ଚାଷୀଙ୍କ ଖାତା କୁ ଆସିଲା କାଳିଆ ଯୋଜନା ର ନୂଆ କିସ୍ତି – ଦେଖନ୍ତୁ ଆପଣଙ୍କ ନାମ ଲିଷ୍ଟ ରେ ଅଛି ନା ନାହିଁ କିପରି ଜାଣିବେ…

ସାଙ୍ଗମାନେ ଗତ କାଲିଠରୁ ଅନ୍ୟ ଏକ ଖୁସି ଖବର ଅସିଛି।କାଳିଆ ଯୋଜନାର ଟଙ୍କା ମିଳିବା ପ୍ରକ୍ରିୟା ଆରମ୍ଭ ହୋଇଇ ଯାଇଛି।ଏଥର ୧୮ ଲକ୍ଷ ଚାଷୀଙ୍କୁ ଟଙ୍କା ମିଳିବାକୁ ଯାଉଛି।ସରକାର ସେମାନଙ୍କ ପାଇଁ ୩୮୬କୋଟି ଟଙ୍କାର ଘୋଷଣା ମଧ୍ୟ କରିଛନ୍ତି।ତା ସହ କିଛି ଚାଷୀଙ୍କୁ ହଜାରେ ଟଙ୍କା କିଛି ଚାଷୀଙ୍କୁ ତିନି ହଜାର ଟଙ୍କା ଏ ନେଇ ମଧ୍ୟ ଘୋଷଣା ହେଇଛି।ଯାହାକୁ ନେଇକି ଆପଣମାନଙ୍କ ଭିତରୁ ଅନେକ ଅସ୍ପଷ୍ଟ ଥିବେ ପ୍ରକୃତରେ କାହାକୁ କେତେ ଟଙ୍କା ମିଳିବ।ଏହା ସହିତ ସରକାର ନୂତନ କରି ଏକ ଲିଷ୍ଟ ଜାରି କରିଛନ୍ତି।ସେହି ଲିଷ୍ଟ ଅନୁସାରେ ହିଁ ସମସ୍ତଙ୍କୁ ତାଙ୍କ ମିଳିବ।ସେହି ଲିଷ୍ଟରେ ଯାହା ଯାହା ନାମ ଥିବ ସେମାନେ ହିଁ ଟଙ୍କା ପାଇବେ।

ତେବେ ଅନେକ ଲୋକଙ୍କୁ କାଲିଠାରୁ ଟଙ୍କା ମଧ୍ୟ ଆସିଲାଣି ସେମାନେ କିପରି ଚେକ କରିବେ ତାହା ମଧ୍ୟ ସେମାନେ ଜାଣିପାରୁନାହାନ୍ତି।ଅନେକ ଲୋକଙ୍କର ଏହା ମଧ୍ୟ ଅସୁବିଧା ଥାଏ ଯେ ଲିଷ୍ଟରେ ନାମ ଥାଇ ମଧ୍ୟ ସେମାନେ ଟଙ୍କା ପାଇନାହାନ୍ତି।ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।କାଲିଠାରୁ ଟଙ୍କା ମିଳିବା ପ୍ରକ୍ରିୟା ଆରମ୍ଭ ହେଲାଣି।

୧୮ ଲକ୍ଷ ଚାଷୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।କିଛି ଚାଷୀଙ୍କୁ ହଜାର ଟଙ୍କା ଏବଂ କିଛି ଚାଷୀଙ୍କୁ ତିନି ହଜାର ଟଙ୍କା ମିଳିବ।ଏହି ଯେଉଁ ଟଙ୍କା ମିଳିବ ତାହା କାଳିଆ ଯୋଜନାର କିଛି କିସ୍ତିର ଟଙ୍କା ନୁହଁ।ଏହା କୋଭିଡ ସହାୟତା ଟଙ୍କା।କୋଭିଡ ସମୟରେ ଯେଉଁ ଦୀର୍ଘଦିନ ଧରି ଲକଡାଉନ ଲାଗି ରହିଛି।ଲୋକମାନେ କାମ ଧନ୍ଦା ନ ପାଇ ଘରେ ବସିଛନ୍ତି।ତେଣୁ କିଛି ମାତ୍ରାରେ ସହାୟତା ସ୍ୱରୂପ ସରକାର କାଳିଆ ଯୋଜନା ମାଧ୍ୟମରେ ଗୋଟେ ସହାୟତା ରାଶି ଯୋଗାଉଛନ୍ତି।ତେଣୁ ଏହା କୌଣସି ପ୍ରକାରରେ କାଳିଆ ଯୋଜନାର କିସ୍ତି ଟଙ୍କା ନୁହଁ।

ତେବେ ଏହି ଯେଉଁ ଟଙ୍କା ମିଳିବ ତାହା କେବଳ ଭୂମିହୀନ ଚାଷୀମାନଙ୍କୁ ହିଁ ମିଳିବ।ତେବେ କେଉଁମାନଙ୍କୁ ୧୦୦୦ ଟଙ୍କା ମିଳିବ?ଏହାର ପୂର୍ବରୁ ଆପଣ ଜାଣିଥିବେ ଯେତେବେଳେ କାଳିଆ ଯୋଜନାର ଟଙ୍କା ମିଳୁଥିଲା ସେତେବେଳେ ସରକାର ୧୨୫୦୦ଟଙ୍କାର ଘୋଷଣା କରିଥିଲେ ଯାହାକି ଭୂମିହୀନ ଚାଷୀମାନଙ୍କୁ ମିଳିବ।ତେବେ ଯେଉଁମାନେ ଏହି ୧୨୫୦୦ ଟଙ୍କା ପାଇ ସାରିଛନ୍ତି।ସେମାନଙ୍କୁ କେବଳ ୧୦୦୦ ଟଙ୍କା ମିଳିବ।ଏବଂ ଯେଉଁ ଚାଷୀମାନେ ଏବେ ଯାଏଁ ମଧ୍ୟ ସମ୍ପୂର୍ଣ୍ଣ ୧୨୫୦୦ ଟଙ୍କା ପାଇ ପାରି ନାହାନ୍ତି ସେମାନଙ୍କୁ ୩୦୦୦ ଟଙ୍କା ମିଳିବ।

ତେବେ ଏଥିପାଇଁ ସରକାର ଏକ ଲିଷ୍ଟ ମଧ୍ୟ ଜାରି କରିଛନ୍ତି।ଏହି ଲିଷ୍ଟକୁ ଆପଣ କାଳିଆ ଯୋଜନାର ଅଫିସିଆଲ ୱେବସାଇଟରେ ପାଇପାରିବେ।ତେବେ ଆଗରୁ ଯେଉଁ ଲିଷ୍ଟ ଥିଲା ସେଥିରେ କିଛି ନୂଆ ନୂଆ ନାମ ମିଶାଯାଇଛି।ତେବେ ଯେଉଁମାନେ ଗ୍ରିଭନ୍ସ ଫର୍ମ ପାଇଁ ଆପ୍ଲାଇ କରିଥିଲେ ସେଥିରେ କିଛି ନୂଆ ଅପଡେଟ କରାଯାଉଛି।ତେବେ ଅଫିସିଆଲ ସାଇଟକୁ ଯାଇ ଉପରେ ଥିବା ତିନି ଡଟରେ କ୍ଲିକ କରିବେ।ସେଠି ହିତାଧିକାରୀ ଲେଖାଥିବ ସେଠି କ୍ଲିକ କରିବେ।

ସେଠାରେ ନିଜର ଜିଲ୍ଲା, ନିଜ ବ୍ଲକ ଓ ନିଜ ପଞ୍ଚାୟତ ବାଛିବେ।ଏହାପରେ ଦୁଇଟି ପିଡ଼ିଏଫ ଆସିବ।ସେଥିମଧ୍ୟରୁ ଯେଉଁଟି ଭୂମିହୀନ ଚାଷୀଙ୍କ ପାଇଁ ଅଛି ସେଇଟା ଡାଉନଲୋଡ କରିବେ।ତେବେ ସେଥିରେ ଯଦି ଆପଣଙ୍କ ନାମ ଥିବ ତେବେ ଆପଣଙ୍କୁ ଟଙ୍କା ମିଳିବ।

ଅନେକ ଲୋକଙ୍କ ଏହା ସମସ୍ୟା ଥାଏ ଯେ ଲୋକଙ୍କ ପାଖକୁ ଟଙ୍କା ଯାଉଛି ମାତ୍ର ସେମାନେ ଜାଣିପାରୁ ନାହାନ୍ତି।ତେବେ ଟଙ୍କା ଆସିଛି କି ନାହିଁ ଚେକ କରିବା ପାଇଁ ଯେଉଁ ମୋବାଇଲ ନମ୍ବର ଦେଇ ରେଜିଷ୍ଟର କରିଛନ୍ତି,ଟଙ୍କା ଯେତେବେଳେ ଆପଣଙ୍କ ଆକାଉଣ୍ଟକୁ ଆସିବ ସେହି ମୋବାଇଲ ନମ୍ବରକୁ ମେସେଜ ଆସିବ।ତେବେ ଏହି ମେସେଜ ଆସିବା ପାଇଁ ମୋବାଇଲରେ କିଛି ଭ୍ୟାଲିଡ ପ୍ୟାକ ଥିବା ଦରକାର।ତେବେ ଏହାସହ ଆପଣ ନିଜ ପାସବୁକରେ ମଧ୍ୟ ଦେଖିପାରିବେ ସେ ଟଙ୍କା ଆସିଛି କି ନାହିଁ।

Leave a Reply

Your email address will not be published. Required fields are marked *