ଏହି ଶ୍ରମିକଙ୍କ ଖାତାକୁ ଅଚାନକ ଆସିଲା ୩୦ କୋଟି ଟଙ୍କା – କିନ୍ତୁ ତାପରେ ଏପରି ଛାତି ଥରା କାମ ହେଲା ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତଦେବେ..

Spread the love

ଆମେ ସମସ୍ତେ ବ୍ୟାଙ୍କରେ ନିଜର ଟଙ୍କା ରଖିଥାଉ ଏହାକୁ ନିରାପଦ ଭାବରେ ରଖିବା ପାଇଁ ଓ ଆବଶ୍ୟକ ସମୟରେ ଏହାକୁ ଆମେ ଚାହିଁଲେ ବ୍ୟବହାର କରି କରି ପାରିବା।ତେବେ ଏହି ଟଙ୍କାରୁ ସୁଧ ମଧ୍ୟ ମିଳିଥାଏ।କିନ୍ତୁ ଆପଣଙ୍କ ସହିତ ଏପରି କେବେ ହୋଇଛି କି ଆପଣ ନିଜର ରଖିଥିବା ଟଙ୍କା ଠାରୁ ବହୁତ ଅଧିକ ମାତ୍ରାରେ ଟଙ୍କା ନିଜର ଆକାଉଣ୍ଟରେ ଜମା ହୋଇଥିବାର ଦେଖିବେ।ମାତ୍ର ଏପରି ଜଣେ ବୁଲା ବିକାଳିଙ୍କ ସହିତ ହୋଇଥିବାର ଦେଖିବାକୁ ମିଳିଛି।ମାତ୍ର ଏପରି ହେବାର କାରଣ ସେ ଏବେ ପର୍ଯ୍ୟନ୍ତ ମଧ୍ୟ ବୁଝି ପାରି ନାହାଁନ୍ତି।

ଏହି ବୁଲା ବିକାଳୀ ଜଣଙ୍କର ନାମ ହେଉଛି ଦିହାନା।ସେ ଜଣାପାଟଣାର ବେଦି କଲୋନୀରେ ରୁହନ୍ତି।ତାଙ୍କର କହିବା ଅନୁସାରେ କେହି ଜଣେ ଅଜଣା ବ୍ୟକ୍ତି ତାଙ୍କର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୩୦ କୋଟି ଟଙ୍କା ଜମା କରି ଦେଇଛନ୍ତି।ସେ ଜାଣି ପାରି ନାହାଁନ୍ତି ତାଙ୍କର ଆକାଉଣ୍ଟରେ କିଏ ଏତେ ବଡ଼ ଆକାରରେ ଟଙ୍କା ଜମା କରିଥିଲେ।ତେବେ ସେ ଜନ ଧନ ଯୋଜନାରେ ଅଂଶ ଗ୍ରହଣ କରିବା ପାଇଁ ୨ ହଜାର ଟଙ୍କା ଦେଇ ପ୍ରଥମେ ନିଜର ଆକାଉଣ୍ଟ ଖୋଲିଥିଲେ।

ମାତ୍ର ତାଙ୍କ ସହ ଅଚାନକ ଏପରି ହୋଇଥିଲା।ତାଙ୍କର ଆକାଉଣ୍ଟକୁ ଏତେ ବଡ ଆକାରରେ ଟଙ୍କା ଆସିବ ପରେ ସେ ପ୍ରଥମେ ଭୟଭୀତ ହୋଇ ଯାଇଥିଲେ।ସେଥିପାଇଁ ସେ ନିକଟସ୍ଥ ପୋଲିସ ଷ୍ଟେସନରେ ଏହା ସମ୍ପର୍କରେ ଅଭିଯୋଗ କରିଥିଲେ।ଏହାପରେ ପୋଲିସ ମଧ୍ୟ ନୀରବ ରହିଥିଲା।ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

ଫଳରେ ସେ ବାଧ୍ୟ ହୋଇ ମିଡ଼ିଆର ସହାୟତା ଲୋଡିଥିଲେ।ତେବେ ଡିସେମ୍ବର ୨ ତାରିଖରେ ଅଚାନକ କିଛି ବ୍ୟାଙ୍କ କର୍ମଚାରୀ ତାଙ୍କର ଘରେ ଆସି ପହଞ୍ଚି ଥିଲେ ଓ ତାଙ୍କୁ ଯେଉଁ ସମ୍ବାଦ ଦେଲେ ସେ ତାହାକୁ ବିଶ୍ୱାସ କରି ପାରି ନଥିଲେ।ସେହି ବ୍ୟାଙ୍କ କର୍ମଚାରୀ ମାନେ ତାଙ୍କୁ କହିଲେ କି ଅପଣଙ୍କ ବ୍ୟାଙ୍କ ଖାତାରେ କେହିଜଣେ ବ୍ୟକ୍ତି ୩୦ କୋଟି ଟଙ୍କା ଜମା କରିଛନ୍ତି

।ଆପଣ ନିଜର ଆଧାର କାର୍ଡ ନେଇ ବ୍ୟାଙ୍କ ଆସନ୍ତୁ ଓ ନିଜର ସମସ୍ତ ଟଙ୍କା ଉଠାଇ ନେଇ ଯାଇ ପାରିବେ।ତେବେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଏପରି କଥା ଶୁଣିବା ପରେ ସେ କିଛି ବୁଝି ପାରି ନଥିଲେ।ଫଳରେ ସେ ବ୍ୟାଙ୍କ କର୍ମଚାରୀଙ୍କ ଆଗରେ ଅଭିଯୋଗ କରିଥିଲେ କି ଏହି ଟଙ୍କା କିଏ ପଠାଇଛନ୍ତି ତାହା ତାଙ୍କୁ ଜଣା ଯାଉ।ଏହା ଶୁଣିବା ପରେ ବ୍ୟାଙ୍କ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଏହାପରେ ସେ ନିଜର ସ୍ଵାସ୍ଥ୍ୟ ସମ୍ପର୍କିତ କିଛି ସମସ୍ୟା ପାଇଁ ଏହି ଆକାଉଣ୍ଟରୁ କିଛି ଟଙ୍କା ଉଠାଇ ଥିଲେ।ଏହା ପରେ ସେ ବଳକା ସମସ୍ତ ଟଙ୍କା ପୋଲିସଙ୍କୁ ହସ୍ତାନ୍ତର କରି ଦେଇଥିଲେ।ତେବେ ପୋଲିସ ଏହା ସମ୍ପର୍କରେ ଏବେ ପର୍ଯ୍ୟନ୍ତ ମଧ୍ୟ କୌଣସି ସଠିକ ତଥ୍ୟ ପାଇ ପାରି ନାହିଁ।ପୋଲିସ ଏବେ ମଧ୍ୟ ସେହି ଟଙ୍କା କେଉଁଠୁ ଆସିଲା ତାହାର ତଦନ୍ତ ଚଳାଇଛି।ତେବେ ରିହାନାଙ୍କ ଭଳି ସ୍ୱଚ୍ଛ ହୃଦୟର ବ୍ୟକ୍ତି ଏହି ସମାଜରେ ବହୁତ କମ ଅଛନ୍ତି।ନଚେତ ହାତକୁ ଟଙ୍କା ଆସିବା ପରେ କିଏ ଫେରାଇ ଥାଏ।ତାହା ପୁଣି ଅଟେ ବଡ଼ ଆକାରର ଟଙ୍କା।

Leave a Reply

Your email address will not be published. Required fields are marked *