ଶିମିଳି ଫୁଲର ଉପକାରିତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ – ସୁନାଠାରୁ ମଧ୍ୟ ଅଧିକ ଦାମିକା ଅଟେ ଗୋଟେ ଗୋଟେ ଫୁଲ..

Spread the love

ଶେମାଲ ଗଛ ଏପରି ଏକ ଗଛ ଯାହାର ଅନେକ ଉପକାରିତା ରହିଛି।ଯେପରି ଏହା ଆମ ଶରୀରକୁ ଅନେକ ପ୍ରକାରର ଲାଭ ପହଞ୍ଚାଇ ଥାଏ।ଆୟୁର୍ବେଦରେ ଶେମାଳ ଗଛକୁ ଔଷଧର ଗନ୍ତା ଘର ରୂପେ ବର୍ଣ୍ଣନା କରାଯାଇଛି।ଏହି ବୃକ୍ଷ ଆକାରରେ ବହୁତ ବଡ଼ ହୋଇଥାଏ।ଏହାର ଉପକାରିତା ମଧ୍ୟ ଅନେକ ରହିଥାଏ।ଏହାର ପ୍ରଥମ ଉପକାର ହେଉଛି ଏହା ଆମ ରକ୍ତ କଣିକାକୁ ସଫା କରିଥାଏ।ଏହା ଆମ ରକ୍ତରେ ଥିବା ସମସ୍ତ ପ୍ରକାରର ବିଷାକ୍ତ ପଦାର୍ଥକୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦେଇଥାଏ ଓ ଆମ ଶରୀରକୁ ଶୁଦ୍ଧ ରକ୍ତ ପ୍ରଦାନ କରିବାରେ ସହାୟକ ହୋଇଥାଏ।

ଏହି ଫୁଲକୁ ଶୁଖାଇ ଏହାକୁ ଭଲଭାବରେ ଗୁଣ୍ଡ କରି ରାତିରେ ଶୋଇବା ପୂର୍ବରୁ ଏହାକୁ କ୍ଷୀରରେ ମିଶାଇ ପିଇବା ଫଳରେ ଏହା ଆମ ଶରୀର ପାଇଁ ଅନେକ ମାତ୍ରାରେ ଉପକାରୀ ହୋଇପାରିବ।ଏହାପରେ ଏହାର ଦ୍ୱିତୀୟ ଫାଇଦା ହେଉଛି ଏହା ମହିଳା ମାନଙ୍କ ଠାରେ ଦେଖାଯାଉଥିବା କିଛି ସମସ୍ୟାର ଅନ୍ତ କରିଥାଏ।ଯେପରିକି ଏହା ମହିଳା ମାନଙ୍କର ଦୁର୍ବଳତା,ଥକାପଣ ଦୂର କରିବାରେ ସାହାଯ୍ୟ କରିଥାଏ।ଏହାର ଫୁଲକୁ ଭଲଭାବରେ ଶୁଖାଇ ଏହାକୁ ଗୁଣ୍ଡ କରି ମହିଳାମାନେ ବ୍ୟବହାର କରିପାରିବେ।ଏହା ସେମାନଙ୍କର ଶରୀରରେ ଅନେକ ଆବଶ୍ୟକତାକୁ ପୂରଣ କରିଥାଏ।

ଏହି ଫୁଲର ଗୁଣ୍ଡ ସେମାନେ ଅଳ୍ପ ଗରମ ପାଣି ବା କ୍ଷୀରରେ ପକାଇ ପିଇବା ଫଳରେ ସେମାନଙ୍କର ଏହି ସମସ୍ତ ସମସ୍ୟା ଦୂର ହୋଇପାରିବ।ଏହାପରେ ହେଉଛି ଯେଉଁ ବ୍ୟକ୍ତି ମାନଙ୍କର ମୁହଁରେ ଦାଗ ବା ମୁହଁରେ ବ୍ରଣ ଜନିତ ସମସ୍ୟା ରହିଥାଏ ତେବେ ସେହି ବ୍ୟକ୍ତିମାନେ ଏହାର ଫୁଲକୁ ପେଶି ଏହାର ରସକୁ ମୁହଁରେ ଲଗାଇବା ଫଳରେ ସେମାନଙ୍କର ମୁଁହ ସହ ଜଡ଼ିତ ପ୍ରାୟ ସମସ୍ତ ସମସ୍ୟା ଶେଷ ହୋଇଯିବ।ଏହା ସହିତ ସେମାନଙ୍କ ମୁହଁରେ ଥିବା ଦାଗ ସମ୍ପୂର୍ଣ୍ଣ ରୂପେ ଚାଲିଯିବ।

ଯଦି ଆମେ କୌଣସି ସ୍ଥାନରେ ପଡ଼ିଯାଉ ଯାହା ଫଳରେ ଆମ ଶରୀରରେ କ୍ଷତ ହୋଇଯାଏ ତେବେ ଏହି କ୍ଷତକୁ ଠିକ କରିବା ପାଇଁ ଆମେ ଏହି ଫୁଲର ରସକୁ ବ୍ୟବହାର କରି ପାରିବା।ଏହି ଫୁଲକୁ ଭଲ ଭାବରେ ପେଶି ତାହାର ରସକୁ ସେହି କ୍ଷତ ସ୍ଥାନରେ ଲଗାଇବା ଫଳରେ ସେମାନଙ୍କର ଏହି କ୍ଷତ ଖୁବ ଶୀଘ୍ର ଭଲ ହୋଇ ପାରିବ।ଏହା ପରେ ଏହାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଏହା ଆମ ଶରୀରକୁ ଶକ୍ତି ଯୋଗାଇ ଥାଏ।ଏହା ସହିତ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ।

ଆମେ ଯଦି ପ୍ରତିଦିନ ଏହାର ରସକୁ ବା ଏହି ଫୁଲର ଗୁଣ୍ଡକୁ ଗରମ ପାଣିରେ ମିଶାଇ ବା କ୍ଷୀରରେ ମିଶାଇ ପିଇବା ଏହା ଆମ ଶରୀରକୁ ଅନେକ ପ୍ରକାରର ଫାଇଦା ଦେଇଥାଏ।ଏହା ସହିତ ଏହା ଆମ ଶରୀରକୁ ବିଭିନ୍ନ ପ୍ରକାରର ରୋଗ ଠାରୁ ରକ୍ଷା କରିବାରେ ସହାୟକ ହୋଇଥାଏ।ଏହା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।ଯଦି ଆମେ ଏହାକୁ ଅତି କମରେ ସପ୍ତାହରେ ୨-୩ ଥର ବ୍ୟବହାର କରିବା ତେବେ ଏହା ଆମ ଶରୀରର ଅନେକ ମୁଖ୍ୟ ଆବଶ୍ୟକତା ପୂରଣ କରିବା ସହିତ ଏହା ଆମ ଶରୀରକୁ ରୋଗ ସହ ଲଢ଼ିବା ପାଇଁ ଶକ୍ତି ଯୋଗାଇବ।

Leave a Reply

Your email address will not be published. Required fields are marked *