ମିଥୁନ ଚକ୍ରବର୍ତ୍ତୀଙ୍କ ଏହି ପୁଅ ମଚାଉଛି ଧମାଲ – ତାଙ୍କ ୩ ଜଣ ପୁଅ ଅଟନ୍ତି ୩ ବଡ ହିରୋ – କିଏ ତାଙ୍କ ପୁଅ ଦେଖିଲେ ଆପଣ ଅମଧ୍ୟ ଚମକି ପଡିବେ

Spread the love

ବନ୍ଧୁମାନେ ବଲିଉଡରେ ଡିସ୍କୋ ଡ୍ୟାନସର ଭାବେ ପରିଚିତ ମିଥୁନ ଚକ୍ରବର୍ତ୍ତୀ ବହୁତ ଦିନ ହେଲା ବଲିଉଡରେ ରାଜ କରି ଆସିଛନ୍ତି।ଆଜି ମଧ୍ୟ ବହୁତ ଦର୍ଶକ ତାଙ୍କର ଚଳଚ୍ଚିତ୍ର ଆସିଲେ ପ୍ରଥମ ଦିନ ପ୍ରଥମ ସୋ ଦେଖିବାକୁ ହାତଛଡ଼ା କରି ନଥାନ୍ତି।ତେବେ ମିଥୁନ ଦାଦାଙ୍କ ବିଷୟରେ ତ କଥା କହିବା ଆରମ୍ଭ କଲେ ସରିବ ନାହିଁ।କିନ୍ତୁ ଆଜି ଆମେ ଏଠାରେ ମିଥୁନ ଚକ୍ରବର୍ତ୍ତୀ ନୁହଁ ତାଙ୍କ ପୁଅଙ୍କ ବିଷୟରେ କଥା ହେବାକୁ ଯାଉଛୁ।ତେବେ ଏ ଆର୍ଟିକଲଟିକୁ ଶେଷ ଯାଏଁ ପଢନ୍ତୁ ଆପଣ ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବାକୁ ପାଇବେ କି କିପରି ଭାବରେ ସେ ଏବେ ବଲିଉଡରେ ଧମାଲ ମଚାଉଛନ୍ତି।

ତେବେ ଯଦି ମିଥୁନ ଚକ୍ରବର୍ତ୍ତୀଙ୍କ ନିଜ ଜୀବନ ଉପରେ ଦେଖିବା ତେବେ ସେ ନିଜ ପ୍ରଥମ ବାହାଘର ବଲିଉଡର ଚୁଲବୁଲି ନାୟିକା ଏଲିନା ଲ୍ୟୁକଙ୍କ ସହ କରିଥିଲେ।କିନ୍ତୁ ମିଥୁନଙ୍କର ଏହି ପ୍ରଥମ ବିବାହଟି ବେଶୀ ଦିନ ଯାଏଁ ତିଷ୍ଠି ନଥିଲା।ମାତ୍ର ଗୋଟେ ବର୍ଷ ପରେ ହିଁ ଦୁହିଁଙ୍କର ବିବାହ ବିଚ୍ଛେଦ ହେଇଯାଇଥିଲା।ଏହାପରେ ମିଥୁନଙ୍କ ଜୀବନକୁ ୟୋଗିତା ବାଲି ଆସିଥିଲେ।୧୯୮୯ ରେ ମିଥୁନ, ୟୋଗିତାଙ୍କ ସହ ବିବାହ କରିଥିଲେ।ବିବାହ ପରେ ଏମାନଙ୍କର ୩ଟି ପୁଅ ହେଇଥିଲା।ଏମାନଙ୍କର ନାମ ହେଉଛି ମହାକ୍ଷୟ ଚକ୍ରବର୍ତ୍ତୀ, ନମାସି ଚକ୍ରବର୍ତ୍ତୀ ଆଉ ଉଷ୍ମୟ ଚକ୍ରବର୍ତ୍ତୀ ରଖା ଯାଇଥିଲା।ଯାହା ମଧ୍ୟରୁ ତାଙ୍କ ବଡ ପୁଅଙ୍କ ନାମ ମହାକ୍ଷୟ ରଖା ଯାଇଥିଲା।ମହାକ୍ଷୟଙ୍କୁ ଲୋକ ମିମୋ ବୋଲି ମଧ୍ୟ ଡାକନ୍ତି।

ତେବେ ତାଙ୍କର ବଡ଼ ପୁଅ ବଲିଉଡରେ ପାଦ ରଖି ସାରିଛନ୍ତି।ମହାକ୍ଷୟଙ୍କୁ ବଲିଉଡର ସୁପର ହିଟ ଚଳଚ୍ଚିତ୍ର ଜିମି, ଇସ୍କେଦରୀୟାନ ଓ ରକି ଭଳି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା।ସେ ମଧ୍ୟ ନିଜ ଅଭିନୟ ଦ୍ଵାରା ବହୁତ ଲୋକଙ୍କ ହୁଦୟ ଜିତି ପାରିଥିଲେ।କିନ୍ତୁ ତାଙ୍କର ବଡ଼ ପୁଅ ନିଜ ବାପାଙ୍କ ଭଳି ବେଶୀ ନାମ କରି ପାରିନଥିଲେ।

ତେବେ ତାଙ୍କ ମଝିଆ ପୁଅଙ୍କ ନାମ ନମାସି ଚକ୍ରବର୍ତ୍ତୀ ଅଟେ।ତେବେ ନମାସି କିନ୍ତୁ ବଧାଇ ହୋ ଓ ଅନ୍ଧାଧୁନ ଭଳି ବ୍ଲକବଷ୍ଟର ହିଟ ସିନେମାରେ ଅଭିନୟ କରିଛନ୍ତି।କିନ୍ତୁ ଏହି ଦୁଇଟି ଚଳଚ୍ଚିତ୍ରରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ।ତେବେ ଏହି ଛୋଟ ଭୂମିକା ଯୋଗୁ ସେ ଲୋକମାନଙ୍କ ନଜରରେ ଏତେ ଆସି ନଥିଲେ।କିନ୍ତୁ ସେ ନିଜ ବାପାଙ୍କ ଭଳି ବଲିଉଡରେ ହିଁ ଏକ ବଡ଼ ଅଭିନେତା ହେବେ ବୋଲି ଆଶା ରଖିଛନ୍ତି।

ତେବେ ଯଦି ମିଥୁନଙ୍କ ସାନ ପୁଅ ବିଷୟରେ କଥା ହେବା ତାଙ୍କର ନାମ ହେଉଛି ଉଷ୍ମୟ ଚକ୍ରବର୍ତ୍ତୀ।କିନ୍ତୁ ତାଙ୍କର ସାନ ପୁଅ କୌଣସି ବି ସିନେମାରେ ଅଭିନୟ କରିନାହାନ୍ତି।କାରଣ ସେ ଅଭିନୟରେ ନୁହଁ ନିର୍ଦ୍ଦେଶନାରେ ନିଜର ରୁଚି ରଖିଛନ୍ତି।ତେବେ ସେ ଏବେ ଯାଏଁ ଗୋଟେ ଗୋଟେ ସିନେମାରେ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଭାବରେ କାମ କରିଛନ୍ତି।ତେବେ କହିବାକୁ ତ ପଡ଼ିବ କି ତାଙ୍କର କୌଣସି ବି ପୁଅ ନିଜ ବାପାଙ୍କ ଭଳି ନାମ କମେଇ ପାରିନଥିଲେ।କିନ୍ତୁ ଏହା ଆଗତ ଭବିଷ୍ୟତରେ ଦେଖା ଯିବ କି ତାଙ୍କର ୩ପୁଅଙ୍କ ଭିତରୁ କିଏ ସବୁଠାରୁ ଭଲ ଭାବରେ ସିନେମା ଜଗତରେ ନାମ କରୁଛି।

Leave a Reply

Your email address will not be published. Required fields are marked *