ଓଡ଼ିଶା ସରକାରଙ୍କ ନୂଆ ଯୋଜନା – ପୁଣି ଆସିଲା କାଳିଆ ଯୋଜନା ପଇସା – ଜବ କାର୍ଡ ଥିଲେ ମିଳିବ ୧୫ ସହ ଟଙ୍କା – ଏପରି ଭାବେ ଚେକ କରନ୍ତୁ

Spread the love

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ।କରୋନା ବା କୋଭିଡ୍ ୧୯ ତଥା ବାତ୍ୟା ଇତ୍ୟାଦି ରେ ଆମ ରାଜ୍ୟର କୃଷକ ଭାଇ ଭଉଣୀ ମାନେ ବହୁତ କ୍ଷତିର ସମ୍ମୁଖୀନ ହୋଇଛନ୍ତି।ତେଣୁ ଓଡ଼ିଆ କୃଷକ ଭାଇ ଭଉଣୀ ମାନଙ୍କ ପାଇଁ ଏବେ ରାଜ୍ୟ ସରକାର କଲେ ବଡ଼ ଯୋଜନାର ଘୋଷଣା।ରାଜ୍ୟ ସରକାର ପୂର୍ବରୁ ମଧ୍ୟ “କାଳିଆ” ଯୋଜନା ପରି ଅନେକ କୃଷକ ହିତକାରୀ ଯୋଜନା ହାତକୁ ନେଇଛନ୍ତି।ତେବେ ଏହି ଯୋଜନା ଟିରେ ଚାଷୀ ମାନଙ୍କ ପାଇଁ ଏବଂ ଜବ୍ କାର୍ଡଧାରୀ ମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ରହିଛି।କରୋନା ବା କୋଭିଡକୁ ନେଇ ଆମ ରାଜ୍ୟ ସରକାର ସତର ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।

ଯେଉଁମାନଙ୍କର ଜବ କାର୍ଡ ଅଛି ଓ କାଳିଆ ଯୋଜନା ରେ ଆପ୍ଲାଏ କରିଛନ୍ତି ସେମାନଙ୍କୁ ନେଇ ଏବେ କୋଭିଡ୍ ପ୍ୟାକେଜ ଘୋଷଣା କରିଛନ୍ତି ଆମ ଓଡିଶା ରାଜ୍ୟ ସରକାର।ସେମାନେ ଏହି ଯୋଜନାରୁ ଲାଭ ଉଠାଇ ପାରିବେ।ଏହି ଯୋଜନା ଅନୁସାରେ ଜବ କାର୍ଡ ବାବଦ କୁ ପନ୍ଦର ଶହ ଟଙ୍କା ,କାଳିଆ ଯୋଜନା ବାବଦକୁ ଏକ ହଜାର ଟଙ୍କା ଏବଂ କ୍ଷୁଦ୍ର ଚାଷୀ ଓ ନାମ ମାତ୍ର ଚାଷୀ ମାନଙ୍କୁ ଏବେ ରାଜ୍ୟ ସରକାର ଏକ ହଜାର ଟଙ୍କା ଲେଖାଏଁ ଦେବେ ବୋଲି ଘୋଷଣା କରିଛନ୍ତି।ତେବେ ଆସନ୍ତୁ, ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା।

ଯଦି ଆପଣ ଜଣେ କିଷାନ ଭାଇ ବା ଗରିବ ହିତାଧିକାରୀ ଅଟନ୍ତି ତେବେ ଏହା ଉପରେ ନଜର ପକାନ୍ତୁ ଯାହା ଫଳରେ କି ରାଜ୍ୟ ସରକାର ଘୋଷଣା କରିଥିବା ସମସ୍ତ ତଥ୍ୟ ଆପଣ ଜାଣି କାମରେ ଲଗାଇ ପାରିବେ।ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି।କୋଭିଡ ରେ ଏକକ ପ୍ୟାକେଜ ଘୋଷଣା କରାଯାଇଛି ଯାହାର ମୂଲ୍ୟ ପାଖା ପାଖି ସତର ଶହ କୋଟି ଟଙ୍କା ରହିଛି। କୃଷି ରେ ନିଯୁକ୍ତ କୃଷକ ଭାଇ ଭଉଣୀ ବା ଗରିବ ଲୋକଙ୍କ ମାନଙ୍କର ନିମନ୍ତେ ଏହା ନିଶ୍ଚିତ ଭାବେ ଖୁସି ଖବର ଅଟେ।

ଏହି ଯୋଜନା ଟି ମୁଖ୍ୟତଃ ଚାଷୀ ମାନଙ୍କ ପାଇଁ , ଜବ କାର୍ଡଧାରୀ ମାନଙ୍କ ପାଇଁ ଏବଂ କାଳିଆ ଯୋଜନା ରେ ଯେଉଁ ଚାଷୀ ମାନେ ଗରୀବ ହିତାଧିକାରୀ ରହିଛନ୍ତି ସେମାନଙ୍କ ପାଇଁ କରା ଯାଇଛି। ତେବେ ,ଏବେ ରାଜ୍ୟ ସରକାର ଘୋଷଣା କରିଛନ୍ତି ଏବେ ଚାଷୀ ମାନଙ୍କୁ ମିଳିବାକୁ ଯାଉଥିବା ଯାହା କୋଭିଡ କ୍ଷେତ୍ରରେ ଯେଉଁମାନଙ୍କୁ ନ ମିଳିଛି ସେମାନଙ୍କୁ ନଜର କରି ଚାଷୀମାନେ ଏବଂ ଜବକାର୍ଡ ବିଷୟ ନେଇ ଘୋଷଣା କରିଛନ୍ତି।

ସତର ଶହ କୋଟି ଟଙ୍କାର ପ୍ୟାକେଜ ଏହା ସିଧାଳଖ ବ୍ୟାଙ୍କ୍ ଖାତାକୁ ଟଙ୍କା ଯିବ ଯାହା ଜବ କାର୍ଡ ବାବଦକୁ ପନ୍ଦର ଶହ ଟଙ୍କା ମିଳିବ , ଏବଂ କାଳିଆ ଯୋଜନା ରେ ଏକ ହଜାର ଟଙ୍କା ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଯଦି ଆପଣ ଏହି ଦୁଇଟି କ୍ଷେତ୍ର ସହ ସଂପୃକ୍ତ ଅଟନ୍ତି ଏହା ଉପରେ ନଜର ଦିଅନ୍ତୁ ନଚେତ ଆପଣ ରାଜ୍ୟ ସରକାର ଘୋଷଣା କରିଥିବା ଟଙ୍କା ପାଇ ପାରିବେ ନାହିଁ । ଯାହାକୁ ନେଇ ଏହା ଛୋଟିଆ ବାର୍ତ୍ତା ଟିଏ ରହିଥିଲା।

Leave a Reply

Your email address will not be published. Required fields are marked *