ଜଣେ ସାଧାରଣ ଝିଅ ଜାଇ କିପରି ହୋଇଗଲା ମାଆ କାଳିଜାଇ – ଏହି କାହାଣୀ ପଢିଲେ ଆପଣଙ୍କ ଆଖି ମଧ୍ୟ ଲୁହରେ ଓଦା ହେଇଯିବ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କାଳିଜାଇଙ୍କ ବିଷୟରେ କିଛି ବିଶେଷ ତଥ୍ୟ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଏହାଦ୍ୱାରା ଆପଣ କାଳିଜାଇଙ୍କ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ।ତେବେ ଆସନ୍ତୁ ଜାଣିବା ଜଣେ ସାଧାରଣ ଝିଅ ଜାଇ କିପରି ହୋଇଗଲେ ମାଆ କାଳିଜାଇ?ଓଡିଶାର ଚିଲିକା ହ୍ରଦର ଏକ ଛୋଟ ଦ୍ବୀପ ମଧ୍ୟରେ ଅବସ୍ଥିତ।ନୀଳ ଜଳର ଚାଦର ମଧ୍ୟରେ ଆବୃତ ହୋଇଥିବା ଏହି ପବିତ୍ର ସ୍ଥାନ ଓଡିଶାର ଏକ ପର୍ଯ୍ୟଟନ ସ୍ଥଳ ଭାବରେ ଜଣାଶୁଣା।

ଏହି ପାହାଡ଼ରେ ପରିପୂର୍ଣ୍ଣ ଦ୍ବୀପରେ ମା କାଳିଜାଇ ପୂଜା ପାଉଛନ୍ତି।କାଳିଜାଇ ଚିଲିକାର ଏକ ମୁଖ୍ୟ ଆକର୍ଷଣ।ପ୍ରତିବର୍ଷ ଲକ୍ଷାଧିକ ଲୋକ ମାଆଙ୍କ ଦର୍ଶନପାଇଁ ଆସିଥାନ୍ତି।ଜାନୁଆରୀ ମାସରେ ହେଉଥିବା ମକର ମେଳା ଏଠାକାର ଏକମାତ୍ର ଲୋକପ୍ରିୟ ପର୍ବ।ଏହି ପର୍ବରେ ଆଖ ପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।କିମ୍ବଦନ୍ତୀ ଅନୁସାରେ କାଳୀ ଏବଂ ଜାଇ ମାଆଙ୍କର ଦୁଇ ପୃଥକ ପୃଥକ ସ୍ୱରୂପ।ମାଆ କାଳୀ ହିନ୍ଦୁ ଧର୍ମର ଦେବୀ ହୋଇଥିବା ବେଳେ।ଜାଇ ସ୍ଥାନୀୟ ଅଞ୍ଚଳର ଏକ ସାଧାରଣ ଝିଅ ଥିଲା।ଯିଏକି କୌଣସି ଏକ ସମୟରେ ଚିଲିକାର ଗଭୀର ଗଣ୍ଡ ମଧ୍ୟରେ ବିଲୀନ ହୋଇଯାଇଥିଲା।

ସେଠାରେ ଅବସ୍ଥିତ ଅନ୍ୟଏକ ଦ୍ବୀପ ପରିକୁଦରେ ବିବାହ କରି ନିଜ ପିତାଙ୍କ ସହିତ ଯାଉଥିବା ବେଳେ ଭୟଙ୍କର ଝଡ଼ର ସମ୍ମୁଖିନ ହୋଇଥିଲା।ଝଡ଼ର ପ୍ରଭାବ ଅତି ତୀବ୍ର ଥିବାରୁ ନାଆଟି ସେହି ଗଣ୍ଡମଧ୍ୟରେ ଓଲଟି ପଡିଥିଲା।ପରେ ଜାଇର ପିତା ଏବଂ ନାବିକ ଉଭୟ ବର୍ତ୍ତିଯାଇଥିଲେ।ମାତ୍ର ଜାଇର କୌଣସି ପତା ମିଳିନଥିଲା।ଶୁଣିବାକୁ ମିଳେଯେ ଏହି ଘଟଣାର କିଛି ଦିନପରେ ସେହି ବାଟ ଦେଇ ଯେଉଁ ନାବିକ ମାନେ ଯେଉଁଥିଲେ ସେମାନେ ଜାଇର କାନ୍ଦଣା ଶୁଣିବାକୁ ପାଉଥିଲେ।

ତେଣୁ ଧୀରେଧୀରେ ତାଙ୍କ ମାଆ କାଳୀଙ୍କ ଆକ୍ଷା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ।ଇତିହାସର ତଥ୍ୟ ଅନୁସାରେ ମାଆ କାଳିଜାଇଙ୍କ ମନ୍ଦିର ପ୍ରାୟ ୧୭୧୭ମସିହାରେ ପରିକୁଦର ରାଜା ଶ୍ରୀ ଜଗନ୍ନାଥ ମାନସୀଙ୍କ ଦ୍ୱାରା ନିର୍ମାଣ ହୋଇଥିଲା।ଏହା ପରଠାରୁ ମାଆ ସେଠାରେ ଦେବୀ ରୂପରେ ପୂଜାପାଇ ଆସୁଛନ୍ତି।ଲକ୍ଷ ଲକ୍ଷ ଲୋକ ଚିଲିକା ହ୍ରଦ ଉପରେ ନିଜର ଜୀବିକା ନିର୍ବାହ ପାଇଁ ନିର୍ଭର କରୁଛନ୍ତି।

ମାଛ ଏବଂ ଅନ୍ୟ ସାମଗ୍ରୀ ସଂଗ୍ରହ କରିବାକୁ ଚିଲିକାର ଗଭୀର ଗଣ୍ଡ ମଧ୍ୟକୁ ସେମାନଙ୍କୁ ଯିବାକୁ ପଡିଥାଏ।ବିଶ୍ୱାସ ଅଛିଯେ ସହି ମାଛ ଧରାଳି ମାନଙ୍କୁ ମାଆ ବିଭିନ୍ନ ଝଡ଼ ଏବଂ ବିପଦରୁ ରକ୍ଷା କରିଥାନ୍ତି।ତେଣୁ ଚିଲିକାର ଏହି ମସ୍ୟଜୀବୀ ମାନେ କାଳିଜାଇଙ୍କୁ ଇଷ୍ଟ ଦେବୀ ରୂପରେ ପୂଜା କରିଥାନ୍ତି।କାଳିଜାଇକୁ ଯଦି ଆପଣ ଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ରାଜଧାନୀ ଭୁବନେଶ୍ବରରୁ ସଡ଼କ ପଥରେ ବାଲୁଗାଁ ପର୍ଯ୍ୟନ୍ତ ପ୍ରାୟ ୯୧ କିଲୋମିଟର ଅତିକ୍ରମ କରିବାକୁ ପଡିବ।ଏହାପରେ ବାଲୁଗାଁ ଠାରୁ ୧୮ କିଲୋମିଟର ଦୂର କାଳିଜାଇକୁ ଜଳ ପଥରେ ଯିବାକୁ ପଡ଼ିବ।ଏଥିପାଇଁ ବିଭିନ୍ନ ଲଞ୍ଚର ଏବଂ ବୋଟର ସୁବିଧା ରହିଛି।

Leave a Reply

Your email address will not be published. Required fields are marked *