ଗୋଟିଏ ଷଣ୍ଢ ପାଇଁ ଏହି ମହିଳା ବିବାହ କଲେ ନାହିଁ – କାରଣ ଏପରି ଥିଲା ଯେ ଲୋକ ଶୁଣିକି କହିଲେ..

Spread the love

ଏହି ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର କିଛି ବିଶେଷ କାରଣ ପାଇଁ ନିଜର ସବୁକିଛି ତ୍ୟାଗ କରିବା ପାଇଁ ରାଜି ହୋଇ ଯାଇଥାନ୍ତି।ତେବେ ଆପଣ ଏହି ଦୁନିଆରେ ଅନେକ ଲୋକଙ୍କୁ ପଶୁ ପ୍ରେମ କରୁଥିବାର ଦେଖିଥିବେ।ତେବେ ଆପଣ ଏପରି କିଛି ଲୋକଙ୍କୁ ଜାଣି ନଥିବେ ଯେଉଁମାନେ ନିଜର ପଶୁ ପ୍ରେମ ପାଇଁ ସବୁକିଛି ଛାଡ଼ିବା ପାଇଁ ରାଜି ହୋଇ ଯାଇଥାନ୍ତି।ତେବେ ତାମିଲନାଡୁର ୪୮ ବର୍ଷୀୟ ସଲବାରାନି ନିଜର ପାଳିତ ଷଣ୍ଢକୁ ଏତେ ଭଲ ପାଉଥିଲେ କି ସେ ନିଜେ ମଧ୍ୟ ବିବାହ କରି ନଥିଲେ।

ସଲବାରାନି ପିଲା ବେଳୁ ଷଣ୍ଢ ମାନଙ୍କୁ ବହୁତ ଅଧିକ ଭଲ ପାଉଥିଲେ କାରଣ ତାମିଲନାଡୁରେ ଖେଳା ଯାଉଥିବା ପ୍ରସିଦ୍ଧ ଖେଳ ଯାଲିକଟୁରେ ଭାଗ ନେବା ପାଇଁ ତାଙ୍କର ପିଲାବେଳୁ ଅନେକ ଇଚ୍ଛା ଥିଲା।ଫଳରେ ସେ ନିଜର ପରିବାର ଲୋକଙ୍କୁ ଷଣ୍ଢ ପାଳିବା ପାଇଁ କହିଲେ।ତାଙ୍କର ଜିଦି ଆଗରେ ତାଙ୍କର ପରିବାର ଲୋକ ମଧ୍ୟ ହାର ମାନିଥିଲେ।ଫଳରେ ସେ ଷଣ୍ଢ ପାଳିବା ପାଇଁ ନିଷ୍ପତି ନେଇଥିଲେ।

ତେବେ ପ୍ରଥମେ ପ୍ରଥମେ ସେମାନେ ଷଣ୍ଢର ଉପଯୁକ୍ତ ଯତ୍ନ ନେଉଥିଲେ କିନ୍ତୁ ଏହା ପରେ ସେମାନେ ନିଜର କାମରେ ବ୍ୟସ୍ତ ରହିଲେ।ଫଳରେ ସେହି ଷଣ୍ଢର ଉପଯୁକ୍ତ ଯତ୍ନ ନେଇ ପାରିଲେ ନାହିଁ।ଫଳରେ ସଲବାରାନି ନିଜେ ସେହି ଷଣ୍ଢର ଯତ୍ନ ନେବା ଆରମ୍ଭ କରିଥିଲେ।ତେବେ ସେ ବର୍ତ୍ତମାନ ସେହି ଷଣ୍ଢ ସହିତ ନିଜର ପରିବାର ଠାରୁ ଅଲଗା ରହିଛନ୍ତି।

ସେ ପ୍ରତିଦିନ ନିଜର ଷଣ୍ଢ ପାଇଁ ଖାଦ୍ୟର ଯୋଗାଡ କରିଥାନ୍ତି।ତେବେ ତାଙ୍କର ଷଣ୍ଢ ଯାହାର ନାମ ରାମୁ ସେ ପ୍ରତିବର୍ଷ ଏହି ପ୍ରତିଯୋଗିତାରେ ବିଜୟ ହୋଇଥାଏ।ଏହା ସହିତ ଆମେ ବର୍ତ୍ତମାନ ଆଉ ଜଣେ ଏପରି ବ୍ୟକ୍ତିଙ୍କ ବିଷୟରେ କଥା ହେବା ଯାହାଙ୍କ କାହାଣୀ ଶୁଣିବା ପରେ କୌଣସି ବ୍ୟକ୍ତି ବିଶ୍ୱାସ କରି ପାରିବେ ନାହିଁ।

ବାରଣାସୀରେ ରହୁଥିବା ସ୍ଵାତୀ ନିଜର ପରିବାର ସହିତ ୨୦ କୁକୁର,୧୩ବିଲେଇ,୨ ଷଣ୍ଢ,୧ ଚିଲ ଓ ପ୍ରାୟ ୨୪ ରୁ ଅଧିକ ପାରା ଓ ପ୍ରାୟ ୬୦ ରୁ ଅଧିକ ଅନ୍ୟ ପ୍ରଜାତିର ପକ୍ଷୀ ମାନଙ୍କ ସହିତ ରହିଥାନ୍ତି।ତେବେ ସେ ନିଜର ପରିବାର ସହିତ ଏମାନଙ୍କୁ ନେଇ ଏକ ସାଙ୍ଗରେ ରହିଥାନ୍ତି।ତାଙ୍କର ଏଭଳି ପଶୁପ୍ରେମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ।ସେ ନିଜର ଚାକିରି ଛାଡ଼ୁ ଏହି ପଶୁ ମାନଙ୍କର ସେବା କରିବାରେ ନିଜର ସମସ୍ତ ସମୟ ଅତିବାହିତ କରିଥାନ୍ତି।

ଏହା ସହିତ ତାଙ୍କର ଘର ସମ୍ପୂର୍ଣ୍ଣ ରୂପରେ ଏହା ଚିଡ଼ିଆ ଘରରେ ପରିଣତ ହୋଇ ସାରିଛି।ଏହା ସହିତ ଆମ ଦେଶରେ ବିକାଶ ନାମକ ଜଣେ ଯୁବକ ଯିଏକି ନିଜର ପଶୁ ପ୍ରେମ ପାଇଁ ନିଜର ପରିବାରକୁ ମଧ୍ୟ ଛାଡ଼ି ସାରିଛନ୍ତି।ତେବେ ନିକଟରେ ସେ ଏକ କୁକୁରର ଜୀବନ ବଞ୍ଚାଇଥିଲେ।

ସେହି କୁକୁରର ମାଲିକ ମହାମାରୀରେ ସଂକ୍ରମିତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।ଫଳରେ ସେହି କୁକୁରର ସେବା କରିବା ପାଇଁ କେହି ମଧ୍ୟ ଆଗକୁ ଆସିନଥିଲେ।ଏହାପରେ ମଧ୍ୟ ବିକାଶ ନିଜେ ସେହି କୁକୁରର ଜୀବନ ବଞ୍ଚାଇଥିଲେ।ଯାହା ସମସ୍ତଙ୍କ ପାଇଁ ଏକ ବହୁତ ବଡ଼ ଉଦାହରଣ ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *