ଦୁନିଆର ଏଭଳି ଆଶ୍ଚର୍ଯ୍ୟ ଆପଣ ଶୁଣି ନଥିବେ – ଏହି ଜାଗାରେ ପଥର ଶୂନ୍ୟରେ ଭାସୁଛି – ଦେଖନ୍ତୁ କାହିଁକି ଓ କିପରି

Spread the love

ଦୁନିଆରେ ଏପରି କିଛି ସ୍ଥାନ ଅଛି ଯାହା ଆଗରେ ସାଧାରଣ ମନୁଷ୍ୟ ତ ଦୂରର କଥା ବୈଜ୍ଞାନିକ ମାନଙ୍କ ବିଦ୍ୟା ମଧ୍ୟ ଏହି ରହସ୍ୟ ମୟ ସ୍ଥାନ ଆଗରେ ଫେଲ ମାରିଯାଏ।ଆଜିର ଏହି ଆର୍ଟିକିଲରେ ଆମେ ସେହିପରି କିଛି ରହସ୍ୟମୟ ସ୍ଥାନ ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ନମ୍ବର ୧:- ଆମ ଲିଷ୍ଟରେ ପ୍ରଥମେ ଆସୁଛି ଗୋଲଡେନ ରକ ମିଆଁମାର।ମିଆଁମାରରେ ଥିବା ଏହି ପଥର ବହୁତ ବର୍ଷ ହେଲା ମାଧ୍ୟାକର୍ଷଣ ଶକ୍ତି ସହିତ ଖେଳ ଖେଳୁଛି।କାରଣ ଏହି ପଥର ଉପରେ ମାଧ୍ୟାକର୍ଷଣ ଶକ୍ତିର କୌଣସି ମଧ୍ୟ ନିୟମ କାମ କରୁନାହିଁ।ଏହି ପଥର ମିଆଁମାରର ଏକ ମଙ୍କ ଷ୍ଟେଟରେ ଅବସ୍ଥିତ ଯାହା ଏକ ଲୋକପ୍ରିୟ ବୁଦ୍ଧିଷ୍ଟ ମାନଙ୍କ ସ୍ଥଳ ଅଟେ।ଏହି ପଥର ବହୁତ ବଡ଼ ଏବଂ ଅଧିକ ଓଜନର ମଧ୍ୟ।କିନ୍ତୁ ଏହା କେବେହେଲେ ତଳକୁ ପଡିନାହିଁ।ସେଥିପାଇଁ ଏହାକୁ ଦେଖିବାପାଇଁ ଦେଶ ବିଦେଶରୁ ଅନେକ ଲୋକ ଆସିଥାନ୍ତି।ସରଳ ଭାଷାରେ କହିବାକୁ ଗେଲେ ଏହା ଏକ ବୃହତ ପଥର ଅନ୍ୟ ଏକ ପଥର ଉପରେ ରହିଛି।ଦେଖିଲେ ଏପରି ଲାଗୁଚି ଯେ ଏହା ଯେକୌଣସି ମୁହୂର୍ତ୍ତରେ ତଳକୁ ଖସିଯାଇପାରେ।ଏଠାର ସ୍ତାନୀୟ ଲୋକ ମାନେ ଏହା କୁହନ୍ତି ଯେଉଁ ବ୍ୟକ୍ତି ଏହି ପଥରକୁ ୩ଥର ଦେଖିବାକୁ ଆସିଥାନ୍ତି ସେମାନଙ୍କ ଜୀବନରେ କୌଣସି ପ୍ରକାର ଧନ କିମ୍ବା ସୁଖର ଅସୁବିଧା ରୁହେ ନାହିଁ।

ନମ୍ବର ୨:- ସାଣ୍ଟାକ୍ରୁସ ରହସ୍ୟମୟ ସହର।ଆମେରିକାର କାର୍ଲିଫୋର୍ନିଆରେ ଥିବା ସାଣ୍ଟାକ୍ରୁସ ସହର ସବୁବେଳେ ତାହାର ପ୍ରାକୃତିକ ବାତା ବରଣ, ସମୁଦ୍ର କୁଳ ଏବଂ ସୁନ୍ଦର ଜଙ୍ଗଲ ପାଇଁ ପ୍ରସିଦ୍ଧ ଅଟେ।କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏଠାରେ ଏପରି ଏକ ରିସର୍ଟ ଅଛି ଯାହା ମଧ୍ୟରେ ସବୁ କିଛି ଓଲଟ ପାଲଟ ଅଛି।ଅର୍ଥାତ ଏଠାରେ ମାଧ୍ୟାକର୍ଷଣ ଶକ୍ତି ଜମା ହେଲେ ମଧ୍ୟ କାମ କରୁ ନାହିଁ।ଅର୍ଥାତ ଏହା ଯେଉଁ ସ୍ଥାନରେ ଅଛି ସେହି ସ୍ଥାନକୁ ରହସ୍ୟମୟ ସ୍ଥାନ ବୋଲି କୁହାଯାଏ।ଯଦି ଏଠାରେ କିଏ ପାଣି ପକାଏ ତେବେ ତାହା ତଳକୁ ନ ଯାଇ ଉପରକୁ ଯାଇଥାଏ।ଆପଣ ମଧ୍ୟ ସେଠାରେ ତଳକୁ ପଡ଼ିବାକୁ ଚାହିଁଲେ ପଡିପାରିବେ ନାହିଁ।

ନମ୍ବର୩:- ଚୁମ୍ବକୀୟ ପର୍ବତ।କାନାଡାରେ ଏକ ଏପରି ପାହାଡ଼ ଅଛି ଯେଉଠରେ କାର ଗୁଡିକ ଆପେ ଆପେ ଉପରକୁ ଯାଇଥାଏ।ଏହି ସ୍ଥାନକୁ ଚୁମ୍ବକୀୟ ପର୍ବତ କୁହାଯାଇଥାଏ।ଏଠାରେ ଏକ ବିଚିତ୍ର ଶକ୍ତି କାମ କରେ।ଏହା ଏଅପରି ଲାଗେ ଯେପରି ଏହି ସ୍ଥାନରେ ମାଧ୍ୟାକର୍ଷଣ ଶକ୍ତି କାମ କରୁନାହିଁ।ଏହି ଘଟଣା ବିଷୟରେ ଲୋକ ୧୯୪୦ ମସିହାରେ ଜାଣିଲେ ଏହାପରେ ଏହି ଜାଗାକୁ ଦେଖିବାଆଇ ଅନେକ ଲୋକ ଆସିଥାନ୍ତି।ଏଠାରେ ଗାଡିର ଇଞ୍ଜିନ ବନ୍ଦ ହେବା ପରେ ମଧ୍ୟ ଗାଡି ଆପେ ଆପେ ପାହାଡ଼ରେ ଚଢ଼ି ଥାଏ।

ନମ୍ବର ୪:- ଆପଣମାନେ ନିଶ୍ଚିତ ଦେଖିଥିବେ ପାହାଡ଼ ଉପରୁ ବଡ଼ ବଡ଼ ପଥର ତଳକୁ ଖସିବା କିନ୍ତୁ ଆପଣ ଏହା ଶୁଣିଲେ ବିଶ୍ୱାସ କରିବେ ନାହିଁ ଦୁନିଆରେ ଏପରି ମଧ୍ୟ ପଥର ଅଛି ଯାହା ପାହାଡ଼ର ଗଡାଣିରେ ଥାଇ ମଧ୍ୟ ତଳକୁ ପଡି ନଥାଏ।କାରଣ ଏହି ପଥର ଉପରେ ମାଧ୍ୟାକର୍ଷଣ ଶକ୍ତି କାମ କରେ ନାହିଁ।ଏହି ପଥର ଆର୍ଜେନଟିନାରେ ଅବସ୍ଥିତ।ଏହାର ଓଜନ ୩୦୦ ଟନ ଅଟେ।କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ୨୮ ଫେବୃଆରୀ ୧୯୧୨ ମସିହାରେ ଏହି ପଥରଟି ପାହାଡ଼ର ତଳଳୁ ପଡି ଖଣ୍ଡ ଖଣ୍ଡ ହୋଇଗଲା।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ପଥର ପଡିବାର କାରଣ ଏହାର ଆଖ ପାଖରେ ହେଉଥିବା ଵିସ୍ପରଣ।

Leave a Reply

Your email address will not be published. Required fields are marked *