ତାଳଚେର Highwayର ଏହି ଭୟାନକ କଥା,ଡ୍ରାଇଭର Pratap ସହ 2007 ମସିହା ରେ ଯାହା ଘଟିଲା ପଢିଲେ ହେଇଯିବେ ଭୟବିତ୍ତ

Spread the love

ଏହି ଘଟଣାଟି ଆମକୁ ଆମର ରାୟଗଡା ଜିଲ୍ଲାର ଜଣେ ଦର୍ଶକ ପଠାଇଥିଲେ।ତେବେ ତାଙ୍କ ନାମ ହେଉଛି ପ୍ରତାପ ଯିଏ କି ବିଗତ ୨୦ ବର୍ଷ ଧରି ଟ୍ରକ ଚଳାଇ ଆସୁଥିଲେ। ତାଙ୍କ ସହ ଏହି ଘଟଣା ଯିବା ରାସ୍ତାରେ ଘଟି ଯାଇଥିଲା ଆଉ ତାହା ଶୁଣିବା ପରେ ଆମ ମାନଙ୍କ ରୁମ ମୁଳି ଟାଙ୍କୁରି ଉଠିବ।ଏହା ଅତ୍ୟନ୍ତ ଭୟାନକ ଅଟେ ଆଉ ଶୁଣିବା ପରେ ହୁଏତ ଆପଣ ଡରିଯାଇପାରନ୍ତି।

ଆଜି ଆମେ ଆପଣଙ୍କ ପାଖରେ ଟ୍ରକ ଡ୍ରାଇଭର ପ୍ରତାପଙ୍କ ସହ ଘଟିଥିବା ଘଟଣା ବାବଦରେ କହିବୁ।ଏହା ଥିଲା ୧୨ ସେପ୍ଟେମ୍ବର ୨୦୦୭ ମସିହାର ରାତି ଆଉ ପ୍ରତାପ ୭୭ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକ ଚଳାଇ ଯାଉଥିଲେ। ହାଇୱେ ପୁରାପୁରି ସୁନସାନ ଥିଲା ଆଉ ଏହାର ଦୁଇ ପାର୍ଶ୍ଵରେ ଗ୍ରାମ ଅଥବା ଆଉ କେଉଁ ଜନବସତିର ଚିହ୍ନ ବର୍ଣ ମଧ୍ୟ ନଥିଲା।

ପ୍ରତାପ ପ୍ରବଳ ବେଗରେ ନିଜର ଟ୍ରକ ଆଗକୁ ବଢ଼େଇ ଚାଲିଥିଲା ଆଉ ଏହି ସମୟରେ ସେ ଦେଖିଲେ କି କିଛି ଦୂରରେ ଦୁଇଜଣ ବ୍ୟକ୍ତି ପ୍ରତାପଙ୍କ ଟ୍ରକ ଅଟକାଇବା ପାଇଁ କହୁଛନ୍ତି।ପ୍ରତାପ ହାଇୱେ ଲୁଟେରାଙ୍କ ବାବଦରେ ଭଲ ଭାବରେ ଅବଗତ ଥିଲା ତେଣୁ ସେ ନିଜର ଟ୍ରାକ ନ ଅଟକାଇ ଜୋରରେ ଭାଗିବାକୁ ଲାଗିଲା।ଏହି ସମୟରେ ପ୍ରତାପ ଦେଖିଲା କି ତାଙ୍କ ଦେହରେ କ୍ଷତ ଅଛି ଆଉ ସେମାନେ ଅସୁବିଧାରେ ଅଛନ୍ତି।

ପ୍ରତାପ ନିଜର ଟ୍ରକ ଅଟକାଇ ତାଙ୍କ ପାଖକୁ ଗଲା ଆଉ ସେମାନେ ଅସୁବିଧାରେ ଥିଲେ।ସେମାନେ କହିଲେ କି ତାଙ୍କ ଦୁଇଜଣଙ୍କୁ ଏଥିରୁ ବାହାର କରିବାକୁ।ପ୍ରତାପ ତାଙ୍କ କଥା ଶୁଣିଲା ଆଉ ସେମାନଙ୍କୁ ତାର ଟ୍ରକ ଭିତରେ ବସେଇଲା। ଏହି ସମୟରେ ସେ ଦୁହେଁ ନିଜର କାହାଣୀ କହିବା ଆରମ୍ଭ କଲେ।ସେମାନେ କହିଲେ କି ରାସ୍ତାରୁ ଚାରିଜଣ ସେମାନଙ୍କ ଘରୁ ବାହାରିଥିଲେ

ଆଉ ପ୍ରାୟ ୧୨୦ କିମି ଅତିକ୍ରମ କରିବା ପରେ ଆର ବାଇକରେ ବସିଥିବା ଦୁଇଜଣ ସାଙ୍ଗଙ୍କର ଭାରସାମ୍ୟ ଗାୟବ ହେଇଗଲା ଆଉ ସେମାନେ ପଡିଗଲେ। ଏହି ସମୟରେ ଏହି ଦୁଇଜଣ ତାଙ୍କୁ ବଞ୍ଚେଇବାକୁ ଗଲେ ତ ଦେଖିଲେ କି ସେମାନେ ସେଠାରେ ନଥିଲେ ଆଉ କିଛି ଦୂରରେ କିଛି ଛାଇ ପରି ଲୋକ ଆସୁଥିଲେ ଯାହାଙ୍କର ଶରୀର ନଥିଲା ଆଉ ସେମାନଙ୍କ ପାଦ ତଳେ ଲାଗୁନଥିଲା।

ଏହାପରେ ସେମାନେ ଦୌଡ଼ିବାକୁ ଲାଗିଲେ ଆଉ ସେହି ସମୟରେ ପ୍ରତାପ ମିଳିଗଲେ ତ ସେମାନେ ଟ୍ରକ ଭିତରେ ବସିଗଲେ।ଆଉ ପ୍ରତାପ ତାଙ୍କ କଥା ବିଶ୍ୱାସ କରୁନଥିଲା ମାତ୍ର କିଛି ଦୂର ଗଲା ପରେ ସେ ଦେଖିଲା କି ତାର ସାମ୍ନାରେ ସେଭଳି ଛାଇ ପରି କିଛି ଜିନିଷ ଆସୁଥିଲା।ସେ ତାଙ୍କ ଭିତର ଦେଇ ଟ୍ରକ ଦୌଦେଇବାକୁ ଲାଗିଲା ମାତ୍ର ତାର ଛକା ଜାମ ହେଇଗଲା।

ସେ ଟ୍ରକ ବାହାରକୁ ଯାଇ ଚକା ଠିକ କଲା ଆଉ ଏହି ସମୟରେ ଟ୍ରକ ଭିତରୁ ସେହି ଦୁହିଁଙ୍କର ଚିତ୍କାରର ଶବ୍ଦ ଶୁଣାଗଲା।ସେ ଭିତରେ ଦେଖିଲା ତ ସେ ଦୁହେଁ ନଥିଲେ। ତାହାପରେ ସେ ବହୁତ ଜଲଦି ଜଲଦି ନିଜର ଟ୍ରକ ଷ୍ଟାର୍ଟ କରି ଆସିଗଲା ଆଉ ସକାଳୁ ଦେଖିଲା କି ତାର ଟ୍ରକ ଡଲାରେ ସେହି ଚାରିଜଣଙ୍କର ମୃତ ଦେହ ଥିଲା।ସେ ପୋଲିସ କେସରେ ବି ଫସି ଯାଇଥିଲା ଆଉ ୬ ମାସ ପରେ ବାହାରିଲା ମାତ୍ର ତାଙ୍କୁ ଏହି ଘଟଣା ଆଜି ବି ମନେ ପଡେ।

Leave a Reply

Your email address will not be published. Required fields are marked *