ଓଡ଼ିଶା ରାଜନୀତିର ସେହି ସଫଳ ନାୟକ ଯିଏ ଜିତିପରିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ହୃଦୟ – ନବୀନଙ୍କ ବିଶ୍ୱାସ ଓ ଭରଷା – ଜାଣିରଖନ୍ତୁ ତାଙ୍କ ବିଷୟରେ..

Spread the love

ନବୀନଙ୍କ ବିଶ୍ୱାସ ଓ ଭରଷା ବବି ଦାସ।ଅଡ଼ୁଆ ପରିସ୍ଥିତିରେ କ୍ରାଇସିସ ମ୍ୟାନେଜର ବବି ଦାସ।ଯୁବ ଛାତ୍ରଙ୍କର ଆନ ବାନ ସାନ ବବି ଦାସ।ତେବେ ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏହି ଯୁବ ନେତାଙ୍କ ବିଷୟରେ ଜାଣିବା।ତେବେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ସାଙ୍ଗମାନେ ବିଜୁ ଜନତା ଦଳ ଆରମ୍ଭ ହେଇଥିବା ପରଠାରୁ ନବୀନ ପଟ୍ଟନାୟକ ହିଁ ଥିଲେ ଏହି ଦଳର ସର୍ବେସର୍ବା।ସଙ୍ଗଠନ ଓ ସରକାର ଉଭୟ ନବୀନଙ୍କ ଠରୁ ଆରମ୍ଭ ହୋଇଥିଲା ଏବଂ ନବୀନଙ୍କ ଠାରେହିଁ ଶେଷ ହୋଇଥିଲା।ନବୀନ ବାବୁ ନିଜର ୫ ୫ ଥର କ୍ଷମତାକୁ ଆସିଥିବା ନବୀନ ଅନେକ ନେତାଙ୍କୁ ଅତି ନିକଟରୁ ଦେଖିଛନ୍ତି।ସେମାନଙ୍କ ଦକ୍ଷତାକୁ ମାପିଛନ୍ତି ଏବଂ ଆନୁଗତ୍ୟକୁ ପରଖିଛନ୍ତି ମଧ୍ୟ।ତେବେ ଏହି କଠୋର ପରୀକ୍ଷାରେ ସଫଳତା କେହି ଜଣେ ମଧ୍ୟ ପାଇ ନଥିଲେ।

ତେବେ ଏହି ସମୟ ଗଡ଼ିବା ସହିତ ଦଳ ଭିତରେ ଆବିର୍ଭାବ ହେଇଥିଲା ପ୍ରଣବ ପ୍ରକାଶ ଦାସଙ୍କର।ତାଙ୍କର ରାଜନୈତିକ ପରିଚୟର ତ ଆବଶ୍ୟକତା ନାହିଁ।ଠିକ ଯେପରି ନବୀନ ପଟ୍ଟନାୟକ ଓଡିଶାକୁ ଆସି ରାଜନୀତିର ମଙ୍ଗ ଧରିବା ବେଳେ ତାଙ୍କ ପରିଚୟ ଥିଲା ସେ ବିଜୁ ବାବୁଙ୍କର ପୁଅ।ଠିକ ସେମିତି ବବି ଦାସଙ୍କର ପରିଚୟ ଥିଲା କି ସେ ଅଶୋକ ଦାସଙ୍କ ପୁଅ।ତେବେ ସେ ଗୋଟେ ଦଶନ୍ଧିରେ ହିଁ ନିଜର ପରିଚୟ କରି ଦେଇଥିଲେ।

ତେବେ ନିଜ ବାପାଙ୍କ ଭଳି ରାଜନୀତିକ ବିଚକ୍ଷଣତା ଓ ସାହସିକତା ଭରି ରହିଛି ତାଙ୍କ ପାଖରେ।ଦମ୍ଭର ସହ ଯେକୌଣସି ପରିସ୍ଥିତିର ମୁକାବିଲା କରିବାର କ୍ଷମତା ରଖିଛନ୍ତି।ନିଜର ଏହି ଦକ୍ଷତା ପାଇଁ ସେ ଆଜି ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି।ବିଜେଡି ଇତିହାସରେ ଯେଉଁ ପଦବୀ କେବେ ସୃଷ୍ଟି ହେଇନଥିଲା ତାକୁ ନିଷ୍ଠାର ସହ କାର୍ଯ୍ୟ କରି ହାସଲ କରିଛନ୍ତି ଯାଜପୁରର ଏହି ଯୁବ ବିଧୟକ।ଦଳୀୟ ନିର୍ବାଚନ ପରେ ସେ ଦଳର ସଭାପତି ହେଇଥିଲେ।

ଦଲୀୟ ନିର୍ବାଚନ ପରେ ସଭାପତି ଭାବରେ ଦାଇତ୍ୱ ଗ୍ରହଣ କରିବା ସହିତ ୫ ମାର୍ଚ୍ଚ ୨୦୨୦ରେ ନବୀନ ପଟ୍ଟନାୟକ ଗଣ ନିଯୁକ୍ତି ଦେଇ ଗଣ ମାଧ୍ୟମରେ ପ୍ରତିଜ୍ଞା ରଖିଥିଲେନଜର ପକାଇବାର ଦିଗଟି ହେଉଛି ଆଜି ଯାଏଁ ଦଳୀୟ ନିଯୁକ୍ତି ନେଇ ଗଣ ମାଧ୍ୟମକୁ କେବଳ ପ୍ରେସ ରିଲିଜ ଆସୁଥିଲା।ହେଲେ ପ୍ରଥମ ଥର ପାଇଁ ନବୀନ ଦଳୀୟ କାର୍ଯ୍ୟାଳୟରେ ଗଣ ମାଧ୍ୟମ ସମ୍ନାରେ ପ୍ରତିଜ୍ଞା ରଖିଥିଲେ।ଦଳୀୟ ସଭାପତି ଭାବରେ ୨୦୧୪ରେ ଓ ୨୦୧୯ ହେଇଥିବା ସାଧାରଣ ନିର୍ବାଚନ ଓ ଉପନିର୍ବାଚନ ରେ ନିଜ ଦକ୍ଷତା ଓ ପରିଚାଳନା ଦ୍ଵାରା ପ୍ରଣବ ପ୍ରକାଶ ଦାସଙ୍କର ଦକ୍ଷତା ଏବଂ ପରିଚଳନାକୁ ପ୍ରଶଂସା କରିଥିଲେ ନବୀନ।ତେବେ ସେହି କାରଣରୁ ହିଁ ସେ ବିଜୁ ଜନତା ଦଳରେ ଏକ ଉଚ୍ଚ ପଦବୀ ପାଇଥିଲେ।ଯାହା ସ୍ପଷ୍ଟ ପ୍ରମାଣ କରୁଥିଲା ବବି ଦାସ ହେଉଛନ୍ତି ଦଳର ଦ୍ୱିତୀୟ ସର୍ଵ ବୃହତ ନେତା।

ଏବଂ ଏହା ପରେ ହିଁ ଆରମ୍ଭ ହେଇଥିଲା ବବି ଦାସଙ୍କ କାର୍ଯ୍ୟ। ସାରାଦେଶରେ ଯେତେବେଳେ ମୋଦି ଲହର ଚାଲିଥିଲା ସେତେବେଳେ ପ୍ରଣବ ପ୍ରକାଶ ଦାସ କିନ୍ତୁ ଓଡିଶାରେ ନବୀନଙ୍କ ହାୱା ବୁହାଇ ଥିଲେ। ଖାସ କରି ପଞ୍ଚମ ପାଳିରେ ଯେତେବେଳେ ବିଜେଡି ନିର୍ବାଚନ ହେଲା ସେ ନିଜର କରିସ୍ମା ବଳରେ ଓମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣ କାରୀ ଯୋଜନା ଏବଂ ସର୍ବପରି ନିଜ ରାଜନୀତିକ ବିଚକ୍ଷଣତାରେ ପ୍ରତି ପକ୍ଷକୁ ମାତ ଦେଇଥିଲେ ବବି ଦାସ।ତେବେ କଥା କେବଳ ନିର୍ବାଚନର ନଥିଲା।ଯେଉଁଠି ସଂଗଠନର କିଛି ଅସୁବିଧା ରହୁଥିଲା ସେଠି ସେ ପହଞ୍ଚି ଯାଉଥିଲେ।ସେଠି ସମସ୍ତଙ୍କୁ ଏକାଠି ବସାଇ ଚୁଟକିରେ ସମସ୍ୟାର ସମାଧାନ କରି ଦେଉଥିଲେ।ଏହି ନେତାଙ୍କ ଉପରେ ଏବେ ପଡିଛି ମୟୁରଭଞ୍ଜ ଏବଂ କେନ୍ଦୁଝର ସମ୍ଭାଳିବାର ଦାଇତ୍ୱ।

ସଂଗଠନ ସମ୍ପାଦକ ଭବରେ ବିଜେଡି ପାଇଁ ଏକ ଯୋଜନା ବବି ଦଳପାଇଁ ପ୍ରସ୍ତୁତ କରିଛନ୍ତି।ଏହା ଯଦି ସଫଳତାର ସହିତ କାର୍ୟ୍ଯକାରୀ ହୁଏ ଏବଂ ସଭିଙ୍କ ସମର୍ଥନ ମିଳେ ତେବେ ବିଜେଡିକୁ କ୍ଷମତାରୁ ହଟାଇବା ଏତେ ସହଜ ହେବ ନାହିଁ।ବିଜେଡି ଦୀର୍ଘ ଦିନ ଯାଏଁ ଶାସନରେ ରହିବ ଏବଂ ଏହାର କୌଣସି ଅବକାଶ ରହିବ ନାହିଁ।ପରଦା ପଛରେ ରହି କାର୍ୟ୍ଯ କରିବାକୁ ସବୁବେଳେ ଆଗ୍ରହ ଦେଖାଇଛନ୍ତି ବବି।ମନ୍ତ୍ରୀ ପଦରେ ଥାନ୍ତୁ ବା ନଥାନ୍ତୁ ସେ କାମରେ ବିଶ୍ୱାସ କରିଥାନ୍ତି କଥାରେ ନୁହେଁ।ମନ୍ତ୍ରୀ ପଦର ଲାଳସା ତାଙ୍କ ପାଖରେ ଦେଖିବାକୁ ମିଳେନାହିଁ।

Leave a Reply

Your email address will not be published. Required fields are marked *