କାଳିଆ ଯୋଜନାର ନୂଆ ସ୍କିମ ରେ ମିଳିବ ଏହି ନୂଆ ଲାଭ – କେଉଁ ମାନେ ପାଇବେ ଓ କିପରି ଆବେଦନ କରିବେ ସେ ବିଷୟରେ ଜାଣିରଖନ୍ତୁ

Spread the love

ବନ୍ଧୁମାନେ ଆଜି ଆମେ ଏଠାରେ ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷଣା କରା ଯାଇଥିବା କାଳିଆ ଯୋଜନାର ନୂଆ ସ୍କିମଗୁଡ଼ିକ ବିଷୟରେ ଜାଣିବା।ତେବେ ଏଥିରେ କୁହା ଯାଉଛି କି ପୁଣିଥରେ ଚାଷୀମାନଙ୍କୁ ୬୦୦୦ ଟଙ୍କା ଲିଲିବାକୁ ଯାଉଛି।ତେବେ ଏଠାରେ ଆମେ ସବୁ କଥାର ସତ୍ୟତା ଆପଣମାନଙ୍କୁ ଜଣାଇବାକୁ ଯାଉଛୁ।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ପାଇବା ପାଇଁ ଆପଣ ଆଜି ଏଠାରେ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ତେବେ ଏହି ସମୟରେ ଯାହା ନୂଆ ଉପଡେଟ ଆସୁଛି ତାହା ଅନୁସାରେ ଓମ୍ଫେଡ ଦୁଧ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତାରେ ଘୋଷଣା କରିଛନ୍ତି।ଏହାର ଅର୍ଥ ହେଉଛି,ଏହି ସହାୟତାରେ ପ୍ରତି ଦୁଧ ଚାଷୀଙ୍କୁ ଗୋ-ଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ।ଏହା ସହ ଏହି ଯୋଜନାରେ ପାଖାପାଖି ଏକ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଅନୁମାନ କରାଯାଉଛି।

ତେବେ ଏହି ସ୍କିମ ଦ୍ଵାରା ରାଜ୍ୟର ଏକ ଲକ୍ଷ୍ୟ କୋଡ଼ିଏ ହଜାର ଚାଷୀ ଉପକୃତ ହେବେ।ତେବେ କୋଭିଡ ସମୟରେ ବହୁତ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଇଥିଲେ।ତେଣୁ ଏଥିପାଇଁ ଏହି ସ୍କିମଗୁଡ଼ିକ ଚାଷୀମାନଙ୍କର ବହୁତ ଉପକାର କରିବ ବୋଲି ଆଶା କରାଯାଉଛି।ତେବେ ମହାମାରୀ ଓଡ଼ିଶା ନୁହଁ ସମଗ୍ର ବିଶ୍ୱର ଅର୍ଥ ନୀତି ଉପରେ ଗୁରୁତର ପ୍ରଭାବ ପକାଇଛି।ତେବେ ଏହି ସମୟରେ ଏତେ ପଇସା ଖର୍ଚ୍ଚ କରିବା କେତେ ଦୂର ଠିକ ତାହା ଅନେକ ଅର୍ଥନୀତିଜ୍ଞ ମାନେ ପ୍ରଶ୍ନ କରିଥିବା ବେଳେ

ସରକାର ଏହାର ଜବାବରେ କହିଛନ୍ତି।ଯେଉଁ ସମୟରେ ଅନ୍ୟ ସବୁ ବିଭାଗରେ ଅର୍ଥନୀତିର ଅବସ୍ଥା ଅତ୍ୟନ୍ତ ସଂକୀର୍ଣ୍ଣ ହେଇଛି, ତେବେ କିନ୍ତୁ କେବଳ ଚାଷ କ୍ଷେତ୍ରରେ ହିଁ ଏହା ସମାନ ରହିଛି।ଯେଉଁ ସମୟରେ ସମସ୍ତେ ହାର ମାନି ଯାଇ ଘରେ ବସି ପଡ଼ିଥିଲେ, ଆମ ଚାଷୀ ଭାଇମାନେ ହିଁ ଆମର ଅର୍ଥନୀତିକୁ ଟେକି ଧରିଥିଲେ।ସେମାନେ ନିଜର ଉତ୍ପାଦନ କାମ ଏହି ସମୟରେ ରୋକି ଦେଇ ନଥିଲେ।ଏହା ସହ ଚାଷୀମାନେ ହେଉଛନ୍ତି ଆମର ଅନ୍ନ ଦାତା।

ଆମକୁ ଏହା ମନରେ ରଖିବାର ଅଛି ଯେ ଆମ ପାଖେ କେତେ ବି ପଇସା ଥିଲେ ଆମେ ତାକୁ ଖାଇ ପାରିବା ନାହିଁ।ତେଣୁ ଚାଷୀମାନଙ୍କ ଖୁସି ଓ ସେମାନଙ୍କୁ ଏହି କଠିନ ସମୟରେ ସାହାଯ୍ୟ କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିଲେ।ଚାଷୀମାନଙ୍କର ଏହି ପରି ଭାବେ ନିଷ୍ଠା ଓ ବଳିଦାନକୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି।

ତେବେ ଗ୍ରାମ୍ୟ ଅର୍ଥନୀତିରେ ଦୁଧଚାଷ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରଖିଥାଏ।ତେବେ ଲକଡାଉନ ସମୟରେ ଏହାର ଦୁଧ ଓ ଦୁଧ ଜାତୀୟ ଜିନିଷର ଚାହିଦାରେ ବଡ଼ ଧରଣର ହ୍ରାସ ଘଟିଛି।ଏହା ଦୁଧ ଚାଷୀଙ୍କ ଜୀବିକାକୁ ବହୁତ ପ୍ରଭାବିତ କରିଛି।ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।ତେବେ ମୁଖ୍ୟମନ୍ତ୍ରୀ ନିଜେ ଏହି ନୂଆ ସ୍କିମର ଘୋଷଣା କରିଛନ୍ତି।ତେବେ ଏହା କେତେ ଦୂର କାର୍ଯ୍ୟକାରୀ ଓ ସଫଳ ହେବ ତାହା ତ କେବଳ ସମୟ କହିବ।

Leave a Reply

Your email address will not be published. Required fields are marked *