ପୌରାଣିକ କଥା – କାହିଁକି ଜଗନ୍ନାଥ ୧୫ଦିନ ପର୍ଯ୍ୟନ୍ତ ଜ୍ୱରରେ ପଡ଼ନ୍ତି?କଣ ରହିଛି ଏହା ପଛର କାରଣ – ସବୁ ଓଡ଼ିଆ ଜାଣିବା କଥା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ପ୍ରଭୁ ଜଗନ୍ନାଥଙ୍କୁ ଜ୍ୱର କାହିଁକି ହୁଏ?ଏହି ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଶେଷ ତଥ୍ୟ ବିଷୟରେ।ଆପଣମାନେ ଜାଣିଥିବେ ଦେବ ସ୍ନାନ ପୂର୍ଣ୍ଣିମା ପରେ ପ୍ରଭୁ ଜଗନ୍ନାଥଙ୍କୁ ଜ୍ୱର ଆସିଥାଏ ବୋଲି ଏବଂ ତାଙ୍କର ସେବା କରାଯାଏ।୧୫ ଦିନ ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥ ଜ୍ୱରରେ ପଡ଼ନ୍ତି।ଏବଂ ଏହି ସମୟରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ଏହି ଜ୍ୱର ପାଇଁ ବିଶେଷ ଔଷଧ ଦିଆଯାଇଥାଏ।ଏହା ସହିତ ହାଲୁକା ଖାଦ୍ୟ ଦିଆଯାଏ।ଏବଂ କାଢ଼ା ତିଆରି କରି ପିଇବାକୁ ଦିଆଯାଇଥାଏ।

ଏହାପରେ ଯେତେବେଳେ ପ୍ରଭୁ ଜଗନ୍ନାଥ ଭଲ ହୋଇଯାଆନ୍ତି ସେତେବେଳେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।ଏବେ ଆପଣମାନେ ଭାବୁଥିବେ ପ୍ରଭୁ ଜଗନ୍ନାଥଙ୍କୁ ପୁଣି ଦେହ ଖରାପ ହୂଏ?ତାହା ମଧ୍ୟ ୧୫ ଦିନ ଯାଏଁ।ଏହା ପଛରେ ଏକ ସୁନ୍ଦର କାହାଣୀ ଅଛି।ଯାହା ଭକ୍ତ ଏବଂ ଭଗବାନଙ୍କ ଭାବକୁ ଦର୍ଶାଇଥାଏ।ଭଗବାନ କହିଛନ୍ତି ଯଦି ମୋ ଭକ୍ତର ଦେହ ଖରାପ ହୋଇପାରିବ ତେବେ ମୋର କାହିଁକି ହୋଇ ପାରିବ ନାହିଁ?ଆଜି ଆମେ ସେହି କାହାଣୀ ଜାଣିବା।ତେବେ ଆସନ୍ତୁ ଜାଣିବା ଏହା ପଛର କାହାଣୀ।

ଏହି କଥା ଭଗବାନ ଜଗନ୍ନାଥ ଏବଂ ତାଙ୍କର ଏକ ବଡ଼ ଭକ୍ତ ମାଧବ ଦାସ ଙ୍କର।ସେ ସର୍ବଦା ପ୍ରଭୁ ଜଗନ୍ନାଥଙ୍କ ଭଜନରେ ମଗ୍ନ ରହୁଥିଲେ।ପ୍ରତିଦିନ ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରୁଥିଲେ।ସଂସାର ପ୍ରତି ତାଙ୍କର କୌଣସି ମୋହ ମାୟା ନଥିଲା।ଗୋଟେ ଥର ମାଧବ ଦାସଙ୍କୁ ବହୁତ ଜୋରରେ ଜ୍ୱର ହୋଇଥିଲା।ଏତେ ଜୋରରେ ଜ୍ୱର ହୋଇଥିଲା ଯେ ନା ସେ ବସିପାରୁ ଥିଲେ ନା ସେ ଉଠିପାରୁଥିଲେ।ଏବଂ ସେ ଏକୁଟିଆ ରହୁଥିବାରୁ ସବୁ କାର୍ଯ୍ୟ ତାଙ୍କୁହିଁ କରିବାକୁ ପଡୁଥିଲା।ଯଦି କେହି ତାଙ୍କୁ କେହି ସାହାଯ୍ୟ କରିବାକୁ ଆସୁଥିଲେ ସେ ତାଙ୍କୁ ମଧ୍ୟ ମନା କରିଦେଉଥିଲେ।

ଏବଂ ଏହା କହୁଥିଲେ ପ୍ରଭୁ ଜଗନ୍ନାଥ ଅଛନ୍ତି ସେ ମତେ ସାହାଯ୍ୟ କରିବେ ଏବଂ ମତେ ରକ୍ଷା କରିବେ।ତାଙ୍କର ଏତେ ଜୋରରେ ଦେହ ଖରାପ ହେଲାଯେ ସେ ବସ୍ତ୍ରରେ ମଳ ମୂତ୍ର କରିବାକୁ ଲାଗିଲେ।ପ୍ରଭୁ ଜଗନ୍ନାଥ ନିଜ ଭକ୍ତର ଏପରି ଅବସ୍ଥା ଦେଖିପାରିଲେ ନାହିଁ।ସେ ନିଜ ଭକ୍ତର ସେବା କରିବାକୁ ଆସିଗଲେ।ପ୍ରଭୁ ଜଗନ୍ନାଥ ମାଧବ ଦାସଙ୍କର ସେବା କରୁଥାନ୍ତି ଏବଂ ତାଙ୍କର ମଇଳା ବସ୍ତ୍ରକୁ ମଧ୍ୟ ଧୋଉଥାନ୍ତି।କିଛି ଦିନ ଗଲା ପରେ ମାଧବ ଦାସ ଭଲ ହେବାକୁ ଲାଗିଲେ।ଏବଂ ଯେତେବେଳେ ତାଙ୍କୁ ଚେତନା ଆସିଥିଲା ପ୍ରଭୁଙ୍କୁ ତାଙ୍କର ସେବା କରୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏବଂ ସେ ଏହାପରେ ପ୍ରଭୁଙ୍କୁ ପଚାରିଥିଲେ ଆପଣ ଜଗତର ମାଲିକ ଅଟନ୍ତି।ଏବଂ ଆପଣଙ୍କ ସେବା ସମଗ୍ର ଜଗତ କରିଥାଏ ଏବଂ ଆପଣ ଏବେ ମୋର ସେବା କରୁଛନ୍ତି?ଏହାଠାରୁ ଭଲ ତ ଆପଣ ମୋର ରୋଗହିଁ ଦୂର କରିଦେଇଥାନ୍ତେ।ଏବଂ ଏହିସବୁ କଲେ ଏହା ମତେ ଭଲ ଲାଗିଲା ନାହିଁ।ଏହାପରେ ପ୍ରଭୁ ଜଗନ୍ନାଥ କହିଲେ ହେ ମାଧବ ସତ୍ୟ ତ ଏହା ଅଟେ ମୁଁ ମୋ ଭକ୍ତର କଷ୍ଟ ଦେଖିପାରିଲି ନାହିଁ।ଏଥିପାଇଁ ମୁଁ ତୁମର ସେବା କଲି।ମୁଁ ଚାହିଁଥିଲେ ତୁମ ରୋଗ ମଧ୍ୟ ଭଲ କରିପାରିଥାନ୍ତି।କିନ୍ତୁ ଯାହା ନିୟତି ଅଛି ତାହାତ ନିଶ୍ଚୟ ହେବ।ଯଦି ତାହାକୁ ଏହି ଜନ୍ମରେ ନ ଭୋଗିବ ହୋଇଥାଇପାରେ ଏଥିପାଇଁ ତୁମକୁ ଅନ୍ୟଏକ ଜନ୍ମ ନେବାକୁ ପଡିପାରେ।ଏଥିପାଇଁ ମୁଁ ତୁମର ସେବା କରିବାପାଇଁ ଆସିଗଲି।

ଲୋକମାନେ କୁହନ୍ତି ଭଗବାନ ଦୁଃଖ ଦେଉଛନ୍ତି।ଭଗବାନ ଦୁଃଖ ଦେଲେ ତାହା ତ ଆସିବ କିନ୍ତୁ ଏହି ଦୁଃଖକୁ ସହିବାର ଶକ୍ତି ଭଗବାନହିଁ ଦିଅନ୍ତି।କେବଳ ଆପଣଙ୍କର ପ୍ରେମ ଏବଂ ବିଶ୍ୱାସ ଥିବା ଦରକାର।ଏବଂ ଏବେ ତୁମର ୧୫ ଦିନର ରୋଗ ବାକିଅଛି ଏବଂ ତୁମର ସେହି କଷ୍ଟ ମୁଁ ଦେଖି ପାରିବି ନାହିଁ ତେଣୁ ମୁଁ ଏହି ୧୫ ଦିନର ରୋଗ ମୋ ନିକଟକୁ ନେଇଯାଉଛି।ସେହି ଦିନ ଠାରୁ ମାଧବଙ୍କ ଠାରୁ ପ୍ରଭୁ ଜଗନ୍ନାଥ ୧୫ ଦିନର ରୋଗ ନେଇଆସିଥିଲେ।

କୁହାଯାଏ ସେବେଠାରୁ ପ୍ରଭୁ ଜଗନ୍ନାଥଙ୍କର ୧୫ଦିନ ପର୍ଯ୍ୟନ୍ତ ଦେହ ଖରାପ ହୁଏ।ଜ୍ୟେଷ୍ଠ ମାସର ସ୍ନାନ ପୂର୍ଣ୍ଣିମା ପରେ ସ୍ନାନ କରିସାରିବାପରେ ଭଗବାନ ୧୫ ଦିନ ପର୍ଯ୍ୟନ୍ତ ଜ୍ୱରରେ ପଡ଼ନ୍ତି।ଏବଂ ତାଙ୍କର ସେବା କରାଯାଏ।ଏହା ବର୍ଷ ବର୍ଷରୁ ଚାଲି ଆସୁଛି।୧୫ ଦିନ ଯାଏଁ ପ୍ରଭୁଙ୍କ ପୂଜା ମଧ୍ୟ ବନ୍ଦ କରାଯାଇଥାଏ।

Leave a Reply

Your email address will not be published. Required fields are marked *