ଶରୀରର ଓଜନ କିପରି ବଢାଇବେ ?ଶରୀର ରେ ଧାତୁ ର ଅଭାବ ହେଉଥିଲେ ଏହି ଉପାୟ କଲେ ସବୁ ରୋଗ ଦୂର ହେଇଯିବ..

Spread the love

ଆଜିକାଲି ପ୍ରତ୍ୟେକ ମନୁଷ୍ୟ ସୁସ୍ଥ ଦେଖା ଯାଇଥାନ୍ତି।କିନ୍ତୁ ଏହା ପରେ ମଧ୍ୟ ସେମାନେ ଅନେକ ମାତ୍ରାରେ ଦୁର୍ବଳ ସ୍ଵଭାବର ହୋଇଥାନ୍ତି।ଏହା ସହିତ ସମାନେ କୌଣସି କାର୍ଯ୍ୟକୁ ସଠିକ ଭାବରେ କରି ପାରନ୍ତି ନାହିଁ।ଆଜିକାଲି ଯୁବକ ମାନେ ଅନେକ ପ୍ରକାରର କୁ ସଙ୍ଗରେ ଆସି ଅଥବା ଅନେକ ଖରାପ ଭିଡିଓ ଦେଖିବା ଫଳରେ ସେମାନେ ନିଜର ବ୍ରହ୍ମଚାର୍ଯ୍ୟ ରକ୍ଷା କରିବାରେ ବିଫଳ ହୁଅନ୍ତି।ଯାହା ଫଳରେ ସେମାନଙ୍କ ଶରୀରର ସଠିକ ବୃଦ୍ଧି ହୁଏନାହିଁ ଏହା ସହିତ ସେମାନେ ଅନେକ ପ୍ରକାରର ଦୁଶ୍ଚିନ୍ତାର ଶିକାର ହୁଅନ୍ତି।

ଏହା ସହିତ ଯଦି ଆପଣଙ୍କ ବ୍ରହ୍ମଚାର୍ଯ୍ୟ ଆପଣଙ୍କ ନିୟନ୍ତ୍ରଣରେ ରହୁନାହିଁ ତେବେ ଆପଣ ପ୍ରତିଦିନ ଖାଦ୍ୟ ଖାଇବା ପରେ ରାତିରେ ୧୦ ଗ୍ରାମ ହଳଦୀ ଗୁଣ୍ଡ ଓ ୧୦ ଗ୍ରାମ ଅଁଳା ଚୂର୍ଣ୍ଣ ଏକ ଗ୍ଲାସ ପାଣିରେ ପକାଇ ଭଲଭାବରେ ଗୋଳାଇ ଏହାକୁ ପିଇବା ଫଳରେ ଆପଣଙ୍କର ବ୍ରହ୍ମଚାର୍ଯ୍ୟ ଆପଣଙ୍କ ନିୟନ୍ତ୍ରଣରେ ରହିବାର ଅନେକ ସମ୍ଭାବନା ରହିଛି।

ଏହା ସହିତ ଏହାର ବ୍ୟବହାର ଶୁକ୍ରବାର ବା ଶନିବାର କରିବା ଅନୁଚିତ।ତେବେ ଏହାର ବ୍ୟବହାର କରିବା ପରେ ମନକୁ ସଂଜମରେ ରଖିବା ପାଇଁ ପ୍ରୟାସ କରନ୍ତୁ।ଏହା ସହିତ ଆଜିକାଲି ଅନେକ ଲୋକଙ୍କର ଓଜନରେ ବୃଦ୍ଧି ହେଉଛି।ଫଳରେ ସେମାନଙ୍କ ଶରୀର ଅନେକ ରୋଗର ଶିକାର ହେବା ସହିତ ସେମାନେ ଅନେକ କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇ ପାରନ୍ତି ନାହିଁ।

ତେବେ ଏହି ବ୍ୟକ୍ତିମାନେ ୧୦ ଗ୍ରାମ ଅସ୍ଵଗନ୍ଧା ଚୂର୍ଣ୍ଣ ସହିତ ୨ ଚାମଚ ଅଁଳା ରସ ସେବନ କରିବା ଆବଶ୍ୟକ।ଏହା ସହିତ ଏହାକୁ ପ୍ରଥମେ ପାଣିରେ କିମ୍ବା କ୍ଷୀରରେ ପକାଇ ସେବନ କରିବା ଦ୍ୱାରା ଏହା ଆମ ଶରୀର ପାଇଁ ଅଧିକ ଫଳପ୍ରଦ ହୋଇଥାଏ।ଏହା ଆମ ଶରୀରର ଅନେକ ଉପକାର କରିଥାଏ।ଏହା ସହିତ ଯଦି ଆପଣମାନେ ନିଜ ଶରୀରର ବଳ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରତିଦିନ ଖାଦ୍ୟ ଖାଇବା ସହିତ ଦେଶୀ ଗାଈର ଘିଅ ଖାଇବା ଆବଶ୍ୟକ।

ଫଳରେ ଆପଣଙ୍କ ଶରୀରର ସଠିକ ମାତ୍ରାରେ ଓଜନ ବୃଦ୍ଧି ହୋଇ ପାରିବ।ଏହା ସହିତ ଆପଣ ଯଦି ନିଜର ଓଜନ ବଢ଼ାଇବା ପାଇଁ ଅଧିକ ଚିନ୍ତିତ ଅଛନ୍ତି।ତେବେ ଆପଣ ପ୍ରତିଦିନ ଭୋଜନ ପରେ ଦୁଇଟି କଦଳୀ ଖାଆନ୍ତୁ।ଏହା ପରେ ଆପଣ ପ୍ରତିଦିନ ୨ ଟୀ ହରିଡ଼ାକୁ ଖାଆନ୍ତୁ।ଏହା ଫଳରେ ଆପଣଙ୍କ ଶରୀରର ଓଜନ ସଠିକ ଭାବରେ ବୃଦ୍ଧି ହେବାକୁ ଲାଗିବ।

ଏହା ସହିତ ଯେଉଁ ବ୍ୟକ୍ତି ମାନଙ୍କର ଉନ୍ନତ ଶରୀର ଆବଶ୍ୟକ ଓ ସେମାନଙ୍କର ଅଧିକ ଶକ୍ତି ଆବଶ୍ୟକ ତେବେ ସେମାନେ ଯେପରି ନିଜର ଧାତୁ କ୍ଷୟ ନ ହେଉ ଏହାର ଧ୍ୟାନ ରଖିବା ଆବଶ୍ୟକ।ଯଦି ଆପଣଙ୍କର ଅଯଥା ଧାତୁ କ୍ଷୟ ହୋଇଥାଏ ତେବେ ଆପଣଙ୍କ ଶରୀରର ଶକ୍ତିର ଏକ ବଡ଼ ଭାଗ ଏହି ଧାତୁ ଶକ୍ତିକୁ ପୂରଣ କରିବା ପାଇଁ ବ୍ୟବହାର ହୋଇ ଯାଇଥାଏ।ଫଳରେ ଆପଣଙ୍କ ଶରୀରର ସଠିକ ବୃଦ୍ଧି ହୋଇପାରେ ନାହିଁ ଓ ଆପଣ ଏକ ଉନ୍ନତ ଶରୀର ପାଇବାରୁ ବଞ୍ଚିତ ହୋଇଥାନ୍ତି।ସେହପାଇଁ ଆପଣ ଏହାର ଧ୍ୟାନ ରଖିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *