ଜ୍ୟୋତିଷ ଶାସ୍ତ୍ର – କେଉଁ ରାଶି ଲୋକ କେଉଁ ରାଶି ସହିତ ବିବାହ କରିଲେ ଜୀବନ ଦୁଃଖମୟ ହେଇଯିବ ଜାଣିରଖନ୍ତୁ – ଏହି ଭୁଲ କେବେ ମଧ୍ୟ କରିବେ ନାହିଁ

Spread the love

ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଆମ ରାଶି ଉପରେ ନିର୍ଭର କରିଥାଏ।ତେବେ ଆମେ ଜନ୍ମ ହେବା ମାତ୍ରେ ଆମ ସହିତ ଏକ ରାଶି ଯୋଡ଼ି ହୋଇଯାଇଥାଏ।ତେବେ ଏହି ରାଶି ଉପରେ ଆମର ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରିଥାଏ।ତେବେ ଆମେ ବର୍ତ୍ତମାନ ଏପରି କିଛି ରାଶି ଯୋଡ଼ି ମାନଙ୍କ ବିଷୟରେ କଥା ହେବା ଯେଉଁ ରାଶି ମାନେ ଯଦି ପରସ୍ପର ସହିତ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ତେବେ ସେମାନଙ୍କ ଜୀବନରେ ଅନେକ ସମସ୍ୟା ମାନ ଉତ୍ପନ୍ନ ହୋଇଥାଏ।ତେଣୁ ବିବାହ କରିବା ସମୟରେ ଜାତକ ଓ ରାଶିକୁ ଭଲଭାବରେ ଦେଖିବା ଆବଶ୍ୟକ।

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରାଶିର ଜଣେ ଜଣେ ଅଧିପତି ରହିଛନ୍ତି।ତେବେ ଯଦି ଦୁଇଟି ରାଶିର ଅଧିପତି ପରସ୍ପର ସହିତ ବନ୍ଧୁ ହୋଇଥାନ୍ତି ତେବେ ଏହା ଉତ୍ତମ ଫଳ ଦେଇଥାଏ।ଯଦି ରାଶିର ଅଧିପତି ପରସ୍ପର ସମ ହୋଇଥାନ୍ତି ତେବେ ଏହା ମଧ୍ୟମ ଫଳ ଦେଇଥାଏ।ଯଦି ରାଶିର ଅଧିପତି ପରସ୍ପରର ଶତ୍ରୁ ହୋଇଥାନ୍ତି ତେବେ ଏହା ନକରାତ୍ମକ ଫଳ ଦେଇଥାଏ।ତେଣୁ ରାଶିର ଅଧିପତି ପରସ୍ପର ସହିତ ମିତ୍ର ହେବା ଅତ୍ୟନ୍ତ ଆବଶ୍ୟକ। ମିତ୍ର ହେବା ଫଳରେ ସେମାନଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଲାଗି ରହିଥାଏ।

ତେବେ ଯେଉଁ ସବୁ ରାଶି ମାନଙ୍କର ଅଧିପତି ମାନେ ମିତ୍ର ନୁହଁନ୍ତି ସେହି ସବୁ ରାଶି ଗୁଡ଼ିକ ହେଉଛି ମେଷ ସହିତ ତୁଳା ରାଶି,ମେଷ ସହିତ କନ୍ୟା ରାଶି,ଧନୁ ସହିତ ବୃଷ ରାଶି,ଧନୁ ସହିତ ମିଥୁନ ରାଶି, ମିଥୁନ ସହିତ ବିଛା ରାଶି,କର୍କଟ ସହିତ କୁମ୍ଭ ରାଶି,ସିଂହ ସହିତ ମକର ରାଶି,ସିଂହ ସହିତ କୁମ୍ଭ ରାଶି,କନ୍ୟା ସହିତ ମେଷ ରାଶି ଏହି ସମସ୍ତ ରାଶିର ବ୍ୟକ୍ତି ମାନେ ପରସ୍ପର ସହିତ ବିବାହ କରିବା ଉଚିତ ନୁହେଁ।କୌଣସି ବି ପୁଅ,ଝିଅ ସହିତ ଅଥବା କୌଣସି ଝିଅ ସେହି ରାଶିର ପୁଅ ସହିତ ବିବାହ କରିବା ଉଚିତ ନୁହେଁ ।

କାରଣ ଏହି ରାଶିର ଅଧିପତି ମାନେ ପରସ୍ପରର ଶତ୍ରୁ ଅଟନ୍ତି।ଫଳରେ ଯଦି ଏହି ରାଶି ମାନେ ପରସ୍ପର ସହିତ ବିବାହ କରନ୍ତି ତେବେ ସେମାନଙ୍କ ଜୀବନରେ ଅନେକ ସମସ୍ୟା ଉତ୍ପନ ହୋଇଥାଏ।ତେଣୁ ଏହି ରାଶିର ବ୍ୟକ୍ତିମାନେ ପରସ୍ପର ସହିତ ବିବାହ କରିବା ଉଚିତ ନୁହେଁ।ଏହି ରାଶି ମାନଙ୍କର ପରସ୍ପର ପ୍ରତି ଶତ୍ରୁ ମନୋଭାବ ରହିବ ଏହା ସହିତ ଏହି ରାଶି ମାନଙ୍କର ପରସ୍ପର ସହିତ ରାଶି ମେଳକ ହେଉ ନାହିଁ ଫଳରେ ଏମାନେ ପରସ୍ପର ସହିତ ବିବାହ କରିବା ସମ୍ପୂର୍ଣ୍ଣ ରୂପେ ଅନୁଚିତ ଅଟେ।

ଏହା ସହିତ କୌଣସି ଆଯୁଗ୍ମ ସ୍ଥାନରେ ଥିବା ରାଶି ସହିତ ଅନ୍ୟ ଏକ ଅଜୁଗ୍ମ ସ୍ଥାନରେ ଥିବା ରାଶି ସହିତ ବିବାହ କରିବା ଉଚିତ ନୁହେଁ।ଯେପରି ମେଷ ସହିତ ତୁଳା ରାଶି।ମେଷ ଏକ ଅଜୁଗ୍ମ ରାଶି ଅଟେ ଏହା ସହିତ ତୁଳା ମଧ୍ୟ ଏକ ଅଜୁଗ୍ମ ରାଶି ଅଟେ।ଫଳରେ ଏମାନଙ୍କର ବିବାହ କରିବା ଉଚିତ ନୁହେଁ।ଏହା ବ୍ୟତୀତ ଯଦି ସେମାନଙ୍କର ପ୍ରେମ ସଂପର୍କ ରହିଥିବ ବା ସେମାନେ ଅନ୍ୟ କୌଣସି କାରଣରୁ ପରସ୍ପର ସହିତ ବିବାହ କରିବାକୁ ଚାହୁଁଛନ୍ତି ତେବେ ସେମାନେ ପରସ୍ପରର ଜାତକ ଦେଖି ସେମାନଙ୍କର ରାଶି ଅଧିପତି ଯଦି ମିତ୍ର ସ୍ଥାନରେ ରହିଥିବେ ତେବେ ସେମାନେ ପରସ୍ପର ସହିତ ବିବାହ କରିବା ଆବଶ୍ୟକ।ଏହା ସହିତ ସେହି ଉପରିସ୍ଥ ନଅ ଯୋଡ଼ି ରାଶି ପରସ୍ପର ସହିତ ବିବାହ କରିବା ସମ୍ପୂର୍ଣ୍ଣ ରୂପେ ଅନୁଚିତ ଅଟେ।

Leave a Reply

Your email address will not be published. Required fields are marked *