ଷ୍ଟୁଡେଣ୍ଟ କ୍ରେଡିଟ କରଜ ଯୋଜନା – ଏବେ ଛାତ୍ରଛାତ୍ରୀ ଙ୍କୁ ସହଜରେ ମିଳିବ ଲୋନ – ଦେଖନ୍ତୁ କେଉଁ ରାଜ୍ୟରେ ପ୍ରଥମେ ଲାଗୁ ହେଲା..

Spread the love

ବନ୍ଧୁମାନେ ସରକାର ଏବେ ଏକ ବହୁତ ହିଁ ଭଲ ଯୋଜନାଟି ଆଣିବାକୁ ଯାଉଛନ୍ତି।ଯାହାର ନାମ ହେଉଛି ଷ୍ଟୁଡେଣ୍ଟ କ୍ରେଡିଟ କରଜ ଯୋଜନା।ଏହାଦ୍ଵାରା ରାଜ୍ୟର ଛାତ୍ରମାନେ ବହୁତ ଉପକୃତ ହେବେ।ତେବେ ଏହି ଯୋଜନାରେ କେଉଁମାନେ ଉପକୃତ ହେବା ପାଇଁ ଯୋଗ୍ୟ ହେବେ, ଏହି ଯୋଜନାରେ କଣ କଣ ଲାଭ ହେବ ଏବଂ ଏହି ଯୋଜନା ବିଷୟରେ ଅନ୍ୟ ସବୁ ବିଷୟରେ ଆପଣ ଏଠି ଜାଣିବାକୁ ପାଇବେ।ତେବେ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ତେବେ କହିବାକୁ ଗଲେ ଏହି ଯୋଜନା ଦ୍ୱାରା ଗୋଟେ ପିଲା ୪୦ ବର୍ଷ ବୟସ ଯାଏଁ ବହୁତ କମ ସୁଧରେ ୧୦ ଲକ୍ଷ ଟଙ୍କା ଋଣ ଆଣି ପାରିବ।ତେବେ ସବୁଠୁ ମୁଖ୍ୟ କଥା ହେଉଛି ଏହି ଯୋଜନାଟି ଓଡ଼ିଶାରେ ଲାଗୁ ହେଇନାହିଁ।ତେବେ ଏହି ଯୋଜନାଟି କେଉଁ ରାଜ୍ୟରେ ଲାଗୁ ହେଇଛି, ଓଡ଼ିଶାରେ ଏହା ଲାଗୁ ହେବା ଉଚିତ କି ନୁହଁ ଏହି ସବୁ ବିଷୟରେ ଜାଣିବା।

ଷ୍ଟୁଡେଣ୍ଟ କ୍ରେଡିଟ କରଜ ଯୋଜନାଟିକୁ ପଶ୍ଚିମବଙ୍ଗର ରାଜ୍ୟ ସରକାର ଲାଗୁ କରିଛନ୍ତି।ତେବେ ଏହା ଦ୍ଵାରା ୪୦ ବର୍ଷ ପର୍ଯ୍ୟନ୍ତ ନିଜ ପାଠ ପଢା ପାଇଁ ଗୋଟେ ପିଲା ୧୦ ଲକ୍ଷ୍ୟ ଟଙ୍କା ଋଣ କମ ସୁଧରେ ଆଣିପାରିବ।ଏ ଋଣକୁ ଶୁଝିବା ପାଇଁ ବହୁତ ସହଜ କରାଯାଇଛି।ତେବେ ଚାକିରି କରିବାର ୧୫ ବର୍ଷ ଭିତରେ ଏ ଟଙ୍କା ସେ ସୁଝି ପାରିବେ।ଜଣେ ଦଶମ ଶ୍ରେଣୀ ପିଲା କିମ୍ବା ତା ଠାରୁ ଉପରେ ପଢୁଥିବା ପିଲାମାନେ ଏହି ଋଣ ପାଇଁ ଆପଲାଇ କରି ପାରିବେ।ଏହା ସହ ଗ୍ରାଯୁଏସନ କିମ୍ବା ପୋଷ୍ଟ ଗ୍ରାଯୁଏସନ ପିଲା ଯେଉଁମାନେ ଭାରତ କିମ୍ବା ବିଦେଶରେ ରହି ପଢ଼ୁଥିବା ଛାତ୍ରଛାତ୍ରୀମାନେ ବି ଏହାପାଇଁ ଆପଲାଇ କରି ପାରିବେ।

ତେବେ ଏହି ଋଣ ପାଇବା ପାଇଁ ଉଭୟ ଅଫଲାଇନ ଓ ଅନଲାଇନ ଉଭୟ ସୁବିଧା ଦିଆ ଯାଇଛି।ତେବେ ପଶ୍ଚିମବଙ୍ଗ ସରକାର ଯଦି ଏହି ଯୋଜନାଟିକୁ ଆଣିଛନ୍ତି ଏହା ଏକ ବହୁତ ଭଲ ଯୋଜନା।ଏହା ଛାତ୍ର ମାନଙ୍କ ପାଇଁ ବହୁତ ଦରକାରୀ ହେଇଥିବା ବେଳେ ବହୁତ ଲାଭଦାୟକ ମଧ୍ୟ।ଏହା ଦ୍ଵାରା ବହୁତ ଛାତ୍ର ପଢ଼ିବାର ସୁଯୋଗ ପାଇବେ ଓ ପଢା ପ୍ରତି ଆଗ୍ରହ ଦେଖାଇବେ।ତେବେ ଓଡିଶାରେ ମଧ୍ୟ ଏହି ଭଳି ଯୋଜନା ଲାଗୁ ହେବା ନିହାତି ଦରକାର।କାରଣ ଓଡ଼ିଶାରେ ଯେଉଁମାନେ ବିଦେଶରେ ପଢିବାକୁ ଚାହୁଁଛନ୍ତି ତାଙ୍କର ଘର ଲୋକମାନେ ସେମାନଙ୍କର ପଢା ଖର୍ଚ୍ଚ ଉଠାଇ ପାରୁ ନାହାନ୍ତି।ତେବେ ବହୁତ ଭଲ ଛାତ୍ରଛାତ୍ରୀ ଏହି ଅର୍ଥ କାରଣରୁ ହିଁ ନିଜର ପାଠପଢ଼ା ମଝିରେ ରଖି ଦେଉଛନ୍ତି।

ତେବେ ଆମେମାନେ ଆଶା କରୁଛୁ କି ଓଡ଼ିଶାରେ ମଧ୍ୟ ଏହିଭଳି କିଛି ଯୋଜନା ଲାଗୁ ହେଉ।ଯାହାଦ୍ଵାରା ଓଡ଼ିଶାର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଯାଇ ନିଜ ଶିକ୍ଷାକୁ ସମ୍ପନ୍ନ କରି ପାରିବେ।ତେବେ ଏହି ଭଳି ଯୋଜନାଟି ରହିବ ଦରକାର କି ପିଲାମାନେ ସହଜରେ ଋଣକୁ ସୁଝି ପାରିବେ ଓ ଏହା ସହ ଏହି ଋଣ ପାଇବାର ପ୍ରକ୍ରିୟାଟି ମଧ୍ୟ ଟିକେ ସହଜ ହେଇଥିବ।ଏହାଦ୍ଵାରା ହିଁ ଓଡ଼ିଶା ଛାତ୍ରଛାତ୍ରୀମାନେ ଉପକୃତ ହେବେ।

Leave a Reply

Your email address will not be published. Required fields are marked *