SRUSTI କଲେଜରେ ଗଲା ସୁଶ୍ରୀଙ୍କ ଜୀବନ,ସେଦିନ ରାତିରେ ଏପରି କଣ ଘଟିଲା ତାଙ୍କ ଜୀବନରେ ଯେ ଏପରି କଲେ ସୁଶ୍ରୀ..ଦେଖନ୍ତୁ Video

Spread the love

୩୧ ଡିସେମ୍ବରରେ ଥିଲା ଝିଅର ଶେଷ କଲ।ପଂଖାରେ ଝୁଲୁଛି ମୃତ ଦେହ ତଳେ ଲାଗିଛି ଗୋଡ଼।ଗତକାଲି ହସି ହସି କଥା ହେଉଥିଲେ ଆଜି ଚିରଦିନ ପାଇଁ ସୋଇ ପଡ଼ିଲେ।ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁର ରହସ୍ୟ ଖୋଜୁଛି ପୋଲିସ।ହତ୍ୟା ନା ଆତ୍ମହତ୍ୟା।ଅଚାନକ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଚି।ନୂଆବର୍ଷର ଆରମ୍ଭରୁ ସାମ୍ନାକୁ ଆସିଛି ମୃତ୍ୟୁର ଖବର।ଭୁବନେଶ୍ୱର ସ୍ଥିତ ସୃଷ୍ଟି ଏକାଡେମୀ ଅଫ ମ୍ୟାନେଜମେଣ୍ଟରେ ଏମବିଏ ଛାତ୍ରୀ ଥିଲେ ଶ୍ରୀ ପ୍ରଜ୍ଞମିତା ସେଠି।

ଘର କୋରାପୁଟ ସୁନାବେଡ଼ା।ଗତକାଲି ଫୋନ କରି ବାପାଙ୍କୁ ଟଙ୍କା ମାଗିଥିଲେ ଓ ବାପା ବି ପଠାଇଥିଲେ।ପରିବାର ଲୋକଙ୍କ ସହ ହସି ହସି କଥା ହୋଇଥିଲେ।ଆଜି କିନ୍ତୁ ପଙ୍ଖାରେ ଝୁଲୁଛି ଝିଅର ମୃତ ଦେହ।କେତେ ଆଶା ଭରସା ନେଇ ଝିଅକୁ ପାଠ ପଢେଇବା ପାଇଁ ପଠେଇଥିଲେ ବାପା ଭୁବନେଶ୍ଵର।ହଠାତ ଏମିତି କଣ ଘଟିଲା ଯେ ଏହା ହୋଇଗଲା।

ସୁଶ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଟାଙ୍ଗି ଦିଆଯାଇଛି।ଯଦି ଆତ୍ମହତ୍ୟା କଲେ କାହିଁକି କଲେ ନା ତାଙ୍କୁ ବାଧ୍ୟ କରାଯାଇଛି।ଏ ତମାମ ଘଟଣା ଏବେ ତଦନ୍ତ ପରିସର ଭୁକ୍ତ।କାଲି ସେ ମୋତେ ସକାଳେ ଫୋନ କଲା ବାପା ମୋର କଲେଜ ଫିସ ଦରକାର।ମୁଁ ତାପରେ ତା ଆକାଉଣ୍ଟକୁ ୪୫୦୦୦ ଟଙ୍କା ଡିପୋଜିଟ କରିଦେଲି।

ମୁଁ ପଇସା ଗଲା କି ନାହିଁ ପଚାରିଲାରୁ ସେ ହଁ କହିଲା ଓ ତା ମମିଙ୍କ ସହ କଥା ହେଲା।ତାପରେ ସେ ପଳେଇଲା।ଏବେ ୫ ଟା ବେଳକୁ କଲେଜ ପ୍ରିନଷ୍ପଲ ଫୋନ କରୁଛନ୍ତି ଯେ ଆପଣ ହେଉଛନ୍ତି ସୁଶ୍ରୀ ପ୍ରଜ୍ଞାମିତାଙ୍କ ବାପା।ମୁଁ କହିଲି ହଁ।ନା ଆପଣଙ୍କ ଝିଅ ବହୁତ ସିରିଅସ ଅଛି ଆପଣ ଜଲଦି ଆସନ୍ତୁ।ଫୋନ କଲେ ବି ଆଉ ଫୋନ ଉଠେଇଲେନି।

ତାଙ୍କର ଯେଉଁ ୱାଡେନ ଥିଲେ ଦ୍ରୌପଦୀ ମ୍ୟାମ।ସେ ମଧ୍ୟ ଫୋନ ଉଠେଇଲେନି।ତାପରେ ଆମେ ଜାଣିବୁ କଣ ପ୍ରକୃତରେ ହେଇଚି।ଏହାପରେ ତାଙ୍କ କ୍ଲାସ୍ମେଟ ମାନଙ୍କୁ କଲ କଲୁ ତା ଭିତରୁ ଦୁଇ ଜଣ ପଳେଇ ଯାଇଥିଲେ।ଆମ ଗାଁ ପାଖର ଏକ ଝିଅ ବୁଝିଲା ଯେ ପ୍ରଜ୍ଞାମିତା ଆଉ ନାହିଁ।ଆପଣ ଜଲଦି ଯାଇ ତାଙ୍କ ପାଖରେ ପହଞ୍ଚନ୍ତୁ।

ମିଶେସ ତ ବାରମ୍ବାର ବେହୋସ ହୋଇ ଯାଉଛନ୍ତି।ମୁଁ ଆଉ ଜଣଙ୍କୁ ଧରି କୋରାପୁଟରୁ ୬ ଟା ବେଳେ ବାହାରିଲୁ ଏବେ ୭ ଟାରେ ପହଞ୍ଚିଲୁ।ଆମେ ଆସି ଦେଖିଲା ବେଳକୁ କବାଟ ଟିକେ ଫାଙ୍କା ହୋଇଚି ଆଉ ରୁମରେ ଝିଅ ଝୁଲୁଛି।ଝିଅ ବହୁତ ଖୁସି ଥିଲା ଆଜ୍ଞା।ସକାଳୁ ବହୁତ ଖୁସି ହୋଇ ଭଲ କଥାବାର୍ତ୍ତା କରୁଥିଲା। ତାର ଜବ ବି ହୋଇଯାଇଥିଲା ୩ ତାରିଖ ଦିନ ଯଏନ ହୋଇଥାନ୍ତା ରସୁଲଗଡ଼ରେ।କଣ ତାର ହେଲା ଆଜ୍ଞା ମୁଁ କିଛି ଜାଣି ପାରୁନି।

Leave a Reply

Your email address will not be published. Required fields are marked *