ଏକ କୋଟିର ଚାକିରୀକୁ ମନା କରିଥିବା Vineeta ସିଂ ବର୍ତ୍ତମାନ ନିଜେ ୧୦୦୦ କୋଟିର ମାଲିକାଣି,ଜାଣନ୍ତୁ କିପରି ହେଲେ ସେ ଏତେ ବଡ଼ ଅଧିକାରୀ..

Spread the love

ଜୀବନରେ କିଛି ବଡ଼ କରିବାକୁ ହେଲେ କିଛି ରିସ୍କ ନେବାକୁ ହେବ। ଏଥିପାଇଁ ଉଚ୍ଚ ଆଶା ଏବଂ ଅଭିଳାସା ଦରକାର। ସେପରି ଏକ ରିସ୍କ ନେଇଥିଲେ ବିନିତା ସିଂ। ଏକ କୋଟିର ଚାକିରୀକୁ ମନା କରିଥିବା ବିନିତା ସିଂ ଥିଲେ ଆଇ.ଆଇ.ଏମ୍. ର ଛାତ୍ରୀ ଥିଲେ। ବର୍ତ୍ତମାନ ୧୦୦୦ କୋଟିର ମାଲିକାଣି ଏବଂ ବନି ଯାଇଛନ୍ତି ଆଇକନ। ସେ ତାଙ୍କ ସାଙ୍ଗ ସହ ମିଶି ଆରମ୍ଭ କରିଥିଲେ ବ୍ୟବସାୟ। ସେ ହେଉଛନ୍ତି ସାର୍କ ଟ୍ୟାଙ୍କର ସୁଗାର ବ୍ରାଣ୍ଡର ପ୍ରତିଷ୍ଠାତା।

ବିନିତା ସିଂ ନିଜେ ଏକ କୋଟିର ଚାକିରୀକୁ ମନା କରି ନିଜେ ଏକ ବିଜନେସ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଏକ ନାମିଦାମୀ ଇନଭେଷ୍ଟର ଭାବରେ ପରିଗଣିତ ହୁଅନ୍ତି। ଚର୍ଚ୍ଚିତ ଟିଭି ସୋ ଶାର୍କ ଟ୍ୟାଙ୍କରେ ସେ ଅଗଧାଡ଼ିର ବିଜନେସ ମ୍ୟାନ। ବିନିତା ସିଂ ଅହମ୍ମଦାବାଦରେ ଆଇ.ଆଇ.ଏମ୍. ର ଛାତ୍ରୀ ଥିଲେ। ପାଠ ପଢି ସରିବା ପରେ ସେ ବିଜନେସ କରିବା ନେଇ ଚିନ୍ତା କରିଥିଲେ।

ତେଣୁ ସେ ତାଙ୍କ ସାଙ୍ଗ କୌଶିକ ମୁଖାର୍ଜୀଙ୍କ ସହ ମିଶି ବିଜନେସ ଆରଂଭ କରିଥିଲେ। ସେ ବିୟୁଟି ପ୍ରଡ଼କଟ୍ସର ବିଜନେସ ଆରଂଭ କରିଥିଲେ ଏବଂ ଏହାର ନାମ ଦେଇଥିଲେ ସୁଗାର। କୌଶିକ ମଧ୍ୟ ଆଇ.ଆଇ.ଏମ୍. ର ଛାତ୍ର। ସେଥିପାଇଁ ଦୁଇ ଜଣ ୨୦୧୫ ମସିହାରେ ବିଜନେସ କରିବା ନେଇ ରିସ୍କ ନେଇଥିଲେ।

ତାଙ୍କର ଏହି ବିଜନେସ ଏତେ ଭଲ ବିକ୍ରି ହୋଇ ନଥିଲା। ପ୍ରଥମେ ସେ ଅନଲାଇନ ଏହି ବିଜନେସ ଆରମ୍ଭ କରିଥିଲେ। ଧୀରେ ଧୀରେ ଏହାର ଚାହିଦା ବଢିବାକୁ ଲାଗିଥିଲା। ସେଥିପାଇଁ ସେ ୨୦୧୯ ମସିହାରେ ନର୍ଥ ଇଣ୍ଡିଆରେ ତାଙ୍କର ପ୍ରଥମ ଷ୍ଟୋର ଖୋଲିଥିଲେ। ବର୍ତ୍ତମାନ ସବୁ ସ୍ଥାନରେ ତାଙ୍କର ଏହି ବ୍ରାଣ୍ଡ ବିକ୍ରି ହେଉଛି।

ଏବେ ୯୨ ଟି ସହରରେ ତାଙ୍କର ୭୦୦ ରୁ ଉର୍ଦ୍ଧ ବ୍ରାଣ୍ଡର ମାର୍କେଟିଂ ରହିଛି।ବର୍ତ୍ତମାନ ତାଙ୍କର ଏହି ବ୍ରାଣ୍ଡର ଚାହିଦା ବହୁତ ଅଧିକ। ଏବେ ବର୍ଷକୁ ସୁଗାରର କାରବାର ୧୦୦ କୋଟିରୁ ଅଧିକ। କମ୍ପାନୀର ୪୫ ଭାଗ ରେଭେନ୍ୟୁ ରିଟେଲ ଆଉଟ ରେଟରୁ ଆସୁଥିବା ବେଳେ ୧୦ ଭାଗ ବିଦେଶୀ ମାର୍କେଟରୁ ଆସୁଛି।

ଭଲ ବ୍ରାଣ୍ଡର ଲିପ୍ସଟିକ ଏବଂ ଆଇ ବ୍ରୋ ଦେଉଥିବା ଏହି ସୁଗାର ଅତି କମ ସମୟରେ ଅନ୍ୟ ଭଲ କମ୍ପାନୀ ମାନଙ୍କୁ କଡା ଟକ୍କର ଦେଇଛି। ଏହି ସୁଗାର ବ୍ରାଣ୍ଡ ମାସକୁ ୩୦,୦୦୦ ରୁ ଅଧିକ ଡେଲିଭର କରି ଥାଆନ୍ତି। ଗୁଜୁରାଟର ଆନନ୍ଦ ସହରରେ ସେ ଜନ୍ମ ଗ୍ରହଣ କରିଥିଲେ। ନିଜ ଉଚ୍ଚ ଆକାଂକ୍ଷା ଏବଂ ଉଚ୍ଚ ଅଭିଳାଷ ନେଇ ସେ ବର୍ତ୍ତମାନ ପ୍ରତିଷ୍ଠିତ ହୋଇ ପାରିଛନ୍ତି।

Leave a Reply

Your email address will not be published. Required fields are marked *