ଓଡ଼ିଆ ଫିଲ୍ମ ର ଏହି ହିରୋଇନ ମାନଙ୍କ ମାଆ,ଯେଉଁମାନେ ପୂର୍ବରୁ ହିରୋଇନ ଥିଲେ – ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ନିଜ ଆଖିକୁ..

Spread the love

ଆମ ଓଲିଉଡ ଜଗତରେ ବର୍ତ୍ତମାନ ଅନେକ ଅଭିନେତ୍ରୀ ମାନେ କାମ କରୁଛନ୍ତି ହେଲେ ସେମାନଙ୍କ ମଧ୍ୟରୁ ଏପରି କିଛି ଅଭିନେତ୍ରୀ ରହିଛନ୍ତି ଯେଉଁ ମାନଙ୍କର ମାଆ ମାନେ ମଧ୍ୟ ତାଙ୍କ ସମୟରେ ଗୋଟେ ଗୋଟେ ହିରୋଇନ ଥିଲେ।ଏହା ସହିତ ସେମାନଙ୍କର ମାଆ ମାନେ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି।ତେବେ ଆମେ ବର୍ତ୍ତମାନ ସେହି ସବୁ ହିରୋଇନ ମାନଙ୍କ ବିଷୟରେ ଆଲୋଚନା କରିବା ଯାହାଙ୍କର ମାଆ ମାନେ ମଧ୍ୟ ପୂର୍ବରୁ ଅଭିନେତ୍ରୀ ରହି ଅନେକ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି।

୧:- ବର୍ଷା ପ୍ରିୟଦର୍ଶିନୀ – ଆମେ ସମସ୍ତେ ବର୍ଷା ପ୍ରିୟଦର୍ଶିନୀଙ୍କୁ ବହୁତ ଭଲ ଭାବରେ ଜାଣୁ ସେ ନିଜର ଅଭିନୟ ମାଧ୍ୟମରେ ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିବାରେ ସଫଳ ହୋଇଥିଲେ।ତେବେ ଆପଣ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେବେ ତାଙ୍କର ମାତା ରିଚା ସାହୁ ଯିଏକି ଜଣେ ଅଭିନେତ୍ରୀ ଥିଲେ।ସେ ପୂର୍ବରୁ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ସେ ମଧ୍ୟ ଏକ ଉଚ୍ଚ କୋଟୀର ଅଭିନେତ୍ରୀ ଥିଲେ।

୨:- ପ୍ରକୃତି ମିଶ୍ର – ଆମେ ସମସ୍ତେ ପ୍ରକୃତି ମିଶ୍ରଙ୍କୁ ବହୁତ ଭଲଭାବରେ ଜାଣୁ।ସେ ପିଲାବେଳୁ ଶିଶୁ କଳାକାର ଭାବରେ ଓଡ଼ିଆ ଫିଲ୍ମ ଜଗତରେ ପାଦ ଦେଇ ସାରିଥିଲେ ଏହାପରେ ସେ ବର୍ତ୍ତମାନ ବଲିଉଡରେ ମଧ୍ୟ କାମ କରିବାରେ ଲାଗିଛନ୍ତି।ତେବେ ତାଙ୍କର ମାଆ ମଧ୍ୟ ତାଙ୍କ ଭଳି ଜଣେ ଅଭିନେତ୍ରୀ ଥିଲେ।ତାଙ୍କର ମାଆଙ୍କ ନାମ ହେଉଛି କୃଷ୍ଣପ୍ରିୟା ମିଶ୍ର।ସେ ମଧ୍ୟ ନିଜର ଅଭିନୟ କରିବା ସମୟରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ଅନେକ ସୁନାମ ଅର୍ଜନ କରିଛନ୍ତି।

୩:- ଅନୁଭା ଷଡ଼ଙ୍ଗୀ – ଅନୁଭା ଷଡ଼ଙ୍ଗୀ ବର୍ତ୍ତମାନ ଓଲିଉଡ ଜଗତରେ ଜଣେ ଆଗ ଧାଡ଼ିର ଅଭିନେତ୍ରୀ।ସେ ନିଜର ଅଭିନୟ ଜୀବନ ଏହି କିଛି ବର୍ଷ ହେଲା ଆରମ୍ଭ କରିଛନ୍ତି ହେଲେ ନିଜର ଅଳ୍ପ ସମୟର ଅଭିନୟ ଜୀବନ ମଧ୍ୟରେ ସେ ଅନେକ ସୁନାମ ଅର୍ଜନ କରିଛନ୍ତି।ତାଙ୍କର ମାଆ ମଧ୍ୟ ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି।ତାଙ୍କ ମାତାଙ୍କ ନାମ ହେଉଛି ପୁଷ୍ପା ପଣ୍ଡା।ଆମେ ତାଙ୍କୁ ଅନେକ ଚଳଚ୍ଚିତ୍ରରେ ଅଭିନୟ କରୁଥିବାର ନିଶ୍ଚୟ ଦେଖିଥିବା।

୪:- ସମ୍ଭାବନା ମହାନ୍ତି – ସମ୍ଭାବନା ବର୍ତ୍ତମାନ ନିଜକୁ ଏକ ଉଚ୍ଚକୋଟୀର ଅଭିନେତ୍ରୀ ରୂପେ ପରିଚିତ କରାଇ ପାରିଛନ୍ତି।ସେ ବର୍ତ୍ତମାନ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଲୋକଙ୍କ ନିକଟରେ ପରିଚିତ ହୋଇ ପାରିଛନ୍ତି।ତେବେ ତାଙ୍କର ମାଆ ସ୍ନିଗ୍ଧା ମହାନ୍ତି ମଧ୍ୟ ଜଣେ ଅଭିନେତ୍ରୀ ଥିଲେ।ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

୫:- ଅରୁନ୍ଧତୀ ଦେବିକା – ଆମେ ସମସ୍ତେ ଅରୁନ୍ଧତୀଙ୍କୁ ଛୋଟବେଳୁ ଦେଖି ଆସୁଛୁ।ସେ ପିଲାବେଳୁ ଶିଶୁ କଳାକାର ଭାବରେ ଅଭିନୟ କରି ଅନେକ ପୂର୍ବରୁ ଚଳଚ୍ଚିତ୍ର ଜଗତରେ ପାଦ ଦେଇସାରିଛନ୍ତି।ତେବେ ତାଙ୍କର ମାଆ ହେଉଛନ୍ତି ତ୍ରିଲୋଚନା ଖୁଣ୍ଟିଆ।ସେ ମଧ୍ୟ ଜଣେ ଅଭିନେତ୍ରୀ ଥିଲେ।ସେ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

ଏହି ସମସ୍ତେ ଥିଲେ ଆମ ଓଲିଉଡ ଜଗତର ଏପରି କିଛି ଅଭିନେତ୍ରୀ ଯେଉଁ ମାନଙ୍କର ମାଆମାନେ ମଧ୍ୟ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇପାରିଥିଲେ।ଏହାପରେ ବର୍ତ୍ତମାନ ତାଙ୍କର ଝିଅ ମାନେ ଅଭିନୟ ଜଗତରେ ସୁନାମ ଅର୍ଜନ କରୁଛନ୍ତି।

Leave a Reply

Your email address will not be published. Required fields are marked *