେ କାଜଲ ତାଙ୍କ ପରିବାରର ମଝିଆ ସନ୍ତାନ ଅଟନ୍ତି। ତାଙ୍କର ଜଣେ ବଡ଼ ଭାଇ ଆଉ ଜଣେ ସାନ ଭାଇ ଅଛନ୍ତି।ସେ ପିଲାବେଳୁ ହିଁ ଅଭିନୟରେ ସଉକ ରଖିଥିଲେ।ପରେ ପରେ ନିଜର ସେଇ ସଉକ ବା ସ୍ବପ୍ନକୁ ପୂରଣ କରି ପାରିଥିଲେ।ପ୍ରଥମେ ଆଲବମରେ ଓ ପରେ ଧୀରେ ଧୀରେ ସିନେମା ଓ ଧାରାବାହିକରେ ଏକ ଛାପ ଛାଡ଼ି ଦେଇଥିଲେ।

ପ୍ରଥମେ କାଜଲ ଓଡ଼ିଆ ଆଲବମରୁ ନିଜ ଅଭିନୟ ଆରମ୍ଭ କରିଥିଲେ।ତେବେ ଏହା ପରେ ସେ ଗୋଟେ ପରେ ଗୋଟେ ସିଡି ଚଢି ଓଡ଼ିଶାର ବହୁତ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲେ।ସେ ଅନେକ ପୁରସ୍କାର ସିନେମା ଓ ଧାରାବାହିକରେ ଅଭିନୟ କରିଛନ୍ତି।ସେ ୨୦୦ରୁ ଅଧିକ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି।ସେ ଓଡ଼ିଆ ଗୀତ ମୁଁ ଓଢନୀ ଉଡେଇ ଦେଲି ଲୋ ଓଡ଼ିଶା ଦୋହଲି ଗଲା ଗୀତରେ ଅଭିନୟ କରିଥିଲେ।ତେବେ ତାଙ୍କର ଏହି ଗୀତରେ ଅଭିନୟରେ ଓଡ଼ିଶା ସତରେ ଦୋହଲି ଯାଇଥିଲା।ଏହା ପରେ ସେ ନେଇଯାରେ ମେଘ ମତେ ଓ ଗୋରୀ ତୁ ସଂକ୍ରାନ୍ତିରେ ଏଭଳି ଅନେକ ଆଲବମରେ ଅଭିନୟ କରିଥିଲେ।

ଏହାପରେ ସେ ପ୍ରଥମେ ୨୦୦୫ ମସିହାରେ ଧର୍ମର ହେବ ଜୟ ସିନେମା ଦ୍ଵାରା ସିନେମା ଜଗତରେ ପ୍ରବେଶ କରିଥିଲେ।ତେବେ ସେ ଏହା ପରେ ୧୦ରୁ ଅଧିକ ସିନେମାରେ ଅଭିନୟ କରିସାରିଛନ୍ତି।ଏହା ସହ ସେ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି।ତେବେ ଚକା ଚକା ଭଉଁରୀ ଚଳଚ୍ଚିତ୍ରରେ ନିଜ ଅଭିନୟ ପାଇଁ ସେ ବେଷ୍ଟ ସପୋର୍ଟିଙ୍ଗ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି।୨୦୧୩ରେ ସେ ସନ୍ଦେହୀ ପ୍ରିୟତମାରେ ଅଭିନୟ ପାଇଁ ମଧ୍ୟ ବହୁତ ପୁରସ୍କାର ପାଇଥିଲେ।ତେବେ ଏହା ଥିଲା ଓଡ଼ିଆ ଆଲବମ ଜଗତରେ ଚୁଲବୁଲି ନାୟିକା ଭାବରେ ଜଣା ଯାଉଥିବା ଅଭିନେତ୍ରୀ କାଜଲ ମିଶ୍ରଙ୍କ ଜୀବନୀ।

Leave a Reply

Your email address will not be published. Required fields are marked *