କିଏ ଏହି ମହିଳା ଯାହା ପାଇଁ ୫୦୦ ବର୍ଷ ତଳେ କାଳିଆର ନନ୍ଦିଘୋଷ ରଥ ଅଟକି ଯାଇଥିଲା – ପଢିଲେ ଭକ୍ତିରେ ଆପଣଙ୍କ ଆଖିରେ ଲୁହ ଆସିଯିବ

Spread the love

୫୦୦ ବର୍ଷ ତଳେ ରଥ ଅଟକି ଯାଇଥିଲା ଭକ୍ତଙ୍କ ମେଳରେ।ଏହା ହୋଇଥିଲା ରୁପଯିବି ଯମୁନା ପାଇଁ। ରୂପଯିବି ଯମୁନାର ଘର ହେଉଛି ଜଡଙ୍ଗା ସାହିରେ।ସେ ବୃତ୍ତିରେ ଜଣେ ବେଶ୍ୟା ଥିଲା।ସେ ଥରେ ଚିନ୍ତା କଲା ଅନେକ ଲୋକ ପୁରୀ ଧାମ ଆସିଥାନ୍ତି ନିଜର ସମସ୍ତ ପାପ କ୍ଷୟ କରିବାକୁ କିନ୍ତୁ ସେ ପୁରୀରେ ରହି ସମସ୍ତ ଲୋକଙ୍କୁ ପାପୀ କରାଉଛି।ଏହାପରେ ସେ ଚିନ୍ତା କଲା ମହାବାହୁ ଜଗନ୍ନାଥଙ୍କୁ ଦେଖା କରିବ।ଯେତେବେଳେ ସେ ଯାଇ ଅରୁଣ ସ୍ତମ୍ବ ପାଖରେ ପହଞ୍ଚିଛି ତାକୁ ସମସ୍ତ ପଣ୍ଡା ମାନେ ଘେରିଗଲେ ଓ କହିଲେ ତୋ ଭଳି ପାପୀ ଯଦି ଶ୍ରୀ ମନ୍ଦିର ଯିବ ତେବେ ଆମ ମୁଣ୍ଡ ରହିବ ନାହିଁ।ଫଳରେ ଯମୁନାର ମନ କାନ୍ଦି ଉଠିଲା।

ସେ ଫେରି ଆସିଲା ନିଜ ଘରକୁ।ସେ ଫେରିବା ରାସ୍ତାରେ ଯାଉଥିଲେ ବଳରାମ ମହାପାତ୍ର।କ୍ଷେତ୍ରୀୟ ଯୁବକ,ରୂପ,ଗୁଣ ଓ ବଳରେ ପରିପୂର୍ଣ୍ଣ।ଆସୁଥିଲେ କଳିଆକୁ ଦେଖା କରିବାକୁ।ହେଲେ ଯମୁନାକୁ ଦେଖିବା ପରେ ତା ପଛେ ପଛେ ଚାଲିଗଲେ।ଏହାପରେ ସେ ଘରକୁ ନ ଫେରି ଯମୁନା ସହିତ ରହିବାକୁ ଲାଗିଲେ ଏହା ଯାଇ ପଡ଼ିଲା ସୋମନାଥ ମହାପାତ୍ରଙ୍କ କାନରେ।ଯିଏ ଥିଲେ ବଳରାମ ମହାପାତ୍ରଙ୍କ ବାପା।ସେ କଲିଆକୁ ଜବାବ ମାଗିଲେ ପଚାରିଲେ ମୋ ପୁଅ କଣ ଏପରି ହୋଇଗଲା କି ଯାଇ ଗୋଟିଏ ବେଶ୍ୟା ସହିତ ରହୁଛି।

ଏହାପରେ ବଳିଆର ବାପା ନିଜ ପୁଅକୁ ଖୋଜିବା ପାଇଁ ଯମୁନାର ଘରକୁ ଗଲେ।ହେଲେ ସେ ନିରାଶ ହୋଇ ଫେରିଲେ।ନିଜର ପୁଅ ତାଙ୍କ ସହ ଘରକୁ ଫେରିବା ପାଇଁ ମନା କରିଦେଲା।ଫଳରେ ସୋମନାଥ ଲଜ୍ୟାରେ ସେହି ସ୍ଥାନ ଛାଡି ପଳାଇ ଆସିଲେ।ଏହାପରେ ଅନେକ ଦିନ ଗଡି ଚାଲିଲା।ଥରେ ବଳରାମ ସୋଇଥାନ୍ତି ଯମୁନାର କୋଳରେ।ସେମାନଙ୍କ ମଧ୍ୟରେ ଭାବ ବିନିମୟ ଚାଲିଥାଏ।ଏହି ସମୟରେ ସେ ଅଚାନକ ଶୁଣିଲେ ଘଣ୍ଟ ଓ ମୂର୍ଦଙ୍ଗର ଧ୍ଵନି।ସେ ଯମୁନାକୁ ପଚାରିଲେ ଏହା କିପରି ଧ୍ଵନି ଅଟେ।

ଯମୁନା କହିଲେ ଏହା କାଳିଆର ଲୀଳା।ସେ ଆଜି ସମସ୍ତ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀ ମନ୍ଦିରରୁ ବାହାରକୁ ଆସିଛନ୍ତି।ଏହା ଶୁଣିବା ମାତ୍ରେ ବଳରାମ ଦୌଡିଲେ କାଳିଆର ପାଖକୁ।ତାଙ୍କୁ ଦେଖି ସମସ୍ତେ ହସୁଥାନ୍ତି।କାରଣ ସମସ୍ତେ ଜାଣିଥିଲେ ସେ ଗୋଟେ ବେଶ୍ୟା ସହିତ ରହୁଛନ୍ତି।ଏହା ସହିତ ତାଙ୍କ ଗାଲରେ ଥାଏ ବେଶ୍ୟାର ଚୁମ୍ବନ।ଏହାପରେ ସେ ଯେତେବେଳେ ରଥ ଦଉଡ଼ି ଧରିବାକୁ ଗଲେ ତାଙ୍କୁ ସମସ୍ତେ ମାଡ଼ ମାରିଲେ।ଫଳରେ ସେ କାଲିଆକୁ ପ୍ରଶ୍ନ କଲେ ଏହା କଣ ତୋର ଲୀଳା।ଟି ଭକ୍ତ ତୋ ସାମ୍ନାରେ ମାଡ଼ ଖାଉଛି ତାହା ପୁଣି ତୋର ରଥ ଦଉଡ଼ି ଧରିବା ପାଇଁ।

ଫଳରେ ସେ କାଳିଆକୁ କହି ଆସିଲେ ଯଦି ମୁ ତୋର ପ୍ରକୃତ ଭକ୍ତ ହୋଇଥିବି ତେବେ ମୁଁ ତୋ ରଥ ଦଉଡ଼ି ନ ଧରିବା ପର୍ଯ୍ୟନ୍ତ ତୋର ରଥ ଗଡିବ ନାହିଁ।ଏହାପରେ ସେ ଯାଇ ବାଙ୍କୀ ମୁହାଣରେ ବାଲିର ରଥ କରି ସେଠାକୁ ଜଗନ୍ନାଥ,ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ଆବାହନ କଲେ।ସତକୁ ସତ ପୁରୀ ବଡ଼ ଦାଣ୍ଡରେ ରଥ ଅଟକି ଗଲା।ଲକ୍ଷ ଲକ୍ଷ ଭକ୍ତ ମିଶି ମଧ୍ୟ ଗଡ଼ାଇ ପରିଲେନାହିଁ ରଥକୁ।ଏହାପରେ ମହାପ୍ରଭୁ ରାଜାଙ୍କୁ ସ୍ବପ୍ନାଦେଶ ଦେଲେ ବାଙ୍କୀ ମୁହାଣରେ ମୋ ଭକ୍ତ ବଳିଆ ଅଛି।

ତାକୁ ଅପବିତ୍ର କହି ତମେ ଘଉଡାଇ ଦେଲ।ହେଲେ ତା ହାତ ବାଜିଲେ ମୋ ନନ୍ଦିଘୋଷ ଗଡିବ।ଏହାପରେ ରାଜପାଲିଙ୍କିରେ ବସାଇ ବଳିଆକୁ ଅଣାଗଲା ଓ ସେ ହାତ ଲଗାଇବାରୁ ରଥ ଗଡିଲା।ଏହା ଥିଲା ମହାପ୍ରଭୁଙ୍କର ଏକ ଲୀଳା।

Leave a Reply

Your email address will not be published. Required fields are marked *