ହେ ଭଗବାନ ୪ଟି ଛୁଆ ର ମା କୁ ନେଇ ୩ ଟି ଛୁଆ ର ବାପା ଫେରାର – କିନ୍ତୁ ତାପରେ ଯାହା ଘଟିଲା ସାରା ଅଂଚଳ ରେ ଖେଳିଲା ଶୋକର ଛାୟା..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଉପରେ।ଏହି ଖବର ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଏହା ଭାବିବେ ଏହି କଳିଯୁଗର ମନୁଷ୍ୟ କିଛିଭି କରିପାରେ।କଳିଯୁଗର ମନୁଷ୍ୟ ପାଇଁ କୌଣସି ପାପ ଅସମ୍ଭବ ନୁହେଁ।ଆମେ ଅନେକ ପାପ ଦେଖିଲୁଣି ଅନେକ ଲୋକ ଦୁଃଖ ଦୁର୍ଦ୍ଧସା ଭୋଗୁଛନ୍ତି।କିନ୍ତୁ ପାପର ଛାୟା ଆଜି ପର୍ଯ୍ୟନ୍ତ କମ ହୋଇନାହିଁ।ଏହା ବେଳକୁ ବେଳ ବଢ଼ିବାରେ ଲାଗିଛି।ଏହି ଘଟଣା ସମ୍ବନ୍ଧରେ ଆପଣ ଯାହାକୁ କହିବେ ସେ ମଧ୍ୟ ଆପଣଙ୍କ କଥାରେ ବିଶ୍ୱାସ କରିବେ ନାହିଁ।କିନ୍ତି ଏହା ଏକ ସତ ଘଟଣା ଅଟେ।

ବର୍ତ୍ତମାନ ସମୟରେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ହେଉଛି ଚାରୋଟି ଛୁଆର ମାଆକୁ ନେଇ ତିନୋଟି ଛୁଆର ବାପା ଫେରାର ହୋଇଯାଇଛନ୍ତି।ଏହି ଖବର ଆମ ମାନବ ସମାଜ ଉପରେ ଏକ କଳଙ୍କ ରୂପରେ ସାବ୍ୟସ୍ତ ହୋଇଛି।ସମ୍ପୁର୍ଣ୍ଣ ଖବର ଭଲ ଭାବରେ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।

ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।ତେବେ ଘଟଣାଟି ଏହାଯେ ରାମଗିରି ଥାନା ଅଧିନସ୍ଥ ରହିଛି ଏକ ଛୋଟ ଗ୍ରାମ।ସେହି ଗ୍ରାମର ନାମ ହେଉଛି ସିନ୍ଧବା ଗ୍ରାମ।ସେହି ଗ୍ରାମତିର ହେଉଛି ଏହି ଘଟଣା।ସେହି ଗ୍ରାମରେ ଜଣେ ବିବାହିତ ସ୍ତ୍ରୀଙ୍କୁ ଅନ୍ୟ ଏକ ବିବାହିତ ପୁରୁଷ ଧରି ଫେରାର ହୋଇଯାଇଥିବାର ସମ୍ନାକୁ ଅସିଛି।

ଏବଂ ଏହି ଘଟଣା ସେହି ଗ୍ରାମରେ ଆଲୋଚନାର ପାତ୍ର ହୋଇଛି।ଏବଂ ସମସ୍ତେ ସେଠାରେ ଏହି କଥାରହିଁ ଚର୍ଚ୍ଚା କରୁଛନ୍ତି।ଘଟଣା ମୁତାବକ ସିନ୍ଧବା ଗ୍ରାମର ଲକ୍ଷ୍ମୀକାନ୍ତ ରଇତ ୧୭ ବର୍ଷ ତଳେ ନମିତା ରଇତ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ।ଏବଂ ଏହି ବିବାହରେ ସେ ଖୁସି ମଧ୍ୟ ଥିଲେ।ଏତିକି ସମୟ ମଧ୍ୟରେ ସେ ତିନୋଟି କନ୍ୟା ସନ୍ତାନ ଏବଂ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।

ତେବେ ଅଚାନକ ଗଲା କିଛି ମାସ ତଳେ।ମଇ ମାସ ୧୭ ତାରିଖ ଦିନ ସେହି ଗ୍ରାମର ସାରଥୀ ନାୟକ ନମିତାଙ୍କୁ ଧରି କେଉଁଆଡେ ଫେରାର ହୋଇଯାଇଥିଲେ।ଏହାପରେ ଏହି କଥା ଦେଢ଼ ମାସ ତଳେ ଲକ୍ଷ୍ମୀକାନ୍ତ ରାମଗୀରି ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।ଏହି ଦେଢ଼ ମାସ ମଧ୍ୟରେ ଲକ୍ଷ୍ମୀକାନ୍ତଙ୍କ ସ୍ତ୍ରୀ ନଫେରିବା କଥା ଦେଖି ଲକ୍ଷ୍ମୀକାନ୍ତ ତାଙ୍କ ପତ୍ନୀଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ପୋଲିସ ଏବଂ ବ୍ରହ୍ମପୁର ପୋଲିସ ଏବଂ ଗଜପତି ଆରକ୍ଷ ଅଦକ୍ଷଙ୍କୁ ଲିଖିତ ଆକାରରେ ଦେଇଥିଲେ।

ବର୍ତ୍ତମାନ ସମୟରେ ଉଭୟ ଫେରାର ପ୍ରେମୀ ରାଜସ୍ଥାନ ଚାଲିଯାଇଥିବାର ରାମଗିରି ପୋଲିସ କହିଛି।ଏଠାରେ ସୂଚନା ଯୋଗ୍ୟଯେ ନମିତା ନିଜର ତିନୋଟି କନ୍ୟା ଏବଂ ଗୋଟିଏ ପୁତ୍ର ସନ୍ତାନଙ୍କୁ ଛାଡି ଯାଇଥିବା ବେଳେ ସାରଥୀ ନିଜର ତିନୋଟି ପୁତ୍ର ସନ୍ତାନକୁ ଛାଡି ଫେରାର ହୋଇଯାଇଥିଲେ।ଘଟଣାର ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ଲକ୍ଷ୍ମୀକାନ୍ତ ନିଜପିଲା ଛୁଆଙ୍କୁ ଧରି ଅନେଇ ବସିଛି ନାମିତାର ଫେରିବା ବାଟକୁ।

Leave a Reply

Your email address will not be published. Required fields are marked *