ପୁରୁଷଙ୍କର ଗୁପ୍ତ ରୋଗ,ଗ୍ୟାସ,ପେଟ ଯନ୍ତ୍ରଣା ଆଦି ବଡ଼ ବଡ଼ ରୋଗକୁ ଦୂର କରିଥାଏ ଏହି ଉପଚାର – ଏହି କଥା ଜାଣିରଖନ୍ତୁ

Spread the love

ପୌରଷତ୍ଵ ଜଡ଼ିତ ସମସ୍ତ ସମସ୍ୟା ଓ ଅନେକ ବଡ଼ ବଡ଼ ରୋଗରୁ ମୁକ୍ତି ଦେଇଥାଏ ହେଙ୍ଗୁ।ଯଦି ଆପଣଙ୍କର ପେଟ ସହ ଜଡ଼ିତ କୌଣସି ସମସ୍ୟା ରହିଥାଏ ଏହା ସହିତ ଆପଣଙ୍କର ଆଣ୍ଠୁ ଅଧିକ ଯନ୍ତ୍ରଣା କରୁଛି ତେବେ ଆପଣ ହେଙ୍ଗୁର ବ୍ୟବହାର ଫଳରେ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇ ପାରିବେ।ଏହା ସହିତ ଏହା ଆମର ପାଚନ କ୍ରିୟାକୁ ସୁଦୃଢ କରିଥାଏ ଫଳରେ ଆମକୁ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।ଏହା ସହିତ ଯଦି ଆପଣ କୌଣସି ବ୍ୟକ୍ତିର ନିଶା ଛାଡ଼ଇବାକୁ ଚାହୁଁଛନ୍ତି ତେବେ ଆପଣ ସେହି ବ୍ୟକ୍ତିକୁ ହେଙ୍ଗୁ ଲେମ୍ବୁ ଓ ଚିନି ମିଶାଇ ପିଇବାକୁ ଦିଅନ୍ତୁ ସେହି ବ୍ୟକ୍ତିର ନିଶା ଆପେ ଆପେ ଛାଡ଼ିଯିବ।

ଛାତିରେ ଜମିଥିବା କଫକୁ ହେଂଗୁ କଢ଼ିବାରେ ସହାୟକ ହୋଇଥାଏ।ହେଙ୍ଗୁକୁ ଅଦା ଓ ମହୁ ସହ ମିଶାଇ ଖାଇବା ଫଳରେ ଆମ ଶରୀରରେ ଜମିଥିବା କଫକୁ ଏହା କାଢ଼ିବାରେ ସହାୟକ ହୋଇଥାଏ।ଏହା ଆମ ରକ୍ତକୁ ସଫା କରିବାରେ ସହାୟକ ହୋଇଥାଏ।ଆମ ରକ୍ତରେ ଥିବା ଅଶୁଦ୍ଧ କଣିକାକୁ ଏହା କାଢି ଦେଇଥାଏ।ଏହା ସହିତ ଏହା ଆମକୁ ହୃଦ ରୋଗ ସହିତ ଜଡିତ ସମସ୍ୟାର ସମାଧାନ କରିଥାଏ।ଏହା ଆମ ହୃଦ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

ହାକୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ହେଲେ ପୁରୁଣା ଗୁଡ଼ ସହିତ ହେ଼ଙ୍ଗୁ ମିଶାଇ ଖାଇବା ଆବଶ୍ୟକ।ଏହା ସହିତ ଦାନ୍ତ ଯନ୍ତ୍ରଣାର ତୁରନ୍ତ ଉପଶମ ପାଇଁ ଆମେ ହେଙ୍ଗୁର ବ୍ୟବହାର କରିପାରିବା।ଏହା ସହିତ ପୁରୁଷ ମାନଙ୍କର ଶୁକ୍ରାଣୁର ଯଦି ଅଭାବ ରହିଥାଏ ତେବେ ସେମାନେ ହେଙ୍ଗୁର ସେବନ କରିବା ଫଳରେ ସେମାନଙ୍କ ଏହି ସମସ୍ୟାର ସମାଧାନ ହୋଇପାରିବ।ଦାନ୍ତ ବିଦ୍ଧା ହେଲେ ସେହି ସ୍ଥାନରେ ହେଙ୍ଗୁ ଲଗାଇବା ଫଳରେ ଯନ୍ତ୍ରଣାରୁ ତୁରନ୍ତ ଉପଶମ ମିଳିଥାଏ।ମୁହଁରୁ ଦାଗ ଦୂର କରିବା ପାଇଁ ଆପଣ ହେଙ୍ଗୁକୁ ପାଣିରେ ମିଶାଇ ଲଗାନ୍ତୁ ଫଳରେ ଆପଣଙ୍କର ଏହି ସମସ୍ୟାର ସମାଧାନ ହୋଇପାରିବ।

ଆମେ ସାଧାରଣତଃ ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ହେଙ୍ଗୁର ବ୍ୟବହାର କରିଥାଉ କିନ୍ତୁ ଏହି ହେଙ୍ଗୁର ବ୍ୟବହାର କରିବା ଫଳରେ ଏହା ଆମ ଶରୀରର ଅନେକ ଛୋଟ ରୋଗ ଠାରୁ ଅନେକ ବଡ଼ ବଡ଼ ରୋଗର ମଧ୍ୟ ସମାଧାନ କରିପାରିବ।ସବୁ ଜିନିଷର ଉପକାରିତା ସହିତ କିଛି କିଛି ଅପକାରିତା ମଧ୍ୟ ରହିଥାଏ ତେଣୁ ଆପଣ ଏହାର ବ୍ୟବହାର କରିବା ପୂର୍ବରୁ ଡକ୍ଟରଙ୍କ ପରାମର୍ଶ ନେବା ଆବଶ୍ୟକ।ଫଳରେ ଆପଣ ଏହାର ସଠିକ ଫଳ ପାଇପାରିବେ।ଏହା ସହିତ ଏହାର ଅଧିକ ବ୍ୟବହାର ଆମ ଶରୀର ପାଇଁ ହାନିକାରକ ମଧ୍ୟ ହୋଇପାରେ।

ତେବେ ଏହାର ବ୍ୟବହାର କ୍ଷେତ୍ରରେ କିଛି ମାତ୍ରାରେ ସଚେତନତା ଅବଲମ୍ବନ କରିବା ଆବଶ୍ୟକ ଯାହାଫଳରେ ଆପଣ ଏହାର ସଠିକ ଫଳ ପାଇପାରିବେ।ଏହା ଆମ ଶରୀରର ଅନେକ ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ ଏହା ସହିତ ଏହା ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ଓ ଏହା ଆମ ଶରୀରକୁ ଅନେକ ପ୍ରକାରର ରୋଗ ସହିତ ଲଢ଼ିବା ପାଇଁ ଉପଯୁକ୍ତ ଶକ୍ତି ଯୋଗାଇଥାଏ ତେଣୁ ଏହାର ଉପଯୁକ୍ତ ବ୍ୟବହାର କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *